ଥରେ ରାଜାଙ୍କ ସୈନିକମାନେ ଜଣେ କିଶୋରକୁ ଆଣି ରାଜାଙ୍କ ସମକ୍ଷରେ ଛିଡ଼ା କଲେ। କିଶୋର ବିପକ୍ଷରେ ଅଭିଯୋଗ ଥିଲା ସଙ୍ଗିନ। କୁହାଗଲା ଯେ ସେ ପ୍ରକୃତରେ ପଡ଼ୋଶୀ ରାଜ୍ୟର ଏବ˚ ସେ ନିଜ ଦେଶର ରାଜାଙ୍କ ଗୁପ୍ତଚର ଭାବେ କାମ କରୁଛି ଓ ବିଭିନ୍ନ ପ୍ରକାର ଗୁପ୍ତ ତଥ୍ୟ ସ˚ଗ୍ରହ କରୁଛି।
କିଶୋରର ନିରୀହ ଚେହେରା ଦେଖିଲେ ଏ କଥାକୁ ବିଶ୍ବାସ କରି ହେଉ ନ ଥିଲା। ରାଜା ପଚାରିଲେ- ତୁମ ବିରୋଧରେ ଯେଉଁ ଅଭିଯୋଗ ଆସିଛି ସେ ସବୁ କ’ଣ ସତ୍ୟ?
କିଶୋର କହିଲା- ମହାରାଜ, ସବୁ ସତ।
ରାଜା କହିଲେ- ତୁମର ଦୁର୍ଭାଗ୍ୟ ତୁମେ ଗୁପ୍ତଚର କାମ କରୁ କରୁ ଧରାପଡ଼ିଗଲ। ଏବେ ତୁମେ ଆମକୁ ତୁମ ରାଜା ଓ ରାଜ୍ୟ ସମ୍ବନ୍ଧରେ ସବୁ ଗୁପ୍ତ ତଥ୍ୟ ଦେବ। ଏବେ କୁହ କ’ଣ ଜାଣିଛ?
କିଶୋର ଅବିଚଳିତ ଭାବେ କହିଲା- ଯାହା ବି ଜାଣିଛି କିଛି କହିବି ନାହିଁ। ଆପଣ ଯେତେ ଚେଷ୍ଟା କଲେ ବି ନୁହେଁ।
ଏହା ଶୁଣି ସେନାପତି କ୍ରୋଧରେ ଅସ୍ଥିର ହୋଇ ନିଜ ତରବାରିକୁ କୋଷମୁକ୍ତ କରି ତାଙ୍କ ଆସନରୁ ଚାଲି ଆସିଲେ ଏବ˚ ସେଇ ବାଳକର ବେକରେ ଲଗାଇ କହିଲେ- ତୋର ନିରୀହ ଚେହେରା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ତୁ ମୋତେ ଜାଣିନାହୁଁ। ରାଜ୍ୟ ଓ ରାଜାଙ୍କ ଶତ୍ରୁମାନଙ୍କ ପ୍ରାଣ ମୁଁ ଆନନ୍ଦରେ ନେଇପାରେ।
କିଶୋରଟି କହିଲା- ଆପଣ ପ୍ରାଣ ନେଇ ପାରନ୍ତି। ମୁଁ ମୋ ରାଜ୍ୟ ଓ ରାଜାଙ୍କ ଲାଗି ଆନନ୍ଦରେ ପ୍ରାଣ ଦେଇ ଦେଇପାରେ।
ଏବେ ରାଜା ସେନାପତିଙ୍କୁ ଅଟକାଇ ଦେଲେ। ସେ କହିଲେ- ଯେଉଁ ରାଜ୍ୟର ଜଣେ ବାଳକ ନିଜ ରାଜା ଓ ରାଜ୍ୟ ଲାଗି ଆନନ୍ଦରେ ପ୍ରାଣ ଦେଇ ଦେଇପାରେ, ସେ ରାଜ୍ୟ ଓ ରାଜା ମହାନ୍। ଏ କିଶୋରକୁ ଛାଡ଼ି ଦିଅ ଏବ˚ ତା’ ହାତରେ ପଡ଼ୋଶୀ ରାଜାଙ୍କ ନିକଟକୁ ମିତ୍ରତାର ସନ୍ଦେଶ ପଠାଅ।
କଥାଟିଏ-ଯାଯାବର: ଜଣେ ଗୁପ୍ତଚରର କଥା
ଥରେ ରାଜାଙ୍କ ସୈନିକମାନେ ଜଣେ କିଶୋରକୁ ଆଣି ରାଜାଙ୍କ ସମକ୍ଷରେ ଛିଡ଼ା କଲେ। କିଶୋର ବିପକ୍ଷରେ ଅଭିଯୋଗ ଥିଲା ସଙ୍ଗିନ। କୁହାଗଲା ଯେ ସେ ପ୍ରକୃତରେ ପଡ଼ୋଶୀ ରାଜ୍ୟର ଏବ˚ ସେ ନିଜ ଦେଶର ରାଜାଙ୍କ ଗୁପ୍ତଚର ଭାବେ କାମ କରୁଛି ଓ ବିଭିନ୍ନ ପ୍ରକାର ଗୁପ୍ତ ତଥ୍ୟ ସ˚ଗ୍ରହ କରୁଛି।
/sambad/media/media_files/4gXaeJpVRwjMhCybVeWv.jpg)