ଶିକ୍ଷକଙ୍କୁ ପିଲାମାନେ ପଚାରିଲେ- ସାର୍, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ତ ପୂରାପୂରି ନଷ୍ଟଭ୍ରଷ୍ଟ ହୋଇଯାଇଥିଲା, ପୁଣି ସେମାନେ କେମିତି ଏତେ କମ୍ ସମୟ ଭିତରେ ଏତେ ଉପରକୁ ଉଠିପାରିଲେ? ଶିକ୍ଷକ କହିଲେ- ପଚାରିଲ ଯଦି ଶୁଣ। ଗୋଟିଏ ବିଶ୍ବବିଦ୍ୟାଳୟରେ ଜଣେ ଜାପାନୀ ଛାତ୍ର ଏବ˚ ଭାରତୀୟ ଛାତ୍ର ଏକାଠି ପଢୁଥିଲେ। ଥରେ ଅଧୢାପକ ଦୁଇ ଜଣଯାକଙ୍କୁ ଡାକି କହିଲେ- ଦେଖ, ପରୀକ୍ଷାଗାରରେ ଜଣେ ଛାତ୍ର କିଛି ଦିନ ହେଲା ଗୋଟିଏ କଠିନ ପରୀକ୍ଷଣରେ ମାତିବା ପରେ ସେଥିରୁ ଓହରି ଯାଇଛନ୍ତି। ସେ କହୁଛନ୍ତି ଯେ ଏହା ଏଭଳି କଠିନ ଯେ ଏହାକୁ ସାଧିବା କଷ୍ଟକର। ତୁମମାନଙ୍କୁ ଏ କଥା କହିବାର କାରଣ ହେଲା ଯେ ତୁମେ ଚାହିଁଲେ ସେ ଅଧା କାମକୁ ପୂରା କରିବାର ଉଦ୍ୟମ କରିପାର!
ଏହା ଶୁଣି ଜାପାନୀ ଛାତ୍ର କିଛି କହିବା ପୂର୍ବରୁ ଭାରତୀୟ ଛାତ୍ର ଅତି ଉତ୍ସାହର ସହିତ କହିଲେ- ମୁଁ ତାହା କରିବି!
ଜାପାନୀ ଛାତ୍ର ମଧ୍ୟ ସେହି ଇଚ୍ଛା ପ୍ରକାଶ କଲେ। ତେଣୁ ଅଧ୍ୟାପକ ଉଭୟଙ୍କୁ ନିଜ ନିଜ ବାଟରେ ସ୍ବତନ୍ତ୍ର ଭାବେ ଆଗେଇବା ଲାଗି ଅନୁମତି ଦେଲେ।
କିଛି ଦିନ ପରେ ଅଧ୍ୟାପକ ଦୁହିଁଙ୍କୁ ଡାକି କାମର ପ୍ରଗତି ବିଷୟରେ ପଚାରିଲେ।
ଭାରତୀୟ ଛାତ୍ର କହିଲେ- ଏହା ଅତି କଠିନ। ଏହାକୁ ଶେଷ କରିବା କଷ୍ଟକର। ଏହାକୁ ଅଧାରେ ଛାଡ଼ି ଦେଇଥିବା ଗବେଷକ ଠିକ୍ କହୁଥିଲେ।
ଜାପାନୀ ଛାତ୍ର ତାଙ୍କ ଉତ୍ତରରେ କହିଲେ- ଏହା କଷ୍ଟକର ନିଶ୍ଚୟ। ଏହା ଅସମ୍ଭବ ବୋଲି ମଧ୍ୟ ବେଳେବେଳେ ଲାଗେ। କିନ୍ତୁ ଆପଣ ଜାପାନୀମାନଙ୍କୁ ଜାଣିନାହାନ୍ତି। ଯଦି ସେମାନଙ୍କୁ ଲାଗିଲା ଯେ କାମଟି ହେବ ନାହିଁ, ସେମାନେ ସେଥିରେ ଆହୁରି ଜୋରରେ ଲାଗିବେ। ତେଣୁ ମୋ କାମରେ ମୁଁ ଲାଗିଛି।
ଏହା କହି ଶିକ୍ଷକ କହିଲେ- ଏବେ ପ୍ରଭେଦଟି କ’ଣ ତାହା ବୁଝି ପାରିଲ ତ?
କଥାଟିଏ-ଯାଯାବର: ପ୍ରଭେଦ କେଉଁଠି?
ଶିକ୍ଷକଙ୍କୁ ପିଲାମାନେ ପଚାରିଲେ- ସାର୍, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନ ତ ପୂରାପୂରି ନଷ୍ଟଭ୍ରଷ୍ଟ ହୋଇଯାଇଥିଲା, ପୁଣି ସେମାନେ କେମିତି ଏତେ କମ୍ ସମୟ ଭିତରେ ଏତେ ଉପରକୁ ଉଠିପାରିଲେ? ଶିକ୍ଷକ କହିଲେ- ପଚାରିଲ ଯଦି ଶୁଣ। ଗୋଟିଏ ବିଶ୍ବବିଦ୍ୟାଳୟରେ ଜଣେ....
/sambad/media/media_files/4gXaeJpVRwjMhCybVeWv.jpg)