ଦୁଇ ଜଣ ସାଙ୍ଗ ଥିଲେ। ଜଣେ ବହୁତ ଡେଙ୍ଗା ତ ଆର ଜଣକ ବାମନ, ଡେଙ୍ଗା ଯୁବକର ଆଣ୍ଠୁ ପର୍ଯ୍ୟନ୍ତ ଉଚ୍ଚା। ସେ ଦୁହିଁଙ୍କର ଭାଗ୍ୟ ଭଲ ନ ଥିବାରୁ ସେମାନେ ଭାରି ମନ ଦୁଃଖରେ ଚଳୁଥିଲେ। ଦିନେ ସେମାନେ ଭଗବାନଙ୍କ ଦର୍ଶନ ପାଇଲେ। ଭଗବାନଙ୍କୁ ଭାଗ୍ୟ ମାଗିବାରୁ ଭଗବାନ କହିଲେ ଠିକ୍ ଅଛି ତୁମକୁ ଭାଗ୍ୟ ଦେବି। ମୋ ପାଖରେ ଦୁଇଟି ବାକ୍ସ ଅଛି, ଯେଉଁଥିରେ ଭାଗ୍ୟ ଭରି ହୋଇ ରହିଛି। କିନ୍ତୁ ଯେ ଯାହା ଭାଗ୍ୟର ବାକ୍ସ ଖୋଲିବ।
ଏହା ଶୁଣି ଡେଙ୍ଗା ଯୁବକ କହିଲା- ପ୍ରଭୁ ତା’ ତ ଠିକ୍। କିନ୍ତୁ ମୋ ସାଙ୍ଗ ଉଚ୍ଚତାରେ ଛୋଟ ବୋଲି ପାତରଅନ୍ତର କରିବେ ନାହିଁ। ଦୁହିଁଙ୍କୁ ଏକା ସାଇଜର ବାକ୍ସ ଦେବେ। ସମସ୍ତଙ୍କ ଲାଗି ସମାନ ବିଚାର କରିବେ।
ଭଗବାନ କହିଲେ- ମୁଁ ପରା ଭଗବାନ। ମୋତେ କ’ଣ ବୁଦ୍ଧି ଶିଖାଉଚୁ?
ଏହା କହି ଭଗବାନ ଉଭେଇଗଲେ ଏବ˚ ଶୂନ୍ୟରୁ ଦୁଇଟି ବିଶାଳ ବାକ୍ସ ପହଞ୍ଚିଗଲା। ଦୁଇଟି ଯାକ ବାକ୍ସର ଆକାର ସମାନ ଥିଲା, କିନ୍ତୁ ସେ ଦୁଇଟି ଏତେ ଉଚ୍ଚା ଥିଲା ଯେ ଡେଙ୍ଗା ଯୁବକଟି କୌଣସିମତେ ତାହା ଖୋଲିପାରିଲା ସିନା, ତା’ ସାଙ୍ଗ ସେ ଉଚ୍ଚତାକୁ ପହଞ୍ଚି ପାରିଲା ନାହିଁ।
ଏଥର ଡେଙ୍ଗା ଯୁବକ ପୁଣି ଭଗବାନଙ୍କୁ ପ୍ରାର୍ଥନା କଲା। ଭଗବାନ ଆସିଲେ। ସମାନ ଆକାରର ବାକ୍ସ ତ ଦେଲି। ପୁଣି କ’ଣ ହେଲା?
ଡେଙ୍ଗା ଯୁବକ କହିଲା- ପ୍ରଭୁ ମୁଁ ନିେର୍ବାଧ। ଭୁଲ୍ କଥାଟି କହିଦେଲି। ଆପଣ ସମାନ ବିଚାର ନୁହେଁ, ସମାନତାର ବିଚାର କରନ୍ତୁ। ଭଗବାନ ଏହା ଶୁଣି କହିଲେ- ସେଇ କଥା ତ କହୁଛି। ତୁ ଖାଲି ଆଗଚଲା ଭଳି ହଉଛୁ।
ଭଗବାନ ଉଭେଇଗଲେ। ସାଙ୍ଗେସାଙ୍ଗେ ଗୋଟିଏ ଷ୍ଟୁଲ୍ ପହଞ୍ଚିଗଲା। ଏବେ ବାଙ୍ଗରା ଯୁବକ ଷ୍ଟୁଲ୍ ଉପରେ ଚଢ଼ି ଭାଗ୍ୟର ବାକ୍ସକୁ ଖୋଲିପାରିଲା।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର