ଥରେ ଅନୁଗାମୀମାନେ ୟୁଜିକେଙ୍କୁ କହିଲେ ଗପ କୁହନ୍ତୁ। ୟୁଜିକେ କଥାଟିଏ ଆରମ୍ଭ କଲେ।
କୌଣସି ଏକ ରେସ୍ତୋରାଁରେ ଲୋକେ ଖାଉଥିଲେ। କେଜାଣି କେଉଁଠାରୁ ଉଡ଼ି ଆସିଲା ଗୋଟିଏ ଅସରପା। ଅସରପା ଯାଇ ଜଣେ ମହିଳାଙ୍କ ପ୍ଲେଟ୍ ଉପରେ ବସିଲା। ଏହା ଦେଖି ମହିଳା ହାତଗୋଡ଼ ଛାଟି ଏମିତି ଚିତ୍କାର କଲେ ଯେ ରେସ୍ତୋରାଁରେ ମୃଦୁ ଗପି ଖାଦ୍ୟ ଖାଉଥିବା ଲୋକେ ଏକାବେଳକେ ଚୁପ୍ ହୋଇଗଲେ। ତା’ ପରେ ଅସରପା ପୁଣି ଗୋଟିଏ ଛୋଟ ଉଡ଼ାଣ ଦେଇ ବସିଲା ନିକଟରେ ଥିବା ଆଉ ଏକ ଟେବୁଲରେ। ଏଥର ଚିତ୍କାର କରିବା ପାଳି ଥିଲା ସେଇ ଟେବୁଲରେ ବସିଥିବା ଲୋକଙ୍କର। ପୁଣି ଅସରପା ଉଡ଼ିଗଲା। ଏଣିକି ରେସ୍ତୋରାଁରେ ଖାଉଥିବା ଲୋକେ ପାଳି ପାଳି କରି ଚିଲ୍ଲାଉଥିଲେ ଏବ˚ ଖୁବ୍ ଅଳ୍ପ ସମୟ ଭିତରେ ଗୋଟିଏ ଅଶାନ୍ତ ବାତାବରଣ ସୃଷ୍ଟି ହୋଇଗଲା।
ଏହା ଦେଖି ଭିତରକୁ ପଶି ଆସିଲେ ଜଣେ େଵଟର୍। ସେ ସନ୍ତର୍ପଣରେ ଅସରପା ବସିଥିବା ଟେବୁଲ ପାଖକୁ ଗଲେ ଏବ˚ ତାକୁ ଧରି ପକାଇଲେ। ତା’ପରେ ତାକୁ ବାହାରକୁ ନେଇଗଲେ।
ଏତିକିରେ ଗପଟି ସରିଯିବା ଦେଖି ଜଣେ ଅନୁଗାମୀ ପଚାରିଲେ- ଏହା କିଭଳି ଗପ! ଏଥିରେ କ’ଣ ଅଛି?
ୟୁଜିକେ କହିଲେ- ଏହା ତୁମକୁ ଯଦି ଏତେ ସାଧାରଣ ଲାଗିଲା ଯେ ଏଥିରୁ ନୂଆ କିଛି ପାଇଲ ନାହିଁ, ତାହା ହେଲେ ତୁମ ଜୀବନରେ କୌଣସି ସମସ୍ୟା ଆସିଲେ ତାକୁ ଅସରପାକୁ ଫିଙ୍ଗିଲା ଭଳି ଦୂର କରିବାର ଉପାୟ ନ କରି ଅସରପା ଦେଖି ଚିତ୍କାର କରୁଥିବା ଲୋକଙ୍କ ଭଳି ପ୍ରତିକ୍ରିୟା ଦେଖାଅ କାହିଁକି?
ଗପ ନୁହେଁ
କଥାଟିଏ-ଯାଯାବର