ୟୁଜିକେ ଥରେ ତାଙ୍କ ଅନୁଗାମୀମାନଙ୍କ ସହିତ କଥାଭାଷା ହେଉଥିବା ବେଳେ ପଚାରିଲେ- କହିଲେ ଦେଖି, ଯୀଶୁଖ୍ରୀଷ୍ଟଙ୍କୁ ଆମେମାନେ କାହିଁକି ଭକ୍ତି କରୁଁ? କାହିଁକି ନତ ମସ୍ତକ ହେଉ?
ଜଣେ କହିଲେ- ଯୀଶୁ ଖ୍ରୀଷ୍ଟ ଏକ ବିଶାଳ ଧର୍ମର ପ୍ରବର୍ତ୍ତକ। ତାଙ୍କର ସାରା ବିଶ୍ବରେ କୋଟି କୋଟି ଅନୁଗାମୀ ଅଛନ୍ତି। ତାଙ୍କ ଭଳି ବ୍ୟକ୍ତିତ୍ବ ଇତିହାସରେ ବିରଳ।
ଆଉ ଜଣେ କହିଲେ- ଯୀଶୁଖ୍ରୀଷ୍ଟଙ୍କ ମହନୀୟତା, ତାଙ୍କର କରୁଣା ବିଷୟରେ ଆମେ କେତେ କେତେ କଥା ଶୁଣୁ। ଗୋଟିଏ ଧର୍ମର ଲୋକେ ସିନା ତାଙ୍କର ଉପାସନା କରନ୍ତି, କିନ୍ତୁ ତାଙ୍କ ପ୍ରତି ସମସ୍ତଙ୍କ ମସ୍ତକ ଶ୍ରଦ୍ଧା ଓ ଭକ୍ତିରେ ନଇଁଯାଏ।
ୟୁଜିକେ କହିଲେ- ଏ ସବୁ ଠିକ୍ କିନ୍ତୁ ସ˚ପୂର୍ଣ୍ଣ ନୁହେଁ। ଏବେ ଶୁଣନ୍ତୁ। କେବଳ କେଇ କ୍ଷଣ ଓ କେଇ ଧାଡ଼ି ତାଙ୍କୁ ଯେଉଁ ସ୍ତରକୁ ନେଇଗଲା, ତାଙ୍କୁ ଯେଉଁ ମହନୀୟତା ଦେଲା, ତାହା ଆମମାନଙ୍କ ପକ୍ଷରେ ବୁଝିବା ସମ୍ଭବ ନୁହେଁ। ଆପଣମାନେ ଚିନ୍ତା କରନ୍ତୁ। ଜଣଙ୍କର ବୟସ ବତିଶ କି ତେତିଶ ବର୍ଷ। ବିନା ଅପରାଧରେ ତାଙ୍କୁ ଗୋଟିଏ କ୍ରସ୍ରେ ଚଢ଼ାଇ ଦିଆଯାଇ ତାଙ୍କ ଗୋଡ଼ ହାତରେ କଣ୍ଟା ପିଟାଯାଉଛି। ଅବସ୍ଥା କ’ଣ ହେବ?
ଯନ୍ତ୍ରଣାରେ କାତର ଯୀଶୁଙ୍କ ପାଟିରୁ ବାହାରି ଆସୁଛି, ‘ୟେ କ’ଣ ପ୍ରଭୁ! ମୋତେ ପରିତ୍ୟାଗ କରିଦେଲେ କି ଆପଣ?
କିନ୍ତୁ ତା’ପରେ ଯନ୍ତ୍ରଣା ଜର୍ଜର ଯୀଶୁ ପ୍ରକୃତିସ୍ଥ ହୋଇ ଉଠୁଛନ୍ତି ଓ ଭାବୁଛନ୍ତି- ୟେ କ’ଣ କଲି? ପ୍ରକୁଙ୍କ ଇଚ୍ଛାକୁ ପ୍ରଶ୍ନ କଲି? ପ୍ରାର୍ଥନା ତ ଅଭିଯୋଗର ଡାକ ନୁହେଁ, ଏହା ପ୍ରଭୁଙ୍କୁ ସର୍ବତୋ ଭାବେ ସ୍ବୀକାର କରି ନେବାର ଅଭିବ୍ୟକ୍ତି। ମୋର ପ୍ରର୍ଥନା ଖଣ୍ଡିତ ହୋଇଗଲା!
ତା’ ପରେ ତାଙ୍କ ପାଟିରୁ ବାହାରିଛି- ପ୍ରଭୁ, ଆପଣଙ୍କ ରାଜ୍ୟ ଚାଲୁ। ଆପଣଙ୍କ ଇଚ୍ଛା ପୂରଣ ହେଉ।
ଏହି ଭଳି ବିରଳ ସମର୍ପଣ ଯୀଶୁଙ୍କୁ ଅସାଧାରଣ କରିଥାଏ।
କଥାଟିଏ-ଯାଯାବର: ଯୀଶୁଙ୍କ ମହନୀୟତା
ୟୁଜିକେ ଥରେ ତାଙ୍କ ଅନୁଗାମୀମାନଙ୍କ ସହିତ କଥାଭାଷା ହେଉଥିବା ବେଳେ ପଚାରିଲେ- କହିଲେ ଦେଖି, ଯୀଶୁଖ୍ରୀଷ୍ଟଙ୍କୁ ଆମେମାନେ କାହିଁକି ଭକ୍ତି କରୁଁ? କାହିଁକି ନତ ମସ୍ତକ ହେଉ?
/sambad/media/media_files/4gXaeJpVRwjMhCybVeWv.jpg)