ତିବ୍ବତର ଏକ ହାଡ଼ ଭଙ୍ଗା ଶୀତ ଦିନର ନିଶାର୍ଦ୍ଧ। ଗୋଟିଏ ବୌଦ୍ଧ ଗୁରୁଙ୍କ ଅାଶ୍ରମରେ ଶତାୟୁ ଗୁରୁ ଶେଷ ଶଯ୍ୟାରେ, ଯାହାଙ୍କୁ ଘେରି ବସିଥାଆନ୍ତି ଅନେକ ଶିଷ୍ୟ। ବହୁ ଲୋକଙ୍କ ବାରମ୍ବାର ଅନୁରୋଧରେ ଗୁରୁ ତାଙ୍କ ଦୀର୍ଘ କାଳର ସତ୍ୟ ଉପଲବ୍ଧିର ଅନୁଭୂତି ସଂବଳିତ ପୁସ୍ତକ ଲେଖିଥଆନ୍ତି, ଯାହାକୁ ସେ ନିଜ ମହାପ୍ରସ୍ଥାନ ପୂର୍ବରୁ ଯୋଗ୍ୟତମ ଶିଷ୍ୟକୁ ଦେଇ ଯିବେ। ସେଇ ବେଳକୁ ଅପେକ୍ଷା।
ଗୁରୁ ଇଙ୍ଗିତ କଲେ ଓ ତାଙ୍କର ପ୍ରିୟତମ ଶିଷ୍ୟ ଏକ ବନ୍ଦ ସିନ୍ଦୁକରୁ ପାଣ୍ଡୁଲିପିଟିଏ ବାହାରି କରି ଆଣିଲେ। ସମସ୍ତେ ଉତ୍ସୁକ ଯେ ପାଣ୍ଡୁଲିପି ଭିତରେ ଥିବା ପ୍ରଜ୍ଞାର ମୁକ୍ତାମାନ ସାଉଁଟି ନେବେ।
ଏଣେ ଶୀତର ପ୍ରକୋପ ବଢ଼ି ଚାଲିଛି। ନିଆଁରେ ଦେବା ଲାଗି ଜାଳ ନିଃଶେଷ ପ୍ରାୟ! ଶିଷ୍ୟ ଜଣକ ପାଣ୍ଡୁଲିପିଟିକୁ ନିକ୍ଷେପ କଲେ ନିଆଁ ଭିତରକୁ। ଅବିଶ୍ବାସର ଆର୍ତ୍ତନାଦ ଶୁଭିଲା ଶିଷ୍ୟମାନଙ୍କ କଣ୍ଠରୁ- କ’ଣ କଲ ତୁମେ?
ଅନ୍ତିମ କ୍ଷଣରେ ଗୁରୁଙ୍କ ସ୍ବର ଅସ୍ପଷ୍ଟ ହୋଇ ଆସୁଥିଲା। ସେ ଈଷତ୍ ହସି କହିଲେ- ସାବାସ। ଏବେ ମୁଁ ଶାନ୍ତିରେ ମରିବି। କାରଣ ମୋର ଯୋଗ୍ୟ ଉତ୍ତରାଧିକାରୀଙ୍କୁ ମୁଁ ପାଇଗଲି।
ଶିଷ୍ୟମାେନ ପଚାରିଲେ- କେମିତି?
ଗୁରୁ କହିଲେ- ଏ ପାଣ୍ଡୁଲିପିକୁ ପୋଡ଼ି ଦେବାର ଅର୍ଥ ହେଲା ସେ ହିଁ ବୁଝିଛି ଯେ ସତ୍ୟ ହେଉଛି କେବଳ ଉପଲବ୍ଧି କରିବାର ବିଷୟ, ଏହାକୁ ଶବ୍ଦରେ ବ୍ୟାଖ୍ୟା କରିବା ଅସମ୍ଭବ। ସେ ବୁଝିଛି ଯେ ପ୍ରତ୍ୟେକ ନିଜ ନିଜ ମାର୍ଗରେ ସତ୍ୟର ଉପଲବ୍ଧି କରିବା ଉଚିତ। ମୋ’ ଅନୁଭୂତି ସହିତ ତୁମ ଅନୁଭୂତି ମେଳ ଖାଇ ନ ପାରେ। ତେଣୁ ଏଭଳି ପୁସ୍ତକ ମୂଲ୍ୟହୀନ। ପ୍ରକୃତରେ ଏହି ପାଣ୍ଡୁଲିପିରେ କିଛି ଲେଖା ନ ଥିଲା। କାରଣ ଲେଖିବା ଲାଗି ମୋ’ ପାଖରେ ଶବ୍ଦ ନ ଥିଲା।
କଥାଟିଏ-ଯାଯାବର: ପ୍ରଜ୍ଞାର ପାଣ୍ଡୁଲିପି
ତିବ୍ବତର ଏକ ହାଡ଼ ଭଙ୍ଗା ଶୀତ ଦିନର ନିଶାର୍ଦ୍ଧ। ଗୋଟିଏ ବୌଦ୍ଧ ଗୁରୁଙ୍କ ଅାଶ୍ରମରେ ଶତାୟୁ ଗୁରୁ ଶେଷ ଶଯ୍ୟାରେ, ଯାହାଙ୍କୁ ଘେରି ବସିଥାଆନ୍ତି ଅନେକ ଶିଷ୍ୟ। ବହୁ ଲୋକଙ୍କ ବାରମ୍ବାର ଅନୁରୋଧରେ ଗୁରୁ ତାଙ୍କ ଦୀର୍ଘ କାଳର ସତ୍ୟ ଉପଲବ୍ଧିର ଅନୁଭୂତି ସଂବଳିତ ପୁସ୍ତକ ଲେଖିଥଆନ୍ତି....
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)