ଜଣେ ଧନୀ ବ୍ୟବସାୟୀଙ୍କୁ ହଠାତ୍ ଦିନେ ସମସ୍ତ ସ˚ପଦ ହରାଇବାର ଦୁଶ୍ଚିନ୍ତା ଘାରିଲା। ଭାବିଭାବି ନିଦ ହେଲାନାହିଁ। ସେ ଜଣେ ସାଧୁଙ୍କ ଶରଣାପନ୍ନ ହେଲେ। କୌଣସି ପ୍ରକାରେ ‘ଚିନ୍ତାମଣି ଶିଳା’ ହାସଲ କରିବାର ମନ୍ତ୍ର ସାଧୁଙ୍କଠାରୁ ଶିଖିବାକୁ ଉଦ୍ୟମ କଲେ। ସାଧୁ ବିସ୍ମିତ ହୋଇ ପଚାରିଲେ- ତୁମ ପାଖରେ କେଉଁ ସାମଗ୍ରୀର ଅଭାବ ଯେ, ଅଧିକ ପାଇବାର ଆଶା ଓ କାମନା ରଖି, ଏହି ମନ୍ତ୍ର ପାଇବାକୁ ଚାହୁଁଛ? ବ୍ୟବସାୟୀ ଉତ୍ତର ଦେଲେ- ପ୍ରଭୁ, ସବୁ କିଛି ହରାଇବାର ଭୟ ସବୁ ବେଳେ ଘାରୁଛି। ଏହି ଶିଳା ପାଖରେ ଥିଲେ, କୌଣସି ଚିଜର ଅଭାବ ରହିବନାହିଁ। ଯାହା କାମନା କରିବି, ସଙ୍ଗେସଙ୍ଗେ ପାଇଯିବି। ସାଧୁ, ମନ୍ତ୍ରଟି ଶିଖାଇଦେଲେ।
ବ୍ୟବସାୟୀ ଜଣକ ମନ୍ତ୍ରଟି ନିଷ୍ଠାର ସହ ଜପି ଚିନ୍ତାମଣି ଶିଳା ପାଇଗେଲ। କିନ୍ତୁ ଏବେ ଆଉ ଗୋଟିଏ କଥାରେ ଚିନ୍ତା ଘାରିଲା। େସ ଭାବିେଲ ଯଦି ଚିନ୍ତାମଣି ଶିଳାଟି ହଜିଯାଏ ବା କୌଣସି କାରଣରୁ ତାକୁ ହରାନ୍ତି ତେବେ କ’ଣ ହେବ! ସେ ପୁଣି ଶଙ୍କିତ ମନରେ ରହିଲେ।
କିଛି ଦିନ ପରେ ସେ ପୁଣି ସାଧୁଙ୍କ ପାଖକୁ ଯାଇ ଏ ନୂଆ ଭୟ କଥା କହିଲେ।
ସାଧୁ କହିଲେ- ବାବୁ, ମୂଳ କଥାଟି ତୁମେ ଧରି ପାରୁନାହଁ। ତାହା ହେଲା, ତୁମେ କିଛି ପାଇଛ ଅର୍ଥ ତାକୁ ହରାଇବାର ଭୟ ତା’ ସହିତ ଆପଣା ଛାଏଁ ଆସିବ। ପାଇବା ଓ ହରାଇବା ଉଭୟେ ପରିପୂରକ। ତେଣୁ ଯାହା ପାଇଛ, ସେ ସବୁ କେମିତି ନ ହରାଇବ ତା’ର ବ୍ୟବସ୍ଥା ତୁମକୁ କରିବାକୁ ହେବ। କିନ୍ତୁ ଯାହା ଅଛି, ତାହା ହରାଇବାର ଚିନ୍ତାରୁ ମୁକ୍ତି ପାଇବାର ବାଟ ଏ ପର୍ଯ୍ୟନ୍ତ ବାହାରି ନାହିଁ।
କଥାଟିଏ-ଯାଯାବର: ପାଇବା ଓ ହରାଇବା
ଜଣେ ଧନୀ ବ୍ୟବସାୟୀଙ୍କୁ ହଠାତ୍ ଦିନେ ସମସ୍ତ ସ˚ପଦ ହରାଇବାର ଦୁଶ୍ଚିନ୍ତା ଘାରିଲା। ଭାବିଭାବି ନିଦ ହେଲାନାହିଁ। ସେ ଜଣେ ସାଧୁଙ୍କ ଶରଣାପନ୍ନ ହେଲେ। କୌଣସି ପ୍ରକାରେ ‘ଚିନ୍ତାମଣି ଶିଳା’ ହାସଲ କରିବାର ମନ୍ତ୍ର ସାଧୁଙ୍କଠାରୁ ଶିଖିବାକୁ ଉଦ୍ୟମ କଲେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)