ତିବ୍ବତରେ ଗୋଟିଏ ମଠ ଥିଲା, ଯେଉଁଠି ଜଣେ ବୌଦ୍ଧ ଗୁରୁ ସେମାନଙ୍କ ଶିଷ୍ୟଙ୍କୁ ନେଇ ରହୁଥିଲେ। ଥରେ ସେ କୌଣସି ଏକ ଦୂର ସ୍ଥାନକୁ ଯାତ୍ରା କଲେ। ତେବେ ଗୁରୁ ନ ଥିବା ବେଳେ ଆଶ୍ରମରେ ପହଞ୍ଚିଲେ ଗୁରୁଙ୍କ ଜଣେ ବନ୍ଧୁ। ସେ ସେଠାରେ ଆତିଥ୍ୟ ଲାଭ କଲେ।
ପର ଦିନ ସକାଳେ ଯାହା ତାଙ୍କୁ ମୁଗ୍ଧ କଲା, ତାହା ଥିଲା ଶିଷ୍ୟମାନେ ଶଯ୍ୟା ତ୍ୟାଗ କରିବା ପରେ ଏକ ନିର୍ଦ୍ଦିଷ୍ଟ ଦିଗ ଆଡ଼କୁ ମୁହଁ କରି ମଥା ନତ ପୂର୍ବକ ବିନମ୍ର ପ୍ରଣାମ ଜଣାଉଛନ୍ତି।
ଗୁରୁଙ୍କ ବନ୍ଧୁ ପଚାରିଲେ- ସେ ଦିଗକୁ ଚାହିଁ କାହିଁକି ପ୍ରଣିପାତ କରୁଛ?
ଜଣେ ଶିଷ୍ୟ କହିଲେ- ଆମ ଗୁରୁ ସେ ଦିଗରେ ଯାତ୍ରା କରିଛନ୍ତି।
ଗୁରୁଙ୍କ ବନ୍ଧୁ ଏଭଳି ଭକ୍ତି ଭାବ ଦେଖି ଚମତ୍କୃତ ହେଲେ। କିନ୍ତୁ ଯାହା ତାଙ୍କୁ ଆହୁରି ବିସ୍ମିତ କଲା, ତାହା ହେଲା ଶିଷ୍ୟମାନେ ଥାନ ଅଥାନରେ ଅଟକିି ଗଛ, ପଶୁପକ୍ଷୀ, ସରୋବର ସମସ୍ତଙ୍କୁ ପ୍ରଣିପାତ କରୁଛନ୍ତି। ଗୁରୁଙ୍କ ବନ୍ଧୁ କହିଲେ- ଧନ୍ୟ ଏ ପ୍ରକାର ଶିକ୍ଷା। ଏହି ଶିଷ୍ୟମାନେ ସମସ୍ତଙ୍କ ଠାରେ ଦେବତ୍ବ ଦେଖୁଛନ୍ତି ନିଶ୍ଚିତ।
କିଛି ଦିନ ପରେ ଗୁରୁ ଫେରିଲେ। ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେଲା ବେଳେ ବନ୍ଧୁ ଏହି ପ୍ରସଙ୍ଗଟି ଉଠାଇଲେ। ସେ କହିଲେ- ତୁମ ଶିଷ୍ୟମାନଙ୍କୁ ଦେଖି ମନ ପୂରିଗଲା। ସେମାନେ ସମସ୍ତଙ୍କୁ ଭକ୍ତିର ସହିତ ପ୍ରଣାମ କରୁଛନ୍ତି।
ଗୁରୁ ଏହା ଶୁଣି ହସିଲେ ଓ କହିଲେ- ସେମାନେ ନିର୍ଦ୍ଦିଷ୍ଟ ଭାବେ କାହା ପ୍ରତି ପ୍ରଣାମ କରୁ ନାହାନ୍ତି। ସେମାନଙ୍କ ଲାଗି ସୂର୍ଯ୍ୟଙ୍କୁ ପ୍ରଣାମ କରିବା ଯାହା, କୌଣସି ଫୁଲକୁ ପ୍ରଣାମ କରିବା ମଧ୍ୟ ତାହା। କାହା ଉଦ୍ଦେଶ୍ୟରେ ପ୍ରଣାମ କରାଯାଉଛି, ତାହା ଏଠି ଗୁରୁତ୍ବପୂର୍ଣ୍ଣ ନୁହେଁ। ମହତ୍ତ୍ବପୂର୍ଣ୍ଣ କଥା ହେଲା ପ୍ରଣାମ କରିବା ଭଳି ବିନମ୍ରତାର ବୋଧରେ ଭରିଯିବା। ନଇଁ ଜାଣିବା ହେଉଛି ବଡ଼ କଥା ଏବଂ ସେମାନେ ନଇଁ ଜାଣିବାକୁ ଆଚରଣଗତ କରିବାର ଅଭ୍ୟାସ କରୁଛନ୍ତି।
କଥାଟିଏ-ଯାଯାବର: ନଇଁ ଜାଣିବା ବଡ଼ କଥା
ତିବ୍ବତରେ ଗୋଟିଏ ମଠ ଥିଲା, ଯେଉଁଠି ଜଣେ ବୌଦ୍ଧ ଗୁରୁ ସେମାନଙ୍କ ଶିଷ୍ୟଙ୍କୁ ନେଇ ରହୁଥିଲେ। ଥରେ ସେ କୌଣସି ଏକ ଦୂର ସ୍ଥାନକୁ ଯାତ୍ରା କଲେ। ତେବେ ଗୁରୁ ନ ଥିବା ବେଳେ ଆଶ୍ରମରେ ପହଞ୍ଚିଲେ ଗୁରୁଙ୍କ ଜଣେ ବନ୍ଧୁ। ସେ ସେଠାରେ ଆତିଥ୍ୟ ଲାଭ କଲେ।
/sambad/media/media_files/4gXaeJpVRwjMhCybVeWv.jpg)