ଗୌତମ ବୁଦ୍ଧ ସେ ଦିନ ହିତୋପଦେଶ ପ୍ରଦାନ କରୁଥିବା ବେଳେ ଜଣେ ରାଜା ସେଠାରେ ପହଞ୍ଚି ବସିଲେ। ବୁଦ୍ଧ କହୁଥିବା ବେଳେ ମନଯୋଗ ଦେଇ ଶୁଣୁଥିବା ରାଜା ତାଙ୍କ ଅଜାଣତରେ ଗୋଡ଼ ହଲାଇ ଚାଲିଥିଲେ। ବୁଦ୍ଧ ତାହା ଉପରେ ଦୃଷ୍ଟି ନିବଦ୍ଧ କଲେ ସେ ପ୍ରକୃତିସ୍ଥ ହୋଇ ଗୋଡ଼ ଚାଳନା ବନ୍ଦ କରି ଦେଉଥିେଲ।
ଏମିତି କିଛି ଥର ହେବା ପରେ ଅସ୍ବସ୍ତିର ଶିକାର ରାଜା କହିଲେ- ମହାଭାଗ ତାହା ମୋ ଅଜାଣତରେ ହଲୁଛି। ଆପଣଙ୍କ ଦୃଷ୍ଟି ପଡ଼ିଲେ ମୁଁ ସେଥି ପ୍ରତି ଧ୍ୟାାନଶୀଳ ହୋଇ ତାକୁ ବନ୍ଦ କରି ଦେଉଛି।
ବୁଦ୍ଧ କହିଲେ- ଏ ଗୋଡ଼ ଆପଣଙ୍କର ନା ଆଉ କାହାର? ତାକୁ ଆଉ କେହି ଚାଳନା କରୁଛି କି?
ରାଜା କହିଲେ- ମୋ ଅଗୋଚରରେ ତାହା ହଲୁଛି। ମୁଁ ନିରୁପାୟ।
ବୁଦ୍ଧ କହିଲେ- ଯଦି ଆପଣଙ୍କ ଅଗୋଚରରେ ଆପଣଙ୍କ ନିଜ ଗୋଡ଼ ହଲୁଛି, ତେବେ ଆପଣ ଅଗୋଚରରେ ଆପଣଙ୍କ ହାତ ତ ଅନ୍ୟ କାହାର ହତ୍ୟା କରିଦେଇପାେର?
ରାଜା କିଛି କ୍ଷଣ ନିରୁତ୍ତର ରହିଲେ। ତା’ ପରେ ପଚାରିଲେ- ତାହା ହେଲେ କ’ଣ କରିବା ଉଚିତ।
ବୁଦ୍ଧ କହିଲେ- ପ୍ରତିଟି କ୍ଷଣ ଧ୍ୟାନପୂର୍ବକ ଜିଇବାର ପ୍ରଚେଷ୍ଟା କର। ଆମେ ସମସ୍ତେ ଅଧିକାଂଶ ସମୟ ବେହୋସ ଅବସ୍ଥାରେ ଜିଉ। ଏବେ ପ୍ରତିଟି କ୍ଷଣ ହୋସପୂର୍ବକ ବିତାଇବାର ପ୍ରଚେଷ୍ଟା କର। ଗୋଟିଏ କଥା ମନେ ରଖ। ଆମର ସମସ୍ତ ଭୁଲ୍ ଏଭଳି ବେହୋସ ସ୍ଥିତିରେ ଘଟିଥାଏ। ଜାଗରୁକ ଭାବେ ଜୀବନ କାଟିଲେ କୌଣସି ଭୁଲ୍ ହେବା ଲାଗି ସୁଯୋଗ ନ ଥାଏ। ତେଣୁ ନିଜକୁ ସର୍ବଦା ପ୍ରକୃତିସ୍ଥ ଅବସ୍ଥାରେ ରଖ।
ଧ୍ୟାନ ପୂର୍ବକ ଜିଅ
କଥାଟିଏ-ଯାଯାବର