ଜଣେ ଶିଳ୍ପପତି ପ୍ରୌଢ଼ତ୍ବରେ ପହଞ୍ଚୁ ପହଞ୍ଚୁ କାମଦାମର ଭାର ତରୁଣ ପୁଅ ଉପରେ ଛାଡ଼ିଦେଇ ନିଜେ ଓହରିଗଲେ। ପରଦିନ ସକାଳେ ସେ ନିଜ ପୁଅକୁ ବଗିଚାର ବିଶାଳ ଆମ୍ବଗଛ ନିକଟକୁ ଡାକିଲେ। ସେହି ସମୟରେ ଆମ୍ବ ଗଛର ମୂଳ ପାଖରେ ହାଲୁକା ଭାବେ ମାଟି ଖୋଳି ମାଳୀ କିଛି ଔଷଧ ବା ସାର ଦେଉଥିଲା।
ପୁଅ ପହଞ୍ଚିବା ପରେ ବାପା ସେଇ ସ୍ଥାନରୁ ଉଠି ଆସି ପୁଅ ସହିତ ପଦଚାରଣା କରୁ କରୁ କହିଲେ- ପୁଅ ଆମ ବଗିଚାର ମାଟି ଆମ୍ବ ଗଛଟିକୁ ଆଉ ସାର ଯୋଗାଇ ପାରିଲା ନାହିଁ ବୋଲି ଭଲ ଫଳ ଫଳିଲା ନାହିଁ। ତେଣୁ ତା’ର ଉପଚାର କରୁଥିଲି। ଆମ ବ୍ୟବସାୟ ବି ସେମିତି। ଆମେ ହେଲେ ମାଟି। ଆମ ଉପରେ ଆମ୍ବ ଗଛ ଭଳି ଠିଆ ହୋଇଛି କ˚ପାନି। ଆମ୍ବ ଗଛର ଚେର ମାଟିରୁ ସାର ଶୋଷି ପୂରା ଗଛକୁ ଯୋଗାଇଲା ଭଳି ତଳ ସ୍ତରରେ ଥିବା କର୍ମଚାରୀ ଆମ ଠାରୁ ବଳ ପାଇ କାମ କରନ୍ତି। ତେଣୁ କ˚ପାନି ଶକ୍ତ ଭାବେ ଛିଡ଼ା ହୋଇଥାଏ। କ˚ପାନିରେ କାମ ଠିକ୍‌ ଭାବେ ଚାଲେ। ତେଣୁ, ପ୍ରଥମେ ନିଜକୁ ଠିକ୍‌ ରଖିବ। ନିଜ ଦୋଷତ୍ରୁଟିକୁ ଆଗ ଖୋଜିବ। ମାଟି ଭିତରେ ଚେର ଦୃଢ଼ ରହିଲେ ଯାଇ ଗଛ ମୋଟା ହେବ, ପତ୍ର ଫୁଲ ଓ ଫଳ ଭଲ ଭାବେ ବଢ଼ିବେ। ତେଣୁ ମାଟିକୁ ଉର୍ବର ରଖିବାର ଦାୟିତ୍ବ ତୁମ ନିଜର। ସେଥି ଲାଗି ତଳେ ଥିବା ଲୋକଙ୍କ ସର୍ବାଧିକ ତତ୍ତ୍ବ ନେବ, ଯେଉଁମାନେ ତୁମଠାରୁ ବଳ ନେଇ ତୁମ ଗଛକୁ ପଲ୍ଲବିତ କରିବେ।