ବର ନା ଅଭିଶାପ!

କଥାଟିଏ-ଯାଯାବର

ଜଣେ ବ୍ୟକ୍ତି ଥରେ ‌େଦୖବାତ୍‌ ଈଶ୍ବରଙ୍କ ସାକ୍ଷାତ ପାଇଗଲେ। ଈଶ୍ବର ତାଙ୍କୁ ପଚାରିଲେ- କ’ଣ ଚାହୁଁଛୁ କହ?
‌େସ ବ୍ୟକ୍ତି କହିଲେ- ପ୍ରଭୁ, ଗୋଟିଏ କାମନା। ମୃତ୍ୟୁ ପରେ ଯେମିତି ସ୍ବର୍ଗକୁ ଯାଏ ସେହି ବର ପ୍ରଦାନ କରନ୍ତୁ।
ଈଶ୍ବର କହିଲେ- ଚିନ୍ତା କରି ବର ମାଗିବା କଥା। ତୁ ଏମିତି ଚଟ୍‌କିନା ମାଗି ଦେଉଛୁ କାହିଁକି? ଚିନ୍ତା କର।
ସେହି ବ୍ୟକ୍ତି କହିଲା- ପ୍ରଭୁ, ସ୍ବର୍ଗକୁ ଯିବାକୁ ଚାହୁଁଛି, ନର୍କକୁ ନୁହେ। ଏଥିରେ ପୁଣି ଦୁଇ ଥର ଚିନ୍ତା କରିବି କାହିଁକି?
ତା’ ପରେ ଈଶ୍ବର ତଥାସ୍ତୁ ବୋଲି କହି ଉଭେଇ ଗଲେ।
ସମୟ ଆସିବାରୁ ସେହି ବ୍ୟକ୍ତିଙ୍କ ଆତ୍ମା ମୃତ୍ୟୁ ପରେ ସ୍ବର୍ଗକୁ ଗଲା। ସେଠାରେ ତ ଚିରନ୍ତନ ଆନନ୍ଦ, ତେଣୁ ଭାରି ଖୁସିରେ ରହିଲା। ଏମିତି ଅନେକ ବର୍ଷ ବିତିଗଲା। ଆନନ୍ଦ ଲାଭର ଧାରାରେ ଟିକିଏ ବି ବ୍ୟତିକ୍ରମ ନାହିଁ। ଅନେକ ବର୍ଷ ପରେ ସେ ବିରକ୍ତ ହୋଇଗଲା। ସବୁଠାରୁ ପ୍ରିୟ ମିଷ୍ଟାନ୍ନ ବହୁତ ପରିମାଣରେ ଖାଇବା ପରେ ପାଟି ଯେମିତି ବାନ୍ଧିଯାଏ, ସେ ଭଳି ଅବସ୍ଥା। ସେ ତହିଁରୁ ମୁକ୍ତି ପାଇବାକୁ ଚାହିଁଲା। କିନ୍ତୁ ମୁକ୍ତି କାହିଁ?
ସେ କାନ୍ଦି ପକାଇଲା। ହେଲେ କିଛି ଉପାୟ ନ ଥିଲା। ଶେଷରେ ଆନନ୍ଦ ଲାଭ ବି ଏକ ଅଭିଶାପ ଭଳି ଲାଗିଲା। ସେ ବୁଝି ପାରିଲା ଯେ ଈଶ୍ବର କାହିଁକି ତାକୁ ଦୁଇ ଥର ଚିନ୍ତା କରିବା ଲାଗି କହିଥିଲେ!

ସମ୍ବନ୍ଧିତ ଖବର