ଗୋଟିଏ ସି˚ହୀ ଥରେ ତା’ର ଶାବକମାନଙ୍କୁ ଗୁମ୍ଫା ଦ୍ବାରରେ ଛାଡ଼ି ଶିକାର ପାଇଁ ବାହାରିଗଲା। ଏହି ସମୟରେ ଗୋଟିଏ ଗଧିଆ ପହଞ୍ଚି ସି˚ହ ଛୁଆଙ୍କ ଭିତରୁ ଗୋଟିଏ ଦୁଇଟିକୁ ଟେକି ନେଇ ଖାଇବ ବୋଲି ଭାବିଲା। ସେ ଛପି ଛପି ଆକ୍ରମଣ କରିବା ବେଳେ ଦେଖିଲା ଯେ ତା’ ସାମନାରେ ଛିଡ଼ା ହୋଇଛି ଗୋଟିଏ ବିଶାଳ ଶି˚ଘାଳ ହରିଣ। ସି˚ହ ଛୁଆଙ୍କୁ ଦେଖି ହରିଣ ମନରେ ମାୟା ଜାତ ହୋଇଥିଲା। ତେଣୁ ସେ ବାଟ ଓଗାଳି ଛିଡ଼ା ହେଲା। ତା’ର ରୂପ ଦେଖି ଏକୁଟିଆ ଥିବା ଗଧିଆ ଆଉ ଭରସି ପାରିଲା ନାହିଁ। ସି˚ହ ଛୁଆଙ୍କ ଜୀବନ ବଞ୍ଚିଗଲା। ସି˚ହୀ ଫେରିବା ପରେ ତା’ ପିଲାଏ ଏ କଥା ତାକୁ କହିଲେ। ସି˚ହୀ ଏହା ଶୁଣି ହରିଣକୁ କହିଲା- ମୁଁ ତୋ ପାଖରେ କୃତଜ୍ଞ। ତୁ ମୋର ଖାଦ୍ୟ ହୋଇଥିଲେ ବି ତୋତେ ମୁଁ କେବେ ବି ଖାଇବି ନାହିଁ।
ଏ କଥା ଚିଲଟିଏ ଦେଖୁଥିଲା ଏବ˚ ଏଥିରେ ଗଭୀର ଭାବେ ପ୍ରଭାବିତ ହେଲା। ସେ ମନେ ମନେ ଭାବିଲା ପରକୁ ସାହାଯ୍ୟ କଲେ ଈଶ୍ବର ତୁମ ଉପରେ ଏମିତି ଆଶୀର୍ବାଦ ବର୍ଷାନ୍ତି। ତେଣୁ ସେ ବି ପରକୁ ସାହାଯ୍ୟ କରିବା ଲାଗି ସୁଯୋଗ ଅପେକ୍ଷାରେ ରହିଲା। ଶୀଘ୍ର ସୁଯୋଗ ମିଳିଗଲା।
ଥରେ ବର୍ଷାରେ କିଛି ମୂଷା ପାଣିରେ ତିନ୍ତି ମରିଯିବାକୁ ବସିଥିବା ବେଳେ ଚିଲ ଓହ୍ଲାଇ ଆସି ନିଜ ପକ୍ଷ ବିସ୍ତାର କରି ସେମାନଙ୍କୁ ବର୍ଷାରୁ ବଞ୍ଚାଇଲା। ବର୍ଷା ପରେ ମୂଷାମାନେ ଚାଲିଗଲେ ଏବ˚ ଚିଲ ବି ଉଡ଼ିଯିବାକୁ ବାହାରିଲା। ହେଲେ, ସେ ଦେଖିଲା ଯେ ସେ ଉଡ଼ି ପାରୁନାହିଁ। କାରଣ ତା’ ଡେଣା ତଳେ ଆଶ୍ରିତ ମୂଷାମାନେ ସେତେବେଳକୁ କୌତୁକରେ ତା’ର ଡେଣାକୁ କାଟି ଦେଇଥିଲେ।
ତେଣୁ ମନ ଦୁଃଖରେ ସେ ଭଗବାନଙ୍କୁ କହିଲା- ତୁମ ବିଚାର ଠିକ୍‌ ନୁହେଁ। ହରିଣ ପରକୁ ସାହାଯ୍ୟ କରି ଉପକାର ପାଇଲା, ହେଲେ ମୋର ଅବସ୍ଥା କ’ଣ ହେଲା? ଉପରୁ ଈଶ୍ବର କହିଲେ- ହରିଣ ଆଉ ତୋ ଭିତରେ ପ୍ରଭେଦ ହେଲା, ସେ ସି˚ହକୁ ସାହାଯ୍ୟ କରିଥିଲା, ଆଉ ତୁ ମୂଷାଙ୍କୁ ସାହାଯ୍ୟ କଲୁ। ସାହାଯ୍ୟ ଦେବାରେ ବି ପାତ୍ର ଅପାତ୍ର ବିଚାର ଅଛି।