କୌଣସି ଏକ ଗୁରୁତର ଅପରାଧ ଘଟାଇ ଯୁବକଟି ନିଶାର୍ଧରେ ସହର ଛାଡ଼ି ଚାଲିଗଲା। କେହି ହେଲେ ବି ତା’ର କୌଣସି ଟେର୍ ପାଇଲେ ନାହିଁ। ଅନେକ ଖୋଜାଖୋଜି ପରେ ବି ତା’ର କୌଣସି ପତ୍ତା ମିଳିଲା ନାହିଁ। ସେ ଥିଲା ପରିବାରର ଏକମାତ୍ର ପୁତ୍ର। ଏଭଳି ଘଟନାରେ ତା’ ପରିବାର ଭାଙ୍ଗି ପଡ଼ିଲା।
ଏମିତି ଅନେକ ବର୍ଷ ବିତିଗଲା। ଦିନେ ଯୁବକର ବଡ଼ ଭାଇ ପାଇଲେ ଏକ ଚିଠି। ହାତ ଲେଖା ମାତ୍ର ଅଳ୍ପ କେଇ ଧାଡ଼ି। ତାହା ଆସିଥିଲା ମୁମ୍ବାଇରୁ। ଚିଠିରେ ସେଇ ଯୁବକଟି ଲେଖିଥିଲା ଯେ ସେ ଏକ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ। ସେ ନିଜ ପରିବାର ସଦସ୍ୟମାନଙ୍କୁ ଦେଖିବାକୁ ଚାହେଁ। ଇତି ମଧୢରେ ଯୁବକଟିର ବାପା ଚାଲିଯାଇଥିଲେ। ଦୁଃଖ ଓ ବୟସାଧିକ୍ୟ ହେତୁ ମା ଶଯ୍ୟାଶାୟୀ ହୋଇ ଯାଇଥିଲେ। ତେଣୁ ତା’ ବଡ଼ ଭାଇ ଚିଠିଟି ଧରି ମୁମ୍ବାଇ ଗଲେ ଏବ˚ ଚିଠିରେ ଥିବା ଠିକଣାରେ ପହଞ୍ଚିଲେ। ସେ ବିଶ୍ବାସ କରି ପାରିଲେ ନାହିଁ ଯେ ଏଭଳି ପୁତିଗନ୍ଧମୟ ପରିବେଶରେ ତାଙ୍କ ସାନ ଭାଇ ରହୁଥିବ। ଏକ ବସ୍ତିର ଗୋଟିଏ ଜରି ଛପର ଘରେ ସେ ପଡ଼ି ରହିଥିଲା। ଭାଇଙ୍କୁ ଦେଖି ସେ କାନ୍ଦି ପକାଇ ଧୀରେ ପଚାରିଲା- ପୁଲିସ ଜାଣି ନାହିଁ ତ?
ଅପରାଧଟି ଘଟାଇ ସାରିବା ପରେ ପୁଲିସ ହାତରୁ ବଞ୍ଚିବା ଲାଗି ଲୁଚିଲୁଚି ଏତେ ବର୍ଷ କାଳ ବୁଲିବା ପରେ ସେ କ୍ଳାନ୍ତ, ଶ୍ରାନ୍ତ ଓ ବ୍ୟାଧିଗ୍ରସ୍ତ ହୋଇଯାଇଥିଲା। ଏତେ ସବୁ ସହିଲୁ, ଘରକୁ ଚାଲି ଆସିଲୁ ନାହିଁ? ଭାଇ ପ୍ରଶ୍ନ କଲେ।
କେମିତି ଆସିଥାନ୍ତି? ପୁଲିସ୍ ଧରିଥାନ୍ତା। ଜେଲ୍ରେ ରହିଥାନ୍ତି।
ଏବେ ଆଉ କମ୍ ଦଣ୍ତ ପାଇଛୁ କି? ଭାଇ ପ୍ରଶ୍ନ କଲେ। ଏ ପ୍ରଶ୍ନର କିଛି ଉତ୍ତର ନ ଥିଲା।
କମ୍ ଦଣ୍ଡ ପାଇଲୁ କି?
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)