ଥରେ ବୃଦ୍ଧ ମୁଲ୍ଲା ନସିରୁଦ୍ଦିନ ଗୋଟିଏ ହାତରେ ସଉଦାପତ୍ର ଭରା ମୁଣିଟିଏ ଧରି ମୁଣ୍ଡ ପୋତି ପୋତି ରାସ୍ତାରେ ଯାଉଥିଲେ। ହଠାତ୍ ଗୋଟିଏ ଛୁଅାର ବିକଳ କାନ୍ଦଣା ଶୁଣି ସେ ଠିଅା ହୋଇଗଲେ। ମୁଣ୍ଡ ଉଠାଇ ଦେଖନ୍ତି ତ ଗାଁର ସବୁଠାରୁ ଦୁର୍ଦ୍ଦାନ୍ତ ଲୋକଟି ତା’ର ଛୋଟ ଛୁଅାକୁ ବାଡ଼ଉଛି। ମୁଲ୍ଲାଙ୍କ ପାଟିରୁ ବାହାରି ଗଲା- ୟେ ତୋ ପାଖକୁ ଫେରିବ। ତା’ ପରେ ମୁଲ୍ଲା ପୁଣି ନିଜ ବାଟରେ ଯିବାକୁ ବାହାରିଲେ।
ତେବେ ଏ କଥାଟି ସେ ଗୁଣ୍ଡାର କାନରେ ପଡ଼ି ଯାଇଥିଲା। ସେ ମୁଲ୍ଲାଙ୍କ ନିକଟକୁ ଅାସି କହିଲା- ମୁଲ୍ଲା, ଶୁଣ। ତୁମେ ଯାହା କହିଲ ତାହା ମୋତେ ବୁଝାଇ ଦେଇ ଯାଅ।
ମୁଲ୍ଲା କହିଲେ- ମୁଁ କେବଳ ଏତିକି କହିଥିଲି ଯେ ୟେ ତୋ ପାଖକୁ ଫେରିବ।
ଏହା ଶୁଣି ଗୁଣ୍ଡା ଜୋରରେ ହସି ଉଠିଲା। ସେ ତାଚ୍ଛଲ୍ୟଭରା ସ୍ୱରରେ କହିଲା- କିଏ ଫେରାଇବ? ତୁମେ କହିବାକୁ ଚାହଁ କି ଛୁଅାଟିକୁ ବାଡ଼ଉଥିଲି ବୋଲି ଭଗବାନ ମୋତେ ଦଣ୍ଡ ଦେବେ? ୟେ ସବୁ ବାଜେ କଥା। ମୋ ଦେହରେ ହାତ ମାରିବାକୁ କାହାର ସାହସ ଅଛି?
ମୁଲ୍ଲା ବଡ଼ କରୁଣ ଭାବେ ହସିଲେ ଓ କହିଲେ- ବାବୁ ମୁଁ ତୋ ଭଳି ଥିବା ବେଳେ ମୋ ପୁଅକୁ ନିସ୍ତୁକ ବାଡ଼ଉଥିଲି। ମୋ କଥାରେ ତାକୁ ଉଠ ବସ କରାଉଥିଲି। ସେତେବେଳେ ମୁଁ ଭୁଲି ଯାଇଥିଲି ଯେ ୟେ ସବୁ ମୋ ପାଖକୁ ଦିନେ ଫେରିବ। ମୁଁ ବୁଢ଼ା ହେଲି ଓ ଏବେ ସେ ଯୁବକ। ଏବେ ମୋ ଅବସ୍ଥା ଦେଖ। ଏବେ ତାକୁ ଦେଖିଲେ ମୁଁ ଭୟରେ ଥରହର। ତା’ କଥାରେ ଉଠୁଛି ଓ ବସୁଛି। ତେଣୁ ତୋତେ ଏହା କିଏ ଫେରାଇବ ବୋଲି ପଚାରନା। ତୁ ଏବେ ଯେମିତି ବ୍ୟବହାର ଦେଖାଇବୁ ସେ ବ୍ୟବହାର ତୋ ପାଖକୁ ଦିନେ ଫେରିବ। ତେଣିକି ତୋର ଇଚ୍ଛା।
କଥାଟିଏ-ଯାଯାବର: ଦିନେ ଫେରିବ
ଥରେ ବୃଦ୍ଧ ମୁଲ୍ଲା ନସିରୁଦ୍ଦିନ ଗୋଟିଏ ହାତରେ ସଉଦାପତ୍ର ଭରା ମୁଣିଟିଏ ଧରି ମୁଣ୍ଡ ପୋତି ପୋତି ରାସ୍ତାରେ ଯାଉଥିଲେ। ହଠାତ୍ ଗୋଟିଏ ଛୁଅାର ବିକଳ କାନ୍ଦଣା ଶୁଣି ସେ ଠିଅା ହୋଇଗଲେ। ମୁଣ୍ଡ ଉଠାଇ ଦେଖନ୍ତି ତ ଗାଁର ସବୁଠାରୁ ଦୁର୍ଦ୍ଦାନ୍ତ ଲୋକଟି ତା’ର ଛୋଟ ଛୁଅାକୁ ବାଡ଼ଉଛି।
/sambad/media/media_files/4gXaeJpVRwjMhCybVeWv.jpg)