ଗୋଟିଏ ବିରାଟ କ˚ପାନିର ସର୍ବୋଚ୍ଚ ପଦଧାରୀ ପହଞ୍ଚିଲେ ଗୋଟିଏ ନିଭୃତ ଅରଣ୍ୟ ପରିବେଷ୍ଟିତ ଇଲାକାରେ। ନିଜ ଶିକ୍ଷା, ଦକ୍ଷତା ଏବ˚ ସଫଳ ହେବାର ଜିଦି ଫଳରେ ସେ ଅଳ୍ପ ଦିନ ଭିତରେ କ˚ପାନିର ଶୀର୍ଷତମ ସ୍ଥାନରେ ପହଞ୍ଚି ପାରିଥିଲେ। ତାଙ୍କ ପରିବାର ଥିଲା ଛୋଟ ଏବ˚ ସୁନ୍ଦର। ତାଙ୍କୁ ଦେଖି ଲୋକେ କହୁଥିଲେ- କି ଭାଗ୍ୟ?
କିନ୍ତୁ, ତାଙ୍କ ବୟସ ପଚାଶ ଛୁଇଁଲା ବେଳକୁ ବିଚିତ୍ର ପ୍ରକାର ଅବସାଦ ତାଙ୍କୁ ଘାରିଗଲା। ତାଙ୍କୁ ଲାଗିଲା ଯେମିତି ସେ କ୍ଳାନ୍ତ। ଆଉ କିଛି ନୂଆ ବା ଅଧିକ କରିବାର ସ୍ପୃହା ନ ଥିଲା। ଏମିତି ଅବସ୍ଥାରେ ସେ ଖବର ପାଇଲେ ଯେ ଜଙ୍ଗଲ ଭିତରେ ଜଣେ ସାଧୁଙ୍କ ଆଶ୍ରମ ଅଛି। ସେଠି କିଛି ଦିନ କାଟିବାକୁ ସେ ଆସିଥିଲେ।
ଜଙ୍ଗଲ ଭିତରେ ଆଶ୍ରମର ପରିବେଶ ତାଙ୍କୁ ଭାରି ଭଲ ଲାଗିଲା। ସାଧୁ ତାଙ୍କ ସମସ୍ୟା ଶୁଣି କହିଲେ ଗପଟିଏ।
ଥରେ ଗୋଟିଏ ଦୌଡ଼ ପ୍ରତିଦ୍ବନ୍ଦ୍ବିତା ହେଲା। ଏ ଯେଉଁ ସୁନ୍ଦର ପାହାଡ଼, ତା’ର ଘାଟୀ ଦେଇ ପ୍ରତିଯୋଗୀମାନଙ୍କୁ ଚାରି କିଲୋମିଟର ଦୌଡ଼ିବାର ଥିଲା। ପ୍ରତିଦ୍ବନ୍ଦ୍ବୀ ଦୌଡ଼ିବା ଆରମ୍ଭ କଲେ। ସଫଳ ପ୍ରତିଦ୍ବନ୍ଦ୍ବୀ ପୁରସ୍କାର ଜିତି ଭାରି ଖୁସି େହଲେ। କିନ୍ତୁ ପ୍ରକୃତରେ ଯେଉଁମାନେ ପୁରସ୍କାର ପାଇଲେ ସେମାନେ ଥିଲେ ହତଭାଗା। କାରଣ ଯେଉଁ ସୁନ୍ଦର ବନଫୁଲ ଘେରା ଘାଟୀ ରାସ୍ତାରେ ସେମାନେ ଦୌଡ଼ିଲେ, ତା’ର ଅପରୂପ ସୌନ୍ଦର୍ଯ୍ୟକୁ ସେମାନେ କ୍ଷଣେ ଅଟକି ଉପଭୋଗ କରି ପାରିଲେ ନାହିଁ। ପ୍ରତିଦ୍ବନ୍ଦ୍ବିତାରେ ଦୃଷ୍ଟିର ପରିସର କମି ଯାଏ। ତୁମେ କେବଳ ତୁମ ଆଗ ପ୍ରତିଦ୍ବନ୍ଦ୍ବୀକୁ ଦେଖ। ସେମିତିରେ ପ୍ରକୃତ ଆନନ୍ଦ ମିଳିବ କି?
ଭଦ୍ରଲୋକ ଉଠିଲେ। ସେ ଗୁରୁଙ୍କ ପାଦ ଛୁଇଁ କହିଲେ- ଏବେ ବୁଝୁଛି ମୁଁ ଜୀବନରେ କ’ଣ ହରାଇଛି!
କ’ଣ ହରାଇଛି!
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)