ପିଲାଟିଏ ନିଜ ଜୀବନକୁ ନେଇ ଆଦୌ ସନ୍ତୁଷ୍ଟ ନ ଥିଲା। ପ୍ରତି ଦିନ କିଛି ନା କିଛି ସମସ୍ୟାରେ ସେ ଘାରି ହେଉଥିଲା। ଗୋଟିଏର ସମାଧାନ ହେଉହେଉ ଆଉ ଗୋଟିଏ ଘାରୁଥିଲା। ସ˚ଘର୍ଷମୟ ଜୀବନକୁ ନେଇ ସେ ଅତି ମାତ୍ରାରେ ବିଚଳିତ ହୋଇଉଠିଲା। ଦିନେ ନିଜ ସମସ୍ୟା କଥା ବାପାଙ୍କୁ କହିଲା।
ବାପା ତାକୁ ରୋଷେଇ ଘରକୁ ଡାକିନେଲେ। ତିନିଟି ଚୁଲିରେ ତିନିଟି ପାତ୍ର ବସାଇ, ପାଣି ଗରମ କଲେ। ପାଣି ଫୁଟିବାରୁ, ଗୋଟିଏ ପାତ୍ରରେ ଆଳୁ, ଆଉ ଗୋଟିକରେ ଅଣ୍ତା ଏବ˚ ତୃତୀୟ ପାତ୍ରରେ କିଛି କଫି ବିନ୍‌ ପକାଇଦେଲେ।
ପିଲାଟି କୌତୂହଳୀ ହୋଇ ବାପାଙ୍କ ସହିତ ଧୈର୍ଯ୍ୟର ସହ ଅପେକ୍ଷା କଲା।
କିଛି ସମୟ ପରେ ବାପା ପାତ୍ରଗୁଡ଼ିକୁ ଚୁଲିରୁ ଉଠାଇଆଣିଲେ। ଆଳୁ ଓ ଅଣ୍ତାକୁ ବାହାର କରି ଅଲଗା ଅଲଗା ପାତ୍ରରେ ରଖିଲେ। କଫିତକ ଗୋଟିଏ କପ୍‌ରେ ଢାଳିଦେଲେ।
ପଚାରିଲେ- କ’ଣ ଦେଖୁଛୁ?
ପୁଅ କହିଲା- କଫି, ଅଣ୍ତା ଓ ଆଳୁ!
ବାପା କହିଲେ- ନା, ସେତିକି ନୁହେଁ; ଦେଖ, ଆଳୁ ସିଝି ନରମ ହୋଇଯାଇଛି। ଅଣ୍ତାଟି ଟାଣ। ଆଉ କଫିରୁ ସୁଗନ୍ଧ ବାହାରୁଛି।
ବାପା ବୁଝାଇଲେ- ଗରମ ପାଣି, ଏଗୁଡ଼ିକଙ୍କ ପାଇଁ ଥିଲା ସମସ୍ୟା। ଗରମ ପାଣି ସ˚ସ୍ପର୍ଶରେ ଆସି ତିନିଟି ଯାକ ସାମଗ୍ରୀର କିଛି ନା କିଛି ପରିବର୍ତ୍ତନ ହେଲା। ଏବେ ଦେଖ ଅଣ୍ଡା, ଆଳୁ ଓ କଫି ତିନିଟି ଯାକ ଖାଦ୍ୟ ଯୋଗ୍ୟ ହୋଇଗଲେ। ସେମାନେ ଆଦର ପାଇଲେ।
ମୂଳ କଥାଟି ସେଇଠି। ପ୍ରତିକୂଳ ସମସ୍ୟା ଠିକ୍‌ ଗରମ ପାଣି ଭଳି। କିନ୍ତୁ ତା’ ଭିତରେ ରହିଲେ ଜିନିଷ ସିଝି ଯାଏ ଯାହାକୁ କହନ୍ତି ସିଦ୍ଧ ହେବ। ଏହା ଦ୍ବାରା ଚରିତ୍ରରେ ଯେଉଁ ପରିବର୍ତ୍ତନ ଘଟେ ତାହା ମନୁଷ୍ୟକୁ ଅଧିକ ଗ୍ରହଣଯୋଗ୍ୟ କରିଥାଏ।