ଥରେ ଜଣେ ସନ୍ନ୍ୟାସୀ କୌଣସି ଏକ ସ୍ଥାନକୁ ଯାଉଥିଲେ। ବାଟରେ ପଡ଼ିଲା ନଈଟିଏ। ଡଙ୍ଗା ଘାଟରେ ଜଣେ ବଣିକ ଥାଆନ୍ତି। ତାଙ୍କ ବେଶପୋଷାକ ଭାରି ସଂଭ୍ରାନ୍ତ ଶ୍ରେଣୀର। ସନ୍ନ୍ୟାସୀ ଓ ବଣିକ ନଈ ପାରି ହେବାକୁ ଗୋଟିଏ ଡଙ୍ଗାରେ ବସିଲେ।
ବଣିକଙ୍କ ବ୍ୟବହାରରେ ଧନ ଗର୍ବର ଔଦ୍ଧତ୍ୟ ଥାଏ। ସେ ସନ୍ନ୍ୟାସୀଙ୍କ ମଳିନ ବେଶପୋଷାକକୁ ତାଚ୍ଛଲ୍ୟପୂର୍ଣ୍ଣ ନଜରରେ ଦେଖୁଥାଆନ୍ତି। ମଝି ନଈରେ ଡଙ୍ଗାର ତଳ ଭାଗରେ ଛିଦ୍ର ହୋଇ ପାଣି ପଶିଲା। ଏହା ଦେଖି ବଣିକ ଜଣକ ତାଙ୍କ ପାଖରେ ଥିବା ଏକ ବଡ଼ ମୁଣାକୁ ଛାତିରେ ଚାପି ଧରି ବିକଳରେ କାନ୍ଦିବାକୁ ଲାଗିଲେ। ସନ୍ନ୍ୟାସୀ କିନ୍ତୁ ଶାନ୍ତ ଚିତ୍ତରେ ବସିଥିଲେ।
କିଛି ସମୟ ପରେ ଡଙ୍ଗା ବୁଡ଼ିଗଲା। ସନ୍ନ୍ୟାସୀ ପହଁରି ପହଁରି ନଈ ପାର ହେଲେ। ବଣିକ ମଧ୍ୟ ପହଁରି ପହଁରି କୂଳରେ ପହଞ୍ଚିଲେ। କିନ୍ତୁ ସେଥି ଲାଗି ତାଙ୍କୁ ନିଜ ଧନରତ୍ନର ମୁଣାକୁ ଛାଡ଼ିବାକୁ ପଡ଼ିଲା।
କୂଳରେ ପହଞ୍ଚି ବଣିକ କାନ୍ଦିବାରେ ଲାଗିଥାଆନ୍ତି। ସନ୍ନ୍ୟାସୀ କିନ୍ତୁ ତାଙ୍କ ବାଟରେ ଚାଲିଗଲେ। ଏହା ଦେଖି ହଠାତ୍ ବଣିକଙ୍କ ମନରେ ଜ୍ଞାନୋଦୟ ହେଲା। ସେ ଭାବିଲେ- ମୋର ଥିଲା ବୋଲି ମୁଁ ଦୁର୍ବଳ ପଡ଼ିଗଲି! କାରଣ ଥିଲେ ହିଁ ହରାଇବାର ଭୟ ଥାଏ। ଥିଲେ ହିଁ ଜଣେ ହରାଇଥାଏ। ବାସ୍ତବରେ ସେ ସନ୍ନ୍ୟାସୀ ଭୟକୁ ଜିଣିଛନ୍ତି, କାରଣ ତାଙ୍କର କିଛି ନାହିଁ।
ବଣିକଙ୍କ ଜ୍ଞାନୋଦୟ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)