ଜଣେ ସାଧୁ ଗୋଟିଏ ମନ୍ଦିର ନିକଟରେ ବିଶ୍ରାମ ନେଉଥିଲେ। ସେଇ ମନ୍ଦିରକୁ ଅନେକ ଲୋକ ଯିବା ଆସିବା କରୁଥିଲେ। ସାଧୁ ଦେଖିଲେ ଯେ ସେମାନଙ୍କ ଭିତରୁ ଅନେକ ସେଇ ମନ୍ଦିରର ଗୋଟିଏ କୋଣରେ ରହିଥିବା ଏକ ଥାଳିରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା ରଖୁଥାଆନ୍ତି।
ସାଧୁ ଏହାର କାରଣ କ’ଣ ବୋଲି ପଚାରିଲେ। ମନ୍ଦିରର ପୂଜକ କହିଲେ- ଏଇ ମନ୍ଦିରରେ ପୂଜା ପାଉଥିବା ଦେବତା ଭାରି ପ୍ରତ୍ୟକ୍ଷ। ଏତେ ପ୍ରତ୍ୟକ୍ଷ ଯେ ଡାକିଲା ମାତ୍ରକେ ‘ଓ’ ବୋଲି କହନ୍ତି। ତେଣୁ ଏଠାକୁ ଅନେକ ସ˚ଖ୍ୟାରେ ଶ୍ରଦ୍ଧାଳୁ ଆସି ମାନସିକ କରନ୍ତି। ମାନସିକ ପୂରଣ ହେଲେ ସେମାନେ ପ୍ରତିଜ୍ଞା କରିଥିବା ନିର୍ଦ୍ଦିଷ୍ଟ ପରିମାଣର ଅର୍ଥକୁ ଏହି ଥାଳିରେ ଅର୍ପଣ କରନ୍ତି। ଆପଣ ଜଣେ ସାଧୁ ମହାତ୍ମାଙ୍କ ଭଳି ଦିଶୁଛନ୍ତି। ଆସନ୍ତୁ, ମନ୍ଦିରରେ ଦେବତାଙ୍କୁ ଦର୍ଶନ କରିବେ।
ଏ କଥା ଶୁଣି ସାଧୁ ଚଟ୍ କିନା ଉଠିପଡ଼ିଲେ ଏବ˚ କହିଲେ- ମୋର ଏଠାରୁ ଏଇ କ୍ଷଣି ଚାଲିଯିବା ଉଚିତ ହେବ।
ପୂଜକ ବିସ୍ମିତ ହୋଇ କାରଣ କ’ଣ ବୋଲି ପଚାରିବାରୁ ସାଧୁ କହିଲେ- ଆପଣ ଯାହା ସବୁ କହିଲେ ସେଥିରୁ ମୁଁ ଜାଣିଲି ଯେ ଆପଣ ଏଠାରେ ଜଣେ ଏମିତି ଠାକୁରଙ୍କୁ ରଖିଛନ୍ତି ଯିଏ ଆପଣମାନଙ୍କ କଥାରେ ଉଠବସ ହୁଅନ୍ତି। ଆପଣ ଡାକିଲା ମାତ୍ରକେ ଶୁଣନ୍ତି ଓ ଆପଣମାନେ ଯାହା କହନ୍ତି ଶୁଣିବା ମାତ୍ରକେ ତାକୁ ପାଳନ କରନ୍ତି। ପୁଣି ସେଥି ଲାଗି ଠାକୁରଙ୍କୁ ଆପଣମାନେ ପାରିଶ୍ରମିକ ବି ଦିଅନ୍ତି। ୟେ ତ ସା˚ଘାତିକ ବ୍ୟାପାର!
କଥାଟିଏ-ଯାଯାବର: ଠାକୁର ଓ ସାଧୁ
ଜଣେ ସାଧୁ ଗୋଟିଏ ମନ୍ଦିର ନିକଟରେ ବିଶ୍ରାମ ନେଉଥିଲେ। ସେଇ ମନ୍ଦିରକୁ ଅନେକ ଲୋକ ଯିବା ଆସିବା କରୁଥିଲେ। ସାଧୁ ଦେଖିଲେ ଯେ ସେମାନଙ୍କ ଭିତରୁ ଅନେକ ସେଇ ମନ୍ଦିରର ଗୋଟିଏ କୋଣରେ ରହିଥିବା ଏକ ଥାଳିରେ ଗୋଟିଏ ନିର୍ଦ୍ଦିଷ୍ଟ ପରିମାଣର ମୁଦ୍ରା ରଖୁଥାଆନ୍ତି।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)