ଜଣେ ଅପରାଧୀଙ୍କୁ ରାଜାଙ୍କ ସମକ୍ଷକୁ ଅଣାଗଲା। ରାଜା କୌଣସି ଅପରାଧ ଲାଗି ଅତି କେଠାର ଦଣ୍ଡ ଦେଉଥିଲେ। ସେହି ଅପରାଧୀକୁ ଦଣ୍ଡ ଦେବା ବେଳେ ଦୈବାତ୍ ସେଠାରେ ଉପସ୍ଥିତ ଥିଲେ ରାଜାଙ୍କର ଶିକ୍ଷା ଗୁରୁ। ସେ ପଚାରିଲେ- ତୁମେ ଏଭଳି ଦଣ୍ଡ ଦେଲ କାହିଁକି?
ରାଜା ଉତ୍ତର ଦେଲେ- ମୋର ପିତା ଏଭଳି ଦଣ୍ଡର ପ୍ରବର୍ତ୍ତନ କରି ରାଜ୍ୟକୁ ସମ୍ଭାଳି ଥିଲେ। ମୁଁ ମଧ୍ୟ ତାଙ୍କ ମାର୍ଗର ଅନୁସରଣ କରୁଛି।
ଏହା ଶୁଣି ଗୁରୁ କହିଲେ- କିନ୍ତୁ ମୋ ବିଚାର ଟିକିଏ ଭିନ୍ନ। ଏହି ଲୋକ କ୍ରୋଧରେ ଆସି ଜଣକୁ ଆଘାତ କରିଛି ବୋଲି ଦଣ୍ଡ ପାଉଛି ତ? କିନ୍ତୁ ମୁଁ କହିବି ଯେ ଯେଉଁ ଲୋକ କ୍ରୋଧରେ ଆଘାତ କରିଥିଲା, ସେ ଏହି ଲୋକ ନୁହଁ।
ରାଜା କହିଲେ- କିନ୍ତୁ ସେ ତ ନିେଜ ଦୋଷ ସ୍ବୀକାର କରି ସାରିଛି।
ଗୁରୁ କହିଲେ- ମୋ କହିବାର ମର୍ମ ତୁମେ ବୁଝିପାରିଲ ନାହିଁ। ମୋ କହିବାର କଥା ହେଲା ଅତ୍ୟଧିକ କ୍ରୋଧରେ ଜଣେ ବ୍ୟକ୍ତି ତା’ର ନିଜତ୍ବ ହରାଏ। ସେ ଆଉ େସହି ବ୍ୟକ୍ତି ହୋଇ ରହେନାହିଁ। ସେ ବଦଳି ଯାଏ। ତୁମେ ଯାହାଙ୍କୁ ଦଣ୍ଡ ଦେଉଛ ସେ ସେତେବେଳେ ଆଉ ଜଣେ ବ୍ୟକ୍ତି ଥିଲା। ଏବର ଏହି ବ୍ୟକ୍ତି ନୁହେଁ।
ରାଜା ଟିକିଏ ଅଟକି ଯାଇ ପଚାରିଲେ- ତା’ ହେଲେ?
ଗୁରୁ କହିଲେ- ତାଙ୍କୁ ସେହି ବିଷୟରେ ସଚେତନ କରାଇ ଦିଅ। କେମିତି ମଣିଷ କ୍ରୋଧ, ଈର୍ଷା, ହିଂସା ଆଦି ଦ୍ବାରା କ୍ଷଣିକରେ ବଦଳି ଯାଇ ଯାହା ସେ କରିବା କଥା ନୁହେଁ, ତାହା କରି ପକାଏ, ସେହି କଥା ଯଦି ସେ ବୁଝି ପାରେ, ତେବେ େସ ନିଜକୁ ନିୟନ୍ତ୍ରଣ କରି ପାରିବ। ତାହା ତାକୁ ଭିତରୁ ବଦଳାଇବ। ତୁମେ ଦେଉଥିବା ଦଣ୍ଡ ତାହା କରି ପାରିବ ନାହିଁ।
କଥାଟିଏ-ଯାଯାବର: ଦଣ୍ଡ ବିଚାର
ଜଣେ ଅପରାଧୀଙ୍କୁ ରାଜାଙ୍କ ସମକ୍ଷକୁ ଅଣାଗଲା। ରାଜା କୌଣସି ଅପରାଧ ଲାଗି ଅତି କେଠାର ଦଣ୍ଡ ଦେଉଥିଲେ। ସେହି ଅପରାଧୀକୁ ଦଣ୍ଡ ଦେବା ବେଳେ ଦୈବାତ୍ ସେଠାରେ ଉପସ୍ଥିତ ଥିଲେ ରାଜାଙ୍କର ଶିକ୍ଷା ଗୁରୁ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)