ଜେନ୍ ଗୁରୁ ନେନେଙ୍କ ପାଖକୁ ଆସିଲା ଜଣେ ଯୁବକ ଏବଂ ସେ କହିଲା ଯେ ସେ ସତ୍ୟ ଚିହ୍ନିବାକୁ ଚାହେଁ।
ନେନେ ପଚାରିଲେ- କାହିଁକି?
ଯୁବକ କହିଲା- ଏବେ ସର୍ବତ୍ର ଅସତ୍ୟ, କପଟାଚାର, ମିଥ୍ୟା ଓ ଶଠତା। ସତ୍ୟ କାହିଁ? ମୁଁ ସତ୍ୟକୁ ଖୋଜିବାକୁ ଚାହେଁ।
ନେନେ ସେତିକି ବେଳେ ସବୁ ଦିନ ଭଳି ବଗିଚାରେ ଥିଲେ। ଯୁବକକୁ ସେ କହିଲେ- ହଉ, ଆସ ପ୍ରଥମେ ମୋ ସହିତ ଗଛରେ ଥିବା ପାଚିଲା ପତ୍ର ସଫା କର।
ଯୁବକ ତାଙ୍କ ସହିତ କାମରେ ଲାଗିଲା। ସକାଳୁ ସଂଧ୍ୟା ଯାଏ ସେ ନେନେଙ୍କ ସହିତ ନିରବରେ ପାଚିଲା ପତ୍ର ସଫା କଲା। ସଂଧ୍ୟା ପୂର୍ବରୁ ନେନେ କହିଲେ- ଏବେ ହୋଇଗଲା। ତୁମେ ଯାଅ।
ଯୁବକ କହିଲା- ଆଜ୍ଞା, ଯିବି? ହେଲେ ମୋ ପ୍ରଶ୍ନର ଉତ୍ତର?
ନେନେ କହିଲେ- ଏବେ ସୁଦ୍ଧା ଉତ୍ତର ପାଇଲ ନାହିଁ? ଯୁବକ କହିଲା- ଆପଣ ତ କିଛି ଉତ୍ତର ଦେଇ ନାହାନ୍ତିି!
ନେନେ କହିଲେ- ତୁମେ କହିଲ ସର୍ବତ୍ର ଅସତ୍ୟ ଓ ମିଥ୍ୟା। ତା’ ଅର୍ଥ ତୁମେ ଅସତ୍ୟକୁ ଚିହ୍ନି ସାରିଲଣି। ତାହା ହେଲା ବଡ଼ କଥା। ତୁମେ ଯଦି ଅସତ୍ୟକୁ ଚିହ୍ନି ସାରିଲଣି, ତେବେ ସତ୍ୟକୁ ଚିହ୍ନିବା ତୁମ ଲାଗି ସହଜ ହେବ। ଏବେ ଆମେ ଗଛରୁ ଶୁଖିଲା ପତ୍ର ସଫା କଲେ। ତୁମେ ଯଦି ଅସତ୍ୟକ୍ୁ ଚିହ୍ନି ପାରିଛ, ତାହା ହେଲେ ତୁମେ ଅସତ୍ୟର ଅଳିଆକୁ ସଫା କରି ଚାଲ। ସତ୍ୟ ଆପେ ଆପେ ମିଳିଯିବ। ସତ୍ୟକୁ ଚିହ୍ନିବା ଭଳି କଷ୍ଟ କରିବା ଦରକାର ନାହିଁ।
କଥାଟିଏ-ଯାଯାବର: ଅସତ୍ୟର ଅଳିଆ
ଜେନ୍ ଗୁରୁ ନେନେଙ୍କ ପାଖକୁ ଆସିଲା ଜଣେ ଯୁବକ ଏବଂ ସେ କହିଲା ଯେ ସେ ସତ୍ୟ ଚିହ୍ନିବାକୁ ଚାହେଁ। ନେନେ ପଚାରିଲେ- କାହିଁକି? ଯୁବକ କହିଲା- ଏବେ ସର୍ବତ୍ର ଅସତ୍ୟ, କପଟାଚାର, ମିଥ୍ୟା ଓ ଶଠତା। ସତ୍ୟ କାହିଁ? ମୁଁ ସତ୍ୟକୁ ଖୋଜିବାକୁ ଚାହେଁ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)