ଥରେ ଜଣେ ଅନୁଗାମୀ ୟୁଜିକେଙ୍କୁ ପଚାରିଲେ-ଆମେମାନେ କାହିଁକି କ୍ଷୁଦ୍ରମନା ହେଉ, କାହିଁକି ଛୋଟ ବିଚାର ଦ୍ବାରା ଭରି ହୋଇଯାଉ?
ୟୁଜିକେ କହିଲେ- ପଚାରିଲଣି ଯେବେ, ଶୁଣ ଏହି କଥାଟିଏ। ଥରେ ମୁଲ୍ଲା ନସିରୁଦ୍ଦିନ ମାଛ ମାରିବାକୁ ଗଲେ। ସେ ଦିନ ତାଙ୍କ ଭାଗ୍ୟ ଭଲ ଥିଲା। ବନ୍ଶୀ ଖଡ଼ାରେ ବହୁତ ମାଛ ପଡ଼ିଲେ। କିନ୍ତୁ ମୁଲ୍ଲାଙ୍କ କ୍ଷେତ୍ରରେ ଯାହା ସର୍ବଦା ଦେଖାଯାଏ, ତାହା ହେଲା। ସେ ଛୋଟ ଛୋଟ ମାଛ ରଖି ବଡ଼ ବଡ଼ ମାଛ ନଈରେ ଛାଡ଼ିଦେଲେ।
ଏ କଥା ଦେଖିଲା ମୁଲ୍ଲାଙ୍କ ପରିଚିତ ଫଜଲୁ। ସେ କହିଲା- ମୁଲ୍ଲା, ଏ କ’ଣ କରୁଛ? ଛୋଟ ଛୋଟ ମାଛ ରଖୁଛ ଅଥଚ ବଡ଼ ବଡ଼ ମାଛ ଛାଡ଼ି ଦେଉଛ? ବଡ଼ ମାଛ ଖାଇବାରେ ସିନା ମଜା ଥାଏ।
ମୁଲ୍ଲା କହିଲେ- ବାବୁ, ମୁଁ ବି ଜାଣିଛି ଯେ ବଡ଼ ମାଛରେ ଅଲଗା ମଜା। କିନ୍ତୁ କରିବି କ’ଣ? ଆମ ଘରର କଡ଼େଇ ଛୋଟ। କେବଳ ଛୋଟ ମାଛ ତରକାରି ଧରିବ। ବଡ଼ ମାଛ ଲାଗି କଡ଼େଇ ଛୋଟ ପଡ଼ିବ।
ଫଜଲୁ କହିଲା- ତାହା ହେଲେ ବଡ଼ କଡ଼େଇଟିଏ କିଣି ଦେଉନା?
ମୁଲ୍ଲା କହିଲେ- ମୋ ଲାଗି ହାଟକୁ ଯାଇ ବଡ଼ କଡ଼େଇ ଆଣିବା ଭାରି ଝିଂଝଟ କଥା। ତା’ ଠାରୁ ସହଜ ହେଲା ବଡ଼ ମାଛ ପାଇଲେ ତାକୁ ପାଣିରେ ଛାଡ଼ି ଦେବା।
କଥାଟା କହିସାରି ୟୁଜିକେ କହିଲେ- ମୁଲ୍ଲା ବଡ଼ କଡ଼େଇ କିଣିବେ ନାହିଁ କି ବଡ଼ ମାଛ ଖାଇବେ ନାହିଁ। ସେହି ଭଳି ଆମେମାନେ ଆମ ବିଚାର ବୁଦ୍ଧିକୁ ଛୋଟ କରି ରଖିଥିବାରୁ ସବୁ ଛୋଟ କଥା ସେଥିରେ ପାକ ହେଉଛି। ବିଚାର ବୁଦ୍ଧିକୁ ବଡ଼ କଲେ ଆମେମାନେ ବଡ଼ ବା ଉଚ୍ଚ ମନା ହୋଇପାରିବା।
କଥାଟିଏ-ଯାଯାବର: ଛୋଟ ବିଚାର କାହିଁକି?
ୟୁଜିକେ କହିଲେ- ପଚାରିଲଣି ଯେବେ, ଶୁଣ ଏହି କଥାଟିଏ। ଥରେ ମୁଲ୍ଲା ନସିରୁଦ୍ଦିନ ମାଛ ମାରିବାକୁ ଗଲେ। ସେ ଦିନ ତାଙ୍କ ଭାଗ୍ୟ ଭଲ ଥିଲା। ବନ୍ଶୀ ଖଡ଼ାରେ ବହୁତ ମାଛ ପଡ଼ିଲେ। କିନ୍ତୁ ମୁଲ୍ଲାଙ୍କ କ୍ଷେତ୍ରରେ ଯାହା ସର୍ବଦା ଦେଖାଯାଏ, ତାହା ହେଲା।
/sambad/media/media_files/4gXaeJpVRwjMhCybVeWv.jpg)