ଜଣେ ସାଧୁ ତାଙ୍କ ଶିଷ୍ୟମାନଙ୍କୁ ନେଇ କୌଣସି ଏକ ସ୍ଥାନକୁ ଯାଉଥିବା ବେେଳ ଦେଖିଲେ ଯେ ଜଣେ ବ୍ୟକ୍ତି ଗୋଟିଏ ଗାଈକୁ ରସିରେ ବାନ୍ଧି ଭିଡୁଛି ଅଥଚ ଗାଈଟି ଜମାରୁ ଚଙ୍କୁ ନାହିଁ।
ସାଧୁ ସେଠି ଅଟକି ଯାଇ ଲୋକଟିକୁ କହିଲେ- କାହିଁକି ଗାଈର ଦାସ ହୋଇ ରହିଛ?
ସେହି ଲୋକଟି ଏହା ଶୁଣି ବିରକ୍ତିର ସହିତ କହିଲା- ମୋ ଗାଈ। ମୁଁ ମାଲିକ। ଏ ଗାଈ ମୋର ଦାସ। ଆପଣ ଓଲଟା କଥା କହୁଛନ୍ତି କାହିଁକି?
ସେ ଏମିତି କହିଲା ବେଳେ ରସିଟି ଦୈବାତ୍ ଛିଣ୍ଡିଗଲା ଏବଂ ଗାଈଟି ଦୌଡ଼ିଲା। ଲୋକଟି ମଧ୍ୟ ତା’ ପଛେ ପଛେ ଦୌଡ଼ିଲା।
ସାଧୁ ଏବେ ଶିଷ୍ୟଙ୍କୁ କହିଲେ- କିଏ ଏବେ କାହାକୁ ଟାଣୁଛି ଦେଖ। କିଏ ଆଗରେ ଓ କିଏ ପଛରେ ଦେଖ। କିଏ ମାଲିକ ଓ କିଏ ଦାସ ଦେଖ।
ତା’ ପରେ ସାଧୁ କହିଲେ- ସେ ଲୋକଟି ନିଜକୁ ମାଲିକ ବୋଲି କହୁଛି ସତ, କିନ୍ତୁ ଏ ପର୍ଯ୍ୟନ୍ତ ଗାଈ ଠାରୁ ଦାସର ବଶ୍ୟତା ହାସଲ କରି ପାରିନାହିଁ। ସେ ଯେଉଁ ଗାଈକୁ ତା’ର ଦାସ ବୋଲି କହୁଛି, ସେହି ଗାଈ ଏହି ମନୁଷ୍ୟଟିକୁ ଲୋଡ଼େ ନାହିଁ। ସେଥି ଲାଗି ସେ ପଳାୟନ କଲା। କିନ୍ତୁ ମନୁଷ୍ୟ ଜଣକ ଗାଈକୁ ଲୋଡ଼େ। ତେଣୁ ଗାଈ ଉପରେ ସେ ନିର୍ଭରଶୀଳ ଏବଂ ସେଥି ଲାଗି ତା’ ପଛରେ ଧାଇଁଛି। ଅଥଚ ବିଡ଼ମ୍ବନା ଯେ ସେ ଭାବୁଛି ଯେ ସେ େହଉଛି ମାଲିକ!
ମଣିଷ ଓ ଗାଈ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2019/11/footf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)