ଜଣେ ଚାଷୀ ମୃତ୍ୟୁ ବେଳକୁ ତାଙ୍କର ଜମିକୁ ଦୁଇ ପୁଅଙ୍କୁ ସମାନ ଭାବେ ବାଣ୍ଟିଦେଲେ। ହେଲେ କଥା ହେଲା, ଗେଲ ବସରର ବଡ଼ ପୁଅକୁ ଦେଲେ ଭଲ ଓ ଉର୍ବର ଜମି ଏବ˚ ସାନ ପୁଅକୁ ମିଳିଲା ପଥୁରିଆ ଓ ବନ୍ଧ୍ୟା ଜମିର ଚକଡ଼ା। ଏଭଳି ଜମି ବଣ୍ଟାକୁ ସମସ୍ତେ ସମାଲୋଚନା କଲେ। କିନ୍ତୁ ସାନ ପୁଅ ବାପା କରିଥିବା ବିଚାର ନେଇ କିଛି କହିଲା ନାହିଁ।
ଦିନ ବିତିଗଲା। ବଡ଼ ପୁଅକୁ ବିଶେଷ କିଛି କରିବାକୁ ହେଲା ନାହିଁ। ସେ ଘରେ ବସି ତା’ ଜମିରୁ ଭଲ ଅମଳ ପାଇଲା ଓ ଆରାମରେ ରହିଲା। କିନ୍ତୁ ସାନ ପୁଅ ତା’ ଭାଗର ଜମିରୁ ଫସଲ ପାଇବା ଲାଗି ହାଡ଼ ଭାଙ୍ଗିଦେଲା। ଅନେକ ପରିଶ୍ରମ ଓ କୌଶଳ କରି ଜମିକୁ ପାଣି ନେବାର ବ୍ୟବସ୍ଥା କଲା। ଚାଷବାସର କିସମକୁ ନେଇ କେତେ ପରୀକ୍ଷାନିରୀକ୍ଷା କଲା। ଜମିରୁ କେମିତି ଭଲ ଫସଲ ମିଳିବ ସେଥି ଲାଗି ଦିନ ରାତି ଉଦ୍ୟମ କଲା। ଧୀରେ ଧୀରେ ତା’ ଜମିରେ ଭଲ ଫସଲ ହେଲା। ବଡ଼ ଭାଇ ଭଳି ଭଲ ଅମଳ କଲା। ହେଲେ ସେତେ ବେଳକୁ ଯୁଗ ବିତିଯାଇଥିଲା।
ଦିନକର କଥା। ସାନ ଭାଇର ସ୍ତ୍ରୀ ପଚାରିଲା- ବାପା, ତୁମ ପ୍ରତି କେତେ ଅନ୍ୟାୟ କଲେ। ସେଥିଲାଗି ଆମେମାନେ କେତେ କ’ଣ ସହିଲେ। କିନ୍ତୁ ତୁମେ ତ କାହିଁ କେବେ ହେଲେ ଥରେ ଏ ଅନ୍ୟାୟ ବିରୋଧରେ ତୁଣ୍ତ ଖୋଲିଲ ନାହିଁ?
ସାନ ପୁଅ କହିଲା- ବାପା ଅନ୍ୟାୟ କରି ନଥିଲେ। ବାପା ଥିଲେ ବିଚାରବନ୍ତ। ସେ ଜାଣିଥିଲେ ଯେ ଏ ବନ୍ଧ୍ୟା ଜମିରୁ କେବଳ ତାଙ୍କ ସାନ ପୁଅ ହିଁ ଫସଲ ଉପୁଜାଇ ପାରିବ। ଦେଖ, ସେ ଜମିକୁ ଶସ୍ୟ ଶ୍ୟାମଳା କରିବା ଭିତରେ ମୁଁ କେତେ କ’ଣ ଶିଖିଯାଇଛି। ଜଣେ ସାଧାରଣ ଚାଷୀ କେବେ ତାହା ଶିିଖି ପାରିବ ନାହିଁ। ମୋର ଧୈର୍ଯ୍ୟ, ସ˚ଯମ, ଦୃଢ଼ତା ଓ ଆତ୍ମବଳ ବଢ଼ିଛି। ତେଣୁ ବାପା ଆମ କୃତଜ୍ଞତାର ଆସ୍ପଦ।
କଥାଟିଏ-ଯାଯାବର: ବାପାଙ୍କ ବିଚାର
ଜଣେ ଚାଷୀ ମୃତ୍ୟୁ ବେଳକୁ ତାଙ୍କର ଜମିକୁ ଦୁଇ ପୁଅଙ୍କୁ ସମାନ ଭାବେ ବାଣ୍ଟିଦେଲେ। ହେଲେ କଥା ହେଲା, ଗେଲ ବସରର ବଡ଼ ପୁଅକୁ ଦେଲେ ଭଲ ଓ ଉର୍ବର ଜମି ଏବ˚ ସାନ ପୁଅକୁ ମିଳିଲା ପଥୁରିଆ ଓ ବନ୍ଧ୍ୟା ଜମିର ଚକଡ଼ା।
/sambad/media/media_files/4gXaeJpVRwjMhCybVeWv.jpg)