ଜଣେ ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ନର୍କକୁ ଗଲା। ସେ ବିସ୍ମିତ ହୋଇ ଯମରାଜଙ୍କ ସହିତ ଯୁକ୍ତି କରି କହିଲେ- ମୁଁ ମୋ ଜୀବନ କାଳରେ କେବଳ ସାଧୁତା ଅବଲମ୍ବନ କରିଛି। ଜୀବନରେ ଅନ୍ତତଃ ପନ୍ଦର ଥର ରାସ୍ତାରେ ପଡ଼ିଥିବା ସୁନା ମୋହର ଓ ଅଳଙ୍କାର ପାଇ କେବେ ବି ଆତ୍ମସାତ୍ ନ କରି ଦରିଦ୍ରମାନଙ୍କ ସେବାରେ ଲଗାଇଛି। ଅଥଚ ମୋତେ ନର୍କ କାହିଁକି?
ଯମରାଜ ଏହା ଶୁଣି କହିଲେ- ଏଇ ସବୁ କାରଣରୁ ତୁମର ସ୍ବର୍ଗରେ ବି କିଛି କ୍ଷଣ କାଟିବାର ଦଶା ଅଛି। ଏବେ ପ୍ରଥମେ ସ୍ବର୍ଗ ଯାଇ ବୁଲି ଆସ।
ଲୋକଟିର ଆତ୍ମା ଭାବିଲା- ଥରେ ମୁଁ ସ୍ବର୍ଗକୁ ଗଲେ ଭଗବାନଙ୍କୁ ସବୁ କଥା କହି ନ୍ୟାୟ ପାଇବି। ଯମରାଜଙ୍କୁ ଉଚିତ ବିଚାର କରି ଆସେନା।
ସ୍ବର୍ଗରେ ସେ ବ୍ୟକ୍ତିଙ୍କ ଆତ୍ମା ଭଗବାନଙ୍କୁ ଭେଟି ତା’ର ଅଭିଯୋଗ ଜଣାଇଲା। ଭଗବାନ ସବୁ ଶୁଣି କହିଲେ- ତୁମ କଥା ଠିକ୍। କିନ୍ତୁ ତୁମେ ସବୁଦିନ ଲାଗି ସ୍ବର୍ଗ ଭୋଗ କରି ପାରିବ ନାହିଁ। କାରଣ ତୁମ ଠାରେ ସ୍ବର୍ଗୀୟତା ନାହିଁ।
ସେହି ବ୍ୟକ୍ତି କହିଲେ- ଆପଣଙ୍କ କଥା ବୁଝି ପାରୁନାହିଁ। ବୁଝାଇ ଦିଅନ୍ତୁ।
ଭଗବାନ ଜଣଙ୍କ ଆଡ଼କୁ ଦେଖାଇ କହିଲେ- ଯାହାଙ୍କୁ ଦେଖାଇଲି ସେ ମର୍ତ୍ତ୍ୟରେ ଥିଲା ବେଳେ ଥରଟିଏ ବାଟରେ ସୁନା ମୋହରଟିଏ ପାଇ ନିଜେ ବ୍ୟୟ ନ କରି ଦରିଦ୍ର ନାରାୟଣଙ୍କ ସେବାରେ ଲଗାଇ ଥିଲେ। କିନ୍ତୁ ସେତିକିରେ ତାଙ୍କ ପୁଣ୍ୟ ଫଳ ଏତେ ବଢ଼ିଗଲା ଯେ ସେ ସିଧା ସ୍ବର୍ଗକୁ ଆସିଲେ ଓ ସବୁ ଦିନ ରହିବେ। କାରଣ ସେ ଯେତେବେଳେ ଏ କାମଟି କେଲ, ସେତିକି ବେଳେ ତାଙ୍କର ଏକମାତ୍ର ପୁତ୍ର ବ୍ୟାଧିଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ଥିଲେ। ସେ ଅତି ଦରିଦ୍ର ଥିଲେ ଓ ଘରେ ଖାଇବା ଲାଗି ଦାନା ମଧ୍ୟ ନ ଥିଲା। ତେଣୁ ତାଙ୍କ ଆଚରଣରେ ଏକ ସ୍ବର୍ଗୀୟ ପଣ ଆସିଗଲା। ତୁମେ ସେଭଳି କିଛି ସ୍ବର୍ଗୀୟ ଆଚରଣ ଦେଖାଇ ନାହଁ।
କଥାଟିଏ-ଯାଯାବର: ସ୍ବର୍ଗୀୟ ଆଚରଣ
ଜଣେ ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ନର୍କକୁ ଗଲା। ସେ ବିସ୍ମିତ ହୋଇ ଯମରାଜଙ୍କ ସହିତ ଯୁକ୍ତି କରି କହିଲେ- ମୁଁ ମୋ ଜୀବନ କାଳରେ କେବଳ ସାଧୁତା ଅବଲମ୍ବନ କରିଛି। ଜୀବନରେ ଅନ୍ତତଃ ପନ୍ଦର ଥର ରାସ୍ତାରେ ପଡ଼ିଥିବା ସୁନା ମୋହର ଓ ଅଳଙ୍କାର ପାଇ କେବେ ବି ଆତ୍ମସାତ୍ ନ କରି ଦରିଦ୍ରମାନଙ୍କ ସେବାରେ ଲଗାଇଛି।
/sambad/media/media_files/4gXaeJpVRwjMhCybVeWv.jpg)