ବ୍ରାହ୍ମୋ ସମାଜ ଦ୍ବାରା ଦୀକ୍ଷିତ ହେବା ପରେ ବିଖ୍ୟାତ ବିଦ୍ବାନ କେଶବ ଚନ୍ଦ୍ର ସେନ ଜଣେ ନାସ୍ତିକର ମନୋଭାବ ନେଇ ଗଲେ ଶ୍ରୀରାମକୃଷ୍ଣ ପରମହଂସଙ୍କ ନିକଟକୁ, ତାଙ୍କ ସହିତ ତର୍କ କରି ତାଙ୍କୁ ପରାସ୍ତ କରିବା ଉଦ୍ଦେଶ୍ୟରେ। କିନ୍ତୁ ଫେରିଲେ ଆଉ ଜଣେ ମଣିଷ ହୋଇ। ସେଠାରେ ଏମିତି କ’ଣ ଘଟିଗଲା କି?
ସେଠାରେ ରାମକୃଷ୍ଣ ପରମହଂସ ଈଶ୍ବରଙ୍କ ଅସ୍ତିତ୍ବ ସପକ୍ଷରେ ଆଦୌ କୌଣସି ତର୍କ ରଖିଲେ ନାହିଁ। ସେ ଅତି ଉତ୍କୀର୍ଣ୍ଣ ହୋଇ କେଶବ ଚନ୍ଦ୍ରଙ୍କ ଯୁକ୍ତିକୁ ଶୁଣୁଥାଆନ୍ତି ଓ ଆନନ୍ଦ ଗଦ୍ଗଦ୍ ହୋଇ ‘କି ଅପୂର୍ବ’ ବୋଲି କହି କୁଣ୍ଢାଇ ପକାଉଥାଆନ୍ତି! କେଶବ ଚନ୍ଦ୍ର ଶେଷରେ ଆଉ ସମ୍ଭାଳି ନ ପାରି କହିଲେ- ଆପଣ ପରା ମୋ ସହିତ ଈଶ୍ବରଙ୍କ ଅସ୍ତିତ୍ବ ନେଇ ବିବାଦ କରିବା କଥା? ଆପଣ ମୋ ତର୍କକୁ ଶୁଣି ‘ଅପୂର୍ବ’ ବୋଲି କହି ଗଦ୍ଗଦ୍ ହୋଇଯାଉଛନ୍ତି କାହିଁକି? ତା’ ମାନେ ମୁଁ କ’ଣ ଏହା ବୁଝିବି ଯେ ଆପଣ ତର୍କରେ ହାରିଗଲେ?
ରାମକୃଷ୍ଣ ପରମହଂସ ସେମିତି ଗଦ୍ଗଦ୍ କଣ୍ଠରେ କହିଲେ- କି ତର୍କ ବାବା? ତୁମେ ତର୍କ କରିବାକୁ ଆସିଥିଲ। ଏ ସଂଦର୍ଭରେ ମୋର କୌଣସି ବିବାଦ ନ ଥିଲା। ଆଉ ତୁମ ତର୍କ ଶୁଣୁଥିବା ବେଳେ ମୋର ଧାରଣା ଆହୁରି ଦୃଢ଼ ହୋଇଥିଲା ଯେ ଈଶ୍ବର ଅଛନ୍ତି। କାରଣ ତୁମ ଠାରେ ଯେଉଁ ଅସାଧାରଣ ବୁଦ୍ଧି, ବିଦ୍ୟା ଓ ଜ୍ଞାନ ଦେଖିଲି, ତାହା ଈଶ୍ବରଙ୍କ ବିନା କି ସମ୍ଭବ?
ଏହା ଶୁଣି କେଶବ ଚନ୍ଦ୍ର ନିରୁତ୍ତର ହୋଇଗଲେ। ସେ କେବଳ ପରାଜିତ ହୋଇ ଫେରି ନ ଥିଲେ, ଫେରିବା ବେଳକୁ ସେ ହୋଇଯାଇଥିଲେ ରାମକୃଷ୍ଣଙ୍କର ଜଣେ ପରମ ଅନୁଗାମୀ।
କଥାଟିଏ-ଯାଯାବର: କେଶବ ଚନ୍ଦ୍ରଙ୍କ ତର୍କ
ବ୍ରାହ୍ମୋ ସମାଜ ଦ୍ବାରା ଦୀକ୍ଷିତ ହେବା ପରେ ବିଖ୍ୟାତ ବିଦ୍ବାନ କେଶବ ଚନ୍ଦ୍ର ସେନ ଜଣେ ନାସ୍ତିକର ମନୋଭାବ ନେଇ ଗଲେ ଶ୍ରୀରାମକୃଷ୍ଣ ପରମହଂସଙ୍କ ନିକଟକୁ, ତାଙ୍କ ସହିତ ତର୍କ କରି ତାଙ୍କୁ ପରାସ୍ତ କରିବା ଉଦ୍ଦେଶ୍ୟରେ।
/sambad/media/media_files/4gXaeJpVRwjMhCybVeWv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)