ଜଣେ ସମୁରାଇ ଯୋଦ୍ଧା ଥିଲେ। ସେ ବିନିଦ୍ର ରଜନୀ ସାଧନା କରି ଯୁଦ୍ଧ କୌଶଳ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ। ସେ ଯେତେବେଳେ ଘରକୁ ଫେରିଲେ ଗୁରୁ ତାଙ୍କୁ କହିଲେ- ମିତ୍ରମାନଙ୍କ ଠାରୁ ସତର୍କ ଦୂରତା ବଜାୟ ରଖିବ। କାରଣ ସେଇମାନଙ୍କ ଭିତରେ ହିଁ ଶତ୍ରୁ ଥାଆନ୍ତି।
ଯୁବକ ନିଜ ସହରକୁ ଫେରିବା ପରେ ମିତ୍ରମାନଙ୍କୁ ପରଖିବାର ଉଦ୍ୟମ କଲେ। ଯେଉଁ ମିତ୍ରମାନେ ତାଙ୍କ କୌଶଳର ସମାଲୋଚନା କରୁଥିଲେ ବା ଛିଦ୍ର ପାଉଥିଲେ, ସେମାନଙ୍କୁ ସମୁରାଇ ଯୋଦ୍ଧା ପାଖରେ ପୂରାଇ ଦେଉ ନ ଥିଲେ। ସେ ଭାବୁଥିଲେ ସେମାନେ ଈର୍ଷାର ବଶବର୍ତ୍ତୀ ଓ ଶତ୍ରୁ। ଅନେକ ବନ୍ଧୁ କିନ୍ତୁ ତାଙ୍କ କୌଶଳର ପ୍ରଶଂସାରେ ଶତମୁଖ ଥିଲେ।
ସମୁରାଇ ଯୋଦ୍ଧାଙ୍କ ସ୍ନେହ ସେମାନଙ୍କ ଆଡ଼କୁ ଢଳିଲା। ସେ ସେହିମାନଙ୍କ ଗହଣରେ ଉଠାବସା କଲେ। ବନ୍ଧୁମାନେ ତାଙ୍କର ଅସାଧାରଣ ଯୁଦ୍ଧ କୌଶଳର ତାରିଫ କଲେ ସେ କୃତକୃତ୍ୟ ହେଉଥିଲେ।
କିଛି ଦିନ ପରେ ସେ ରାଜ୍ୟର ରାଜା ସୈନ୍ୟ ଦଳରେ ସାମିଲ କରିବା ଲାଗି ସମୁରାଇ ଯୋଦ୍ଧାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରିବା ଲାଗି ସ୍ଥିର କଲେ। ଏହି ଯୁବକ ସେଥିରେ ଜୟଯୁକ୍ତ ହେବା ନିଶ୍ଚିତ ବୋଲି ଭାବି ଗୁରୁ ମଧ୍ୟ ପ୍ରତିଯୋଗିତା ସ୍ଥଳକୁ ଗଲେ। କିନ୍ତୁ ସମସ୍ତଙ୍କୁ ନିରାଶ କରି ସମୁରାଇ ଯୋଦ୍ଧା ଜଣକ ଖରାପ ପ୍ରଦର୍ଶନ କଲେ।
ଏଥିରେ ଲଜ୍ଜିତ ଯୋଦ୍ଧା ପ୍ରତିଯୋଗିତାର ଶେଷରେ ଗୁରୁଙ୍କୁ ଭେଟିବାରୁ ଗୁରୁ ବୁଝାଇ ଦେଇ କହିଲେ- ତୁମେ ପ୍ରକୃତ ମିତ୍ର ବାଛିବାରେ ଭୁଲ୍ କରିଛ ନିଶ୍ଚୟ। ତୁମ ଲାଗି ସେହିମାନେ ପରମ ମିତ୍ର, ଯେଉଁମାନେ ତୁମ କଡ଼ା ସମାଲୋଚକ। ପ୍ରଶଂସାକାରୀ ମିତ୍ରମାନେ ହେଉଛନ୍ତି ଶତ୍ରୁ। ଏହି ବିଚାର ରଖି ଆଗକୁ ଅଭ୍ୟାସ କର ନିଶ୍ଚୟ ସଫଳ ହେବ।
କଥାଟିଏ-ଯାଯାବର: ମିତ୍ର ଶତ୍ରୁ ଭେଦ
ଜଣେ ସମୁରାଇ ଯୋଦ୍ଧା ଥିଲେ। ସେ ବିନିଦ୍ର ରଜନୀ ସାଧନା କରି ଯୁଦ୍ଧ କୌଶଳ ଆୟତ୍ତ କରିବାରେ ସମର୍ଥ ହୋଇଥିଲେ। ସେ ଯେତେବେଳେ ଘରକୁ ଫେରିଲେ ଗୁରୁ ତାଙ୍କୁ କହିଲେ- ମିତ୍ରମାନଙ୍କ ଠାରୁ ସତର୍କ ଦୂରତା ବଜାୟ ରଖିବ।
/sambad/media/media_files/4gXaeJpVRwjMhCybVeWv.jpg)