ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଓ ଦାର୍ଶନିକ ଗୁର୍ଜିଏଫ୍ ବାଳକାବସ୍ଥାରେ ନିଜ େଜଜେମା’ଙ୍କ ଠାରୁ ତାଙ୍କ ବିଶାଳ ଅନୁଭୂତିରୁ କୌଣସି ଏକ ମୂଲ୍ୟବାନ ଶିକ୍ଷା ଲାଭ କରିବାକୁ ଚାହିଁବାରୁ ଜେେଜମା’ କହିଲେ- ପୁଅ, ଗୋଟିଏ କଥା ମାନିବୁ। ଲୋକେ ସବୁ କାମକୁ ଯାହା ଯେମିତି କରନ୍ତି, ସେମିତି କରିବୁ ନାହିଁ। ଭିନ୍ନ ପ୍ରକାରେ କରିବୁ। ଗୁର୍ଜିଏଫ୍ଙ୍କ ମନକୁ କଥାଟା ଛୁଇଁ ଗଲା।
ତା’ ପରେ ଜେଜେମା’ କହିଲେ- କାଲି ମୁଁ ହୁଏ’ତ ତୋତେ ଦେଖିବାକୁ ନ ଥିବି। ତେଣୁ ଏବେ ତୋ’ର ପରୀକ୍ଷା ନେବି। ଏଇ ଗଛ ମୂଳରେ ଯେଉଁ ଆପଲ୍ ପଡ଼ିଛି, ତାକୁ ଖାଇଲୁ ଦେଖିବା?
ଗୁର୍ଜିଏଫ୍ ତା’ର ମର୍ମ ବୁଝିଲେ। ଫଳଟିକୁ ଖାଇବାକୁ ହେବ କିନ୍ତୁ ଭିନ୍ନ ଢଙ୍ଗରେ। ସେ ତାକୁ ଉଠାଇଲେ, ତାକୁ କାନ ପାଖରେ ରଖି କିଛି ଶୁଣିବାକୁ ଚେଷ୍ଟା କଲେ। ତାକୁ ଆଖି ପାଖକୁ ନେଇ ନିରେଖି ଦେଖିଲେ। ହାତେର ତା’ର କଂପନ ଅନୁଭବ କଲେ। ତା’ ପରେ ତାକୁ ଖାଇଲେ। ଜେଜେମା’ ଖୁସି ହୋଇ ତାଙ୍କୁ ଆଶୀର୍ବାଦ କଲେ।
ଏହି ଶିକ୍ଷା ଗୁର୍ଜିଏଫ୍ଙ୍କ ଜୀବନ ଧାରାେର ପରିଣତ ହେଲା। ସବୁ କାମକୁ ସେ ଭିନ୍ନ ବାଗରେ କଲେ। ଲୋକେ ତାଙ୍କୁ ଏଥି ଲାଗି ପାଗଳ ବୋଲି କହିବାକୁ ଲାଗିଲେ।
ପରେ ଏହା ଗୁର୍ଜିଏଫ୍ଙ୍କ ଦର୍ଶନର ଆଧାର ହେଲା, ଯାହାର ନାମ ସେ ଦେଇଥିଲେ ‘ଦ ଲ’ ଅଫ୍ ଅଦର୍ୱାଇଜ୍’।
ଗୁର୍ଜିଏଫ୍ କହିଥିଲେ ଯେ ଏହାର ଅଭ୍ୟାସ ତାଙ୍କୁ ଏକ ଭିନ୍ନ ମଣିଷେର ପରିଣତ କଲା। ଅନ୍ୟ ବ୍ୟକ୍ତିମାନଙ୍କ ମତ ବା ଧାରଣା ତାଙ୍କ ଲାଗି କୌଣସି ଅର୍ଥ ରଖିଲା ନାହିଁ। ପ୍ରଥା ଓ ପରଂପରାର ଭିଡ଼ ଭିତରେ କେମିତି ଭିନ୍ନ ଓ ସ୍ବାଧୀନ ଭାେବ ତଥା ଏକାକୀ ରହିହୁଏ, ତାହା ତାଙ୍କର ଆୟତ୍ତ ହୋଇଗଲା। ସାରା ଜୀବନ ଏକ ସାଧନାରେ ପରିଣତ ହୋଇଗଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର