ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂତପୂର୍ବ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ମନୋହର ପାରିକର ଏକଦା ଏଇ କଥାଟି କହିଥିଲେ ନିଜ ଅନୁଭୂତିରୁ।
ମନୋହର ପାରିକରଙ୍କ ଗାଁ ଥିଲା ତରଭୁଜ ଲାଗି ବିଖ୍ୟାତ। ସେଇ ଗାଁର ଜଣେ ବଡ଼ ଚାଷୀ ପ୍ରଚୁର ପରିମାଣରେ ବିଶାଳକାୟ ତରଭୁଜ ଉତ୍ପାଦନ କରୁଥିଲେ। ତରଭୁଜ ଅମଳ ସରି ଆସିଲା ବେଳକୁ ସେ ଆୟୋଜନ କରୁଥିଲେ ଏକ ତରଭୁଜ ଖିଆ ପ୍ରତିଯୋଗିତା। ସେଥିରେ ତାଙ୍କ ଗାଁ ତଥା ଆଖପାଖ ଗାଁର ପିଲାମାନେ ଭାଗ ନେଉଥିଲେ। ଯିଏ ଯେତେ ପାରିବ ମିଠା ତରଭୁଜ ଖାଇପାରିବ। ପିଲା ଥିଲା ବେଳେ ମନୋହର ପାରିକର ମଧୢ ସେଇ ମଜାଦାର ପ୍ରତିଯୋଗିତାରେ ଭାଗ ନେଉଥିଲେ।
ପାରିକର ବଡ଼ ହେଲା ପରେ ମୁମ୍ବାଇ ଆଇଆଇଟିରେ ଇ˚ଜିନିଅରି˚ ପଢ଼ିଲେ ଏବ˚ ସାଢ଼େ ଛଅ ବର୍ଷ ପରେ ଗାଁକୁ ଫେରିଲେ। ସେ ଦେଖିଲେ ଯେ ଏବେ ଗାଁରେ ଆଉ ବଡ଼ ତରଭୁଜ ନାହିଁ। ଅମଳ ବି ଆଗ ଭଳି ହେଉନାହିଁ। ସେ ପଚାରି ବୁଝିଲେ ଯେ ତରଭୁଜ ଖିଆ ପ୍ରତିଯୋଗିତା ଚାଲିଛି, କିନ୍ତୁ ଏ ଭିତରେ ସେହି ଚାଷୀଙ୍କ ଚାଷବାସ ପୁଅ ଉତ୍ତରାଧିକାର ସୂତ୍ରରେ ନେଇ ସମ୍ଭାଳୁଛି। ସେ ଗାଁରେ ଥିଲାବେଳେ ତରଭୁଜ ଖିଆ ପ୍ରତିଯୋଗିତା ହେଲା। ଏବେ ସେ ବୁଝିପାରିଲେ କାହିଁକି ତରଭୁଜର ଆକାର ଓ ପ୍ରକାର ବଦଳିଛି।
କଥା ହେଲା, ବାପା ଚାଷ କରୁଥିବା ବେଳେ ସବୁଠାରୁ ଭଲ ଓ ବଡ଼ ତରଭୁଜକୁ ପ୍ରତିଯୋଗିତା ଲାଗି ରଖୁଥିଲେ। ପିଲାମାନେ ତରଭୁଜ ଖାଇଲା ବେଳେ କୁହାଯାଉଥିଲା ଯେ ସେମାନେ ମଞ୍ଜି ସବୁ ଗୋଟିଏ ପାତ୍ରରେ ଜମା କରନ୍ତୁ। ଚାଷୀ ମହାଶୟ ଏଇ ବାଟରେ ପରବର୍ତ୍ତୀ ତରଭୁଜ ଋତୁ ଲାଗି ଉତ୍କୃଷ୍ଟ ତରଭୁଜର ବିହନ ପାଇ ଯାଉଥିଲେ। କିନ୍ତୁ ପୁଅ କାରବାର ସମ୍ଭାଳିବା ପରେ ବାପାଙ୍କ ଏଇ ବୁଦ୍ଧିକୁ ଜାଣି ପାରି ନଥିଲା। ସେ ବଜାରରେ ଅଧିକ ପଇସା ପାଇବା ଆଶାରେ ବଡ଼ ତରଭୁଜ ବିକ୍ରି କରିଦେଉଥିଲା ଏବ˚ ଛୋଟ ତରଭୁଜକୁ ପ୍ରତିଯୋଗିତା ଲାଗି ରଖୁଥିଲା। ସେଇଥିରୁ ଯେଉଁ ବିହନ ମିଳୁଥିଲା ତା’ର ଫଳ ଥିଲା ଛୋଟ ତରଭୁଜ।
ମନୋହର ପାରିକର ଏଇ କଥାଟିରେ ଦୁଇ ପିଢ଼ି ଭିତରେ ଥିବା ମାନସିକତାର ପ୍ରଭେଦ କଥା କହିଥିଲେ।
କଥାଟିଏ-ଯାଯାବର: ଦୁଇ ପିଢ଼ି
ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭୂତପୂର୍ବ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ମନୋହର ପାରିକର ଏକଦା ଏଇ କଥାଟି କହିଥିଲେ ନିଜ ଅନୁଭୂତିରୁ। ମନୋହର ପାରିକରଙ୍କ ଗାଁ ଥିଲା ତରଭୁଜ ଲାଗି ବିଖ୍ୟାତ।
/sambad/media/media_files/4gXaeJpVRwjMhCybVeWv.jpg)