ଜଣେ ଦରିଦ୍ର ବ୍ରାହ୍ମଣ ମାଟି ତଳୁ ଅଜସ୍ର ପୋତା ଧନ ପାଇଲେ। ରାତାରାତି ସେ ହୋଇଗଲେ ଗାଁର ସବୁଠାରୁ ବଡ଼ ଧନୀ। ତେଣୁ ସେ ଗର୍ବରେ ଫାଟି ପଡ଼ିଲେ ଓ ଛାତି ଫୁଲେଇ ବୁଲିଲେ। ଗାଁ ଲୋକେ କହିଲେ- ଦେଖ, ଏହାକୁ କହନ୍ତି ଭାଗ୍ୟ।
ବ୍ରାହ୍ମଣଙ୍କ ପତ୍ନୀ କିନ୍ତୁ ଥିଲେ ପୂରାପୂରି ପ୍ରକୃତିସ୍ଥ। ସେ ବାରମ୍ବାର କହୁଥିଲେ- ଦେଖ, ଭାଗ୍ୟ ସବୁ ବେଳେ ବଦଳେ। ଆମେ କାଲି ଖାଇବାକୁ ମୁଠେ ପାଉ ନ ଥିଲେ ଆଉ ଆଜି କୋଟିପତି। କାଲି ହୁଏତ ପୁଣି ଭାଗ୍ୟ ବଦଳି ଯାଇପାରେ।
ବ୍ରାହ୍ମଣ କିନ୍ତୁ କହୁଥିଲେ- ଚୁପ୍ ହୁଅ ମୂର୍ଖ!
କିଛି ଦିନ ପରେ ବ୍ରାହ୍ମଣଙ୍କ ପାଦରେ ଗୋଟିଏ ଘା’ ହେଲା। ପ୍ରଥମେ ସେ ତାକୁ ହାଲୁକା ଭାବେ ନେଲେ। କିନ୍ତୁ ତାହା ଯେତେବେଳେ ଭଲ ନ ହୋଇ ବଡ଼ ଘା’ରେ ପରିଣତ ହେଲା, ସେ ବୈଦ୍ୟମାନଙ୍କୁ ଡକାଇଲେ। ଦୂରଦୂରାନ୍ତରୁ ବୈଦ୍ୟମାନେ ଆସିଲେ ଓ ଚିକିତ୍ସା କଲେ। ବହୁ ଅର୍ଥ ଶ୍ରାଦ୍ଧ ହେଲା। ଗାଁ ଲୋକେ କହିଲେ- ଦେଖ ବ୍ରାହ୍ମଣର ଭାଗ୍ୟ। କେତେ ବଡ଼ ବଡ଼ ବୈଦ୍ୟ ଆଣି ଚିକିତ୍ସା କରାଇପାରୁଛି। କିନ୍ତୁ ଏ ସବୁ ସତ୍ତ୍ବେ ଘା’ ଭଲ ହେଲା ନାହିଁ। ବୈଦ୍ୟମାନେ ଶେଷରେ ହାତ ଟେକିଦେଲେ।
ବ୍ରାହ୍ମଣ ଏବେ ଅଚଳ ହୋଇଗଲେ। ସେ ଘୋଷଣା କଲେ ଯେ ଯଦି କେହି ତାଙ୍କୁ ଭଲ କରିଦେବ, ସେ ଯାହା ଚାହିଁବ ତାକୁ ସେ ଦେବେ। ଏପରିକି ସବୁ ସ˚ପତ୍ତି ଦେଇ ଦେବେ। ସେ କେବଳ ଭଲ ହୋଇ ପୂର୍ବବତ୍ ହୋଇଯିବା ଦରକାର। କିନ୍ତୁ ସେ ଭଲ ହେଲେ ନାହିଁ। ବ୍ରାହ୍ମଣଙ୍କ ପତ୍ନୀ ତାଙ୍କର ଅହର୍ନିଶ ସେବା କରୁଥିଲେ।
ଦିନେ ଏଭଳି ଏକ ହତାଶାମୟ ସମୟରେ ବ୍ରାହ୍ମଣ ତାଙ୍କ ପତ୍ନୀଙ୍କୁ କହିଲେ- ତୁମେ ସତ କହିଥିଲ। ଏ ଐଶ୍ବର୍ଯ୍ୟ ଓ ଧନସ˚ପତ୍ତି ବି କିଛି କାମକୁ ହୋଇ ନ ପାରେ। ଥାଇ ବି ନ ଥିଲା ଭଳି ହୋଇପାରେ। ଏବେ ତାହା ହୋଇଛି।
ଭାଗ୍ୟ ବୋଧ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2021/12/foot.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)