ଜେନ୍ ଗୁରୁମାନେ ନୂଆ କରି ଗ୍ରହଣ କରୁଥିବା ଶିଷ୍ୟମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରିଥାଆନ୍ତି ବୋଲି କୁହାଯାଏ। ଯେତେବେଳେ ଧ୍ୟାନର ଶିକ୍ଷା ଦିଆଯାଏ, ସେତିକି ବେଳେ ଜେନ୍ ଗୁରୁ ଧ୍ୟାନ କରୁଥିବା ଶିଷ୍ୟମାନଙ୍କ ଭିତରେ ବାଡ଼ିଟିଏ ଧରି ବୁଲୁଥାଆନ୍ତି। ଧ୍ୟାନସ୍ଥ ଥିବା ଯଦି କେହି ଶିଷ୍ୟ ତନ୍ଦ୍ରାଚ୍ଛନ୍ନ ହେଉଥିବାର ସେମାନେ ଜାଣିପାରନ୍ତି, ତେବେ ପାହାରେ ଦିଅନ୍ତି। ପ୍ରସିଦ୍ଧ ଜେନ୍ ଗୁରୁ ହା ହୁଇ ନିଜ ଗୁରୁଙ୍କ ଏଭଳି ଆଚରଣ ସମ୍ବନ୍ଧରେ ବର୍ଣ୍ଣନା କରି କହିଛନ୍ତି ଯେ ସେମିତି ଗୋଟିଏ ଗୋଟିଏ ପାହାରରେ ଏମିତି ଚୈତନ୍ୟ ଉଦୟ ହୁଏ ଯେ ବିଚାର ଶକ୍ତିରେ ପଡ଼ିଥିବା ଗଣ୍ଠି ଫିଟିଯାଏ।
ହା ହୁଇ ଗୋଟିଏ ଘଟଣା କଥା କହିଛନ୍ତି। ସେ କହିଛନ୍ତି- ଆମ ଗୁରୁ ଯେତେବେଳେ ପାରି ସେତେବେଳେ ହଠାତ୍ ଓ ଅତର୍କିତ ଭାବେ ଆମମାନଙ୍କୁ ପାହାର ଦେଉଥିଲେ। ଦିନେ ଜଣେ ଶିଷ୍ୟ ନମ୍ରତାର ସହିତ ପଚାରିଲା- ମହାଭାଗ, ଆପଣ ଏମିତି ବାଡ଼ଉଛନ୍ତି କାହିଁକି?
ଗୁରୁ ସବୁ ଶିଷ୍ୟଙ୍କୁ ଗୋଟିଏ କୋଠରିକୁ ନେଇଗଲେ। ସେଠାରେ ଜଣେ ଯୁବ ଶିଷ୍ୟ ନିଦ୍ରାଗତ ଥିଲା। ଗୁରୁ ପଚାରିଲେ- ୟେ ଏବେ କ’ଣ କରୁଛି?
ସମସ୍ତେ ଉତ୍ତର ଦେଲେ- ଶୋଇଛି।
ଗୁରୁ କହିଲେ- ତୁମେମାନେ ଜାଗ୍ରତ ଅଛ ବୋଲି ସିନା ଜାଣୁଛ ଏ ଶୋଇଛି ବୋଲି। ୟେ ନିଜେ କ’ଣ ଜାଣିଛି ଯେ ୟେ ଶୋଇଛି? ଶୋଇଛି ବୋଲି ସେ ନିଜେ ଜାଣିବା ଲାଗି ତାକୁ ଉଠିବା ଦରକାର। ଏହା କହି ଗୁରୁ ଶୋଇଥିବା ଶିଷ୍ୟକୁ ପାହାରେ ଦେଲେ। ସେ ଉଠି ବସିଲା।
ତା’ ପରେ ଗୁରୁ ସେ ଆଡ଼କୁ ଆଦୌ ନ ଚାହିଁ କହିଲେ- ତୁମେ ମାନେ ଚାଲୁଛ, ବୁଲୁଛ, ସବୁ କାମ କରୁଛ, କିନ୍ତୁ ସବୁ କିଛି ବେହାସ ଅବସ୍ଥାରେ ଥିଲା ଭଳି କରୁଛ। ତୁମର ପ୍ରତି କ୍ଷଣ ହୋସପୂର୍ବକ କଟିବା କଥା। ସେଥିଲାଗି ତୁମକୁ ନିଦ୍ରା ଛାଡ଼ି ଚେଇଁ ଉଠିବା ଦରକାର। ସେଇ କାରଣରୁ ତୁମମାନଙ୍କୁ ପାହାରେ ପାହାେର ବି ଦରକାର।
କଥାଟିଏ-ଯାଯାବର: ଚେଇଁବା ପାଇଁ
ଜେନ୍ ଗୁରୁମାନେ ନୂଆ କରି ଗ୍ରହଣ କରୁଥିବା ଶିଷ୍ୟମାନଙ୍କ ପ୍ରତି ନିଷ୍ଠୁର ଆଚରଣ କରିଥାଆନ୍ତି ବୋଲି କୁହାଯାଏ। ଯେତେବେଳେ ଧ୍ୟାନର ଶିକ୍ଷା ଦିଆଯାଏ, ସେତିକି ବେଳେ ଜେନ୍ ଗୁରୁ ଧ୍ୟାନ କରୁଥିବା ଶିଷ୍ୟମାନଙ୍କ ଭିତରେ ବାଡ଼ିଟିଏ ଧରି ବୁଲୁଥାଆନ୍ତି।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)