ଭଗବାନ କେଉଁ ଭାଷାର ପ୍ରାର୍ଥନା ବୁଝନ୍ତି? ଇହୁଦୀମାନେ ଭାବନ୍ତି ହିବ୍ର୍ୟୁ ତ ହିନ୍ଦୁ ଭାବନ୍ତି ସଂସ୍କୃତ, ମୁସଲମାନ ଭାବନ୍ତି ଆରବୀୟ ଭାଷା ତ ଜୈନ ଭାବନ୍ତି ପ୍ରାକୃତ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ଭାବନ୍ତି ପାଲି ଭାଷା। ଏହି ସଂଦର୍ଭରେ ଏକ ଛୋଟ ଚଟୁଳ କାହାଣୀ କହିଥିଲେ ଓଶୋ।
ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଜଣେ ଜର୍ମାନ ଜେନେରାଲ ଓ ବ୍ରିଟିସ ସାମରିକ ଅଫିସର କଥା ହେଉଥିଲେ। ଜର୍ମାନ ଜେନେରାଲ ଜଣକ କହିଲେ- ଆମ ପାଖରେ ଅସ୍ତ୍ରଶସ୍ତ୍ର, ତକନିକୀ, ବିଶାଳ ସୈନ୍ୟ ବଳ ସବୁ କିଛି ଥିଲା, ତଥାପି ଆମେ ହାରିଲୁ କାହିଁକି?
ବ୍ରିଟିସ ସାମରିକ ଅଧିକାରୀ କହିଲେ- ତୁମେମାନେ ଈଶ୍ବରଙ୍କୁ ଠିକଣା ଭାବେ ପ୍ରାର୍ଥନା କରି ନ ଥିବ!
ଜର୍ମାନ ଜେନେରାଲ କହିଲେ- ନା, ନା ମନଯୋଗ ଦେଇ ପ୍ରର୍ଥନା ବି କରିଥିଲୁ!
ବ୍ରଟିସ ସାମରିକ ଅଧିକାରୀ ପଚାରିଲେ- କୋଉ ଭାଷାରେ ଈଶ୍ବରଙ୍କୁ ଡାକିଥିଲ!
ଜର୍ମାନ ଜେନେରାଲ କହିଲେ- କି ଆଶ୍ଚର୍ଯ୍ୟ ପ୍ରଶ୍ନ! ଜର୍ମାନମାନେ ଆଉ କେଉଁ ଭାଷାରେ ପ୍ରାର୍ଥନା କରିବେ? ଅବଶ୍ୟ ଚର୍ମାନ ଭାଷାରେ।
ବ୍ରିଟିସ ଅଧିକାରୀ କହିଲେ- ସମସ୍ୟା ସେଇଠି! ଭଗବାନଙ୍କୁ ଜର୍ମାନ ଭାଷା ମାଲୁମ ବୋଲି ତୁମେ ନିଶ୍ଚିତ ତ?
ଏହା ପରେ ଓଶୋ କହିଥିଲେ େଯ ଆମ ଶାସ୍ତ୍ରମାନ ଯେଉଁ ଭାଶରେ ଲିଖିତ, ଆମେ ଧରି ନେଉ ଈଶ୍ବର କେବଳ ସେହି ଭାଷା ବୁଝନ୍ତି। କିନ୍ତୁ ସତ କହିଲେ ଈଶ୍ବର କେବଳ ମନ ଓ ହୃଦୟର ଭାବ ଓ ଭାଷାକୁ ବୁଝନ୍ତି। ସେହି ଗୋଟିଏ ଭାଷା ତାଙ୍କୁ ମାଲୁମ।
କଥାଟିଏ-ଯାଯାବର: ଈଶ୍ବର ବୁଝୁଥିବା ଭାଷା
ଭଗବାନ କେଉଁ ଭାଷାର ପ୍ରାର୍ଥନା ବୁଝନ୍ତି? ଇହୁଦୀମାନେ ଭାବନ୍ତି ହିବ୍ର୍ୟୁ ତ ହିନ୍ଦୁ ଭାବନ୍ତି ସଂସ୍କୃତ, ମୁସଲମାନ ଭାବନ୍ତି ଆରବୀୟ ଭାଷା ତ ଜୈନ ଭାବନ୍ତି ପ୍ରାକୃତ ଏବଂ ବୌଦ୍ଧ ଧର୍ମାବଲମ୍ବୀମାନେ ଭାବନ୍ତି ପାଲି ଭାଷା।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)