ୟୁଜିକେଙ୍କୁ ତାଙ୍କର ଜଣେ ଅନୁଗାମୀ ପ୍ରଶ୍ନ କଲେ- ମୃତ୍ୟୁର ଭୟ ଗ୍ରାସ କରୁଛି। ସେଥିରୁ ମୁକ୍ତି ମିଳିବ କିଭଳି?
ୟୁଜିକେ କହିଲେ- ସତ କଥା ହେଲା ମୃତ୍ୟୁ ହେଉଛି ଏହି ସଂସାରର ଏକମାତ୍ର ସତ୍ୟ, ଅଥଚ ତାକୁ ମଣିଷ ଗ୍ରହଣ କରି ନ ଥାଏ। ପ୍ରତି ଦିନ ପୃଥିବୀରେ ଲକ୍ଷ ଲକ୍ଷ ଲୋକ ମରନ୍ତି, ତଥାପି ମନୁଷ୍ୟର ଚେତନାକୁ ଏହି ପରମ ସତ୍ୟ ପ୍ରବେଶ କରେ ନାହିଁ। କାହାର ମୃତ୍ୟୁ ହୋଇଗଲେ ଲୋକେ ଏମିତି ବିସ୍ମୟ ପ୍ରକଟ କରନ୍ତି, ସତେ ଯେମିତି ଅମର ରହିବା ଆମର ନିୟତି। ତେଣୁ ମୃତ୍ୟୁର ଭୟରୁ ରକ୍ଷା ପାଇବା ଲାଗି ପ୍ରଥମେ ଆମକୁ ଏହି ଏକମାତ୍ର ସତ୍ୟଟିକୁ ସ୍ବୀକାର କରିବାକୁ ହେବ। ଏହାକୁ ସ୍ବୀକାର କରୁ ନ ଥିବାରୁ ମଣିଷ ମୃତ୍ୟୁ ଠାରୁ ଦୂରେଇ ରହିବାକୁ ଅନ୍ତଃକରଣରେ ଇଚ୍ଛା କରେ ଏବଂ ତେଣୁ ମୃତ୍ୟୁକୁ ଭୟ କରେ।
ସକ୍ରେଟିସ୍ ହେମଲକ୍ ନାମକ ବିଷ ପାନ କରି ମରିବାକୁ ଯାଉଥିବା ବେଳେ ଜଣେ କେହି ପ୍ରଶ୍ନ କଲେ- ମରଣକୁ ଭୟ ଲାଗୁ ନାହିଁ?
ସକ୍ରେଟିସ୍ ଟିକିଏ ହସି କହିଲେ- ମୁଁ ଦୁଇ ପ୍ରକାର କଥା ଶୁଣେ। ଦଳେ କହନ୍ତି ଆତ୍ମା ଅମର ଏବଂ ମୃତ୍ୟୁରେ କେବଳ ଶରୀରର ଅବସାନ ହୁଏ। େସଭଳି ସ୍ଥଳେ ମୃତ୍ୟୁ ତ ନାହିଁ, ଭୟ କାହାକୁ? ଆର ଦଳକ କହନ୍ତି ଯେ ମୃତ୍ୟୁ ସହିତ ସବୁ କିଛି ସରିଯାଏ। କିଛି ଅମର ନୁହେଁ। ସେଇ କଥା ଅନୁସାରେ ମଲା ପରେ ତ ସବୁ ଶେଷ, ଭୟର କାରଣ କ’ଣ?
ମୃତ୍ୟୁର ଭୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)