ଜଣେ ଫକିରଙ୍କୁ ଜଣେ ନାସ୍ତିକ କହିଲେ- ମୁଁ କହୁଛି ଈଶ୍ବର ନାହାନ୍ତି। ଆପଣ ଯଦି କହୁଛନ୍ତି ଯେ ପରମେଶ୍ବର ଅଛନ୍ତି, ତେବେ, ପ୍ରମାଣ ଦିଅନ୍ତୁ। ମୁଁ କିନ୍ତୁ ପ୍ରମାଣ କରିପାରିବି ଯେ ଈଶ୍ବର ନାହାନ୍ତି।
ଫକିର କହିଲେ- ବାବୁ, ଈଶ୍ବର ଅଛନ୍ତି ବୋଲି ଯୁକ୍ତି ଦ୍ବାରା ପ୍ରମାଣ କରି ହେବନାହିଁ। ଏହା ଅନୁଭବର କଥା। ଯିଏ ଅନୁଭବ କରିଛି, ସିଏ ବୁଝିଛି। ଯେମିତି ମିଠାର ସ୍ବାଦ କ’ଣ ତୁମେ ତାହା ଜାଣିଛ, କିନ୍ତୁ କେବେ ହେଲେ ମିଠା ଖାଇ ନ ଥିବା ଲୋକକୁ ତର୍କ ପ୍ରମାଣ ଓ ବାକ୍ୟ ଦ୍ବାରା ବୁଝାଇ ପାରିବ କି? ସେ କେବଳ ସେହି ସ୍ବାଦକୁ ନିଜେ ଅନୁଭବ କଲେ ଯାଇ ଜାଣିବ।
ନାସ୍ତିକ ଥିଲେ ନଛୋଡ଼ବନ୍ଦା। ସେ ଈଶ୍ବର ନାହାନ୍ତି ବୋଲି ଯୁକ୍ତି ଦେବାକୁ ଆରମ୍ଭ କଲେ।
ଫକିର ଏହା ଶୁଣି କହିଲେ- ଏବେ ଆପଣଙ୍କୁ ଗୋଟିଏ କଥା ପଚାରିବି। କହିଲେ ଦେଖି ମୋ ହାତ ମୁଠାରେ କ’ଣ ଅଛି?
ନାସ୍ତିକ କହିଲେ- ତାହା ମୁଁ ଜାଣିବି କେମିତି?
ସନ୍ନ୍ୟାସୀ କହିଲେ- ତାହା ହେଲେ କହି ଦେଉ ନାହାନ୍ତି ଯେ ମୋ ହାତ ମୁଠା ଭିତରେ କିଛି ନାହିଁ?
ନାସ୍ତିକ କହିଲେ- ଆପଣଙ୍କ ହାତ ମୁଠା ଭିତରେ କିଛି ନାହିଁ ବୋଲି କେମିତି କହିବି? କାଳେ କିଛି ଥିବ!
ଫକିର କହିଲେ- ଈଶ୍ବରଙ୍କ ସତ୍ତା ଉପଲବ୍ଧି କରି ପାରୁ ନାହାନ୍ତି ବୋଲି ଆପଣ ସିଧା ସିଧା ଈଶ୍ବର ନାହାନ୍ତି ବୋଲି କହି ଦେଉଛନ୍ତି। ସେମିତି ମୁଠାରେ କ’ଣ ଅଛି ଜାଣି ନ ପାରି ସିଧା କିଛି ନାହିଁ ବୋଲି କହି ଦେଉ ନାହାନ୍ତି?
ନାସ୍ତିକ ଏବେ ନିରବ ରହିଲେ।
କଥାଟିଏ-ଯାଯାବର: ମୁଠାରେ କ’ଣ ଅଛି?
ଜଣେ ଫକିରଙ୍କୁ ଜଣେ ନାସ୍ତିକ କହିଲେ- ମୁଁ କହୁଛି ଈଶ୍ବର ନାହାନ୍ତି। ଆପଣ ଯଦି କହୁଛନ୍ତି ଯେ ପରମେଶ୍ବର ଅଛନ୍ତି, ତେବେ, ପ୍ରମାଣ ଦିଅନ୍ତୁ। ମୁଁ କିନ୍ତୁ ପ୍ରମାଣ କରିପାରିବି ଯେ ଈଶ୍ବର ନାହାନ୍ତି।
/sambad/media/media_files/4gXaeJpVRwjMhCybVeWv.jpg)