ଦୁଇ ଜଣ ସାଧୁଙ୍କ ଭିତରେ ଦେଖା ହେଲା। ସେମାନଙ୍କ ଆଶ୍ରମରେ ଶିଷ୍ୟମାନେ ଶିକ୍ଷା ଗ୍ରହଣ କରୁଥିଲେ। କଥା ପ୍ରସଙ୍ଗରେ ପ୍ରଥମ ସାଧୁ ଦ୍ବିତୀୟଙ୍କୁ ପଚାରିଲେ- ଆପଣ କିପରି ଭାବେ ଆପଣଙ୍କ ଶିଷ୍ୟମାନଙ୍କୁ ସ˚ସ୍କାରୀ କରିବାର ପ୍ରଯତ୍ନ କରୁଛନ୍ତି? ମୁଁ ତ ସେମାନଙ୍କୁ ସ˚ସ୍କାରୀ କରିବା ଲାଗି କଠୋର ବ୍ୟବସ୍ଥା ପ୍ରବର୍ତ୍ତନ କରିଛି। ଯିଏ ନିୟମ  ଉଲ୍ଲ˚ଘନ କରିବ ତା’ ଲାଗି ଦଣ୍ତର ବ୍ୟବସ୍ଥା କରିଛି। ପ୍ରତି ଦିନ ସକାଳେ ଏବ˚ ସ˚ଧୢାରେ ସେମାନଙ୍କୁ ପ୍ରବଚନ ଦେଉଛି। ସେମାନଙ୍କ ଉପରେ ଚିଲ ଭଳି ଆଖି ରଖିଛି। କିନ୍ତୁ ବେଳେ ବେଳେ ମୁଁ ହତାଶ ହେଉଛି।
ଦ୍ବିତୀୟ ସାଧୁ ପଚାରିଲେ- କାରଣ?
ପ୍ରଥମ ସାଧୁ କହିଲେ- କାରଣ, ସେମାନେ ସମସ୍ତେ ଆଶ୍ରମରେ ଠିକଣା ଆଚରଣ ପ୍ରଦର୍ଶନ କରୁଛନ୍ତି। ମୋ ଆଗରେ ସୁନା ପିଲା ଭଳି ରହୁଛନ୍ତି। କିନ୍ତୁ ମୁଁ ନ ଥିଲା ବେଳେ ଅଲଗା ପ୍ରକୃତି ଦେଖାଉଛନ୍ତି। ମୋତେ ଲାଗୁଛି ସେମାନେ ସମସ୍ତେ ଯେତେ ମାଠିବୁ ମାଠ ପ୍ରକୃତିର। ଆଉ ଆପଣଙ୍କ ଶିଷ୍ୟମାନେ?
ଦ୍ବିତୀୟ ସାଧୁ କହିଲେ- ସେମାନେ ଭଲ। ସେମାନେ ସବୁଠି ସ˚ସ୍କାରୀ। ସେମାନଙ୍କ ଲାଗି ମୁଁ ଥିବା ଯାହା ନ ଥିବା ତାହା।
ପ୍ରଥମ ସାଧୁ କହିଲେ- ତେବେ ଆପଣଙ୍କ ଶିକ୍ଷାର ମାର୍ଗଟି କ’ଣ?
ଦ୍ବିତୀୟ ସାଧୁ କହିଲେ- ମୁଁ କେବେ ବି ମୋ ଶିଷ୍ୟମାନଙ୍କୁ ସ˚ସ୍କାର ଶିକ୍ଷା ଦେଇନାହିଁ। କେବେ ପ୍ରବଚନ ଦେଇନାହିଁ କି ସେମାନଙ୍କ ଉପରେ ନଜର ରଖିନାହିଁ। ମୁଁ ସେମାନଙ୍କ ଠାରୁ ଯାହା ଚାହେଁ, ତାହା ମୁଁ ମୋ ନିଜ କାମରେ, ଆଚରଣରେ, ଉଚ୍ଚାରଣରେ ପ୍ରତିଫଳିତ କରିଛି। ସ˚ସ୍କାରୀ ଜୀବନ ଲାଗି ମୁଁ ନିଜ ଉପରେ ବର˚ ଖୁବ୍‌ କଠୋର ହୋଇଛି। ମୋ ପିଲାମାନେ କେବଳ ମୋତେ ଶ୍ରଦ୍ଧା କରି ମୋର ଅନୁସରଣ କରୁଛନ୍ତି ଯାହା।