‘ଲକ୍‌ଡାଉନ୍‌’ ଓ ‘ଛାଡ଼ପତ୍ର’

ଝରକା

ଚୀନରେ କରୋନା ସଂକ୍ରମଣର ପ୍ରାଦୁର୍ଭାବ ଅପସରି ଯିବା ପରେ ଏବେ ଯେତେବେଳେ ‘ଲକ୍‌ଡାଉନ୍‌’ ସ୍ଥିତିରେ ‌େକାହଳ କରାଯାଇଛି, ସେତିକି ବେଳେ ଆଶା କରାଯାଉ ନ ଥିବା ଭଳି କଥାଟିଏ ଦେଖିବାକୁ ମିଳିଛି। ତାହା ହେଲା ଚୀନର ସହରଗୁଡ଼ିକରେ ଥିବା ବିବାହ ପଂଜୀକରଣ କାଉନ୍‌ସିଲ ଅଫିସରେ ଛାଡ଼ପତ୍ର ଲାଗି ଅବେଦନର ଝଡ଼। ‘ଲକ୍‌ଡାଉନ୍’ କାଳରେ ଯେଉଁ ଚୀନ ଅଧିବାସୀମାନେ ‘ୱିବୋ’(ଚୀନର ସର୍ବବୃହତ୍‌ ସାମାଜିକ ମଣମାଧ୍ୟମ ମଞ୍ଚ) ବା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ମଞ୍ଚ ଉପରେ ନଜର ରଖିଥିଲେ, ସେମାନେ ଏଭଳି ସ୍ଥିତିରେ ବିଶେଷ ବିସ୍ମିତ ନୁହନ୍ତି। କାରଣ ସେତିକି ବେଳେ ହେଉଥିବା ‘ପୋଷ୍ଟିଂ’ଗୁଡ଼ିକରୁ ଜଣାପଡୁଥିଲା ଯେମିତି ସମସ୍ତ ରୁଦ୍ଧ ଘରଗୁଡ଼ିକରେ ବୈବାହିକ ଜୀବନ ଘୋର ଚାପଗ୍ରସ୍ତ ଅବସ୍ଥା ଦେଇ ଗତି କରୁଛି। ଚୀନର ସମାଜ ବିଜ୍ଞାନୀମାନେ କହୁଛନ୍ତି ଏଭଳି ହେବା ଅନିବାର୍ଯ୍ୟ ଥିଲା। କାରଣ ଦୀର୍ଘ ଦୁଇ ମାସ କାଳ ପରସ୍ପର ସହିତ ଦିନରାତି ଚବିଶ ଘଣ୍ଟା ଏକାଠି ରହିବା ତଥା ଏକ ବନ୍ଦୀତୁଲ୍ୟ ଜୀବନ କାଟିବା କାରଣରୁ ଅନେକଙ୍କ କ୍ଷେତ୍ରରେ ଦାଂପତ୍ୟ ସଂପର୍କ ତାର ସମସ୍ତ ନମନୀୟତା ହରାଇଛି। କଥାରେ ଅଛି ମାତ୍ରାଧିକ ସାମୀପ୍ୟ ବିଦ୍ବେଷ ଜନ୍ମାଏ। ବୋଧହୁଏ ଚୀନରେ ତାହା ହିଁ ଘଟିଛି। ଅବଶ୍ୟ, ଏହା ମଧ୍ୟ କୁହାଯାଉଛି ଯେ ‘ଲକ୍‌ଡାଉନ୍‌’ ସମୟରେ କାଉନସିଲ ଅଫିସ ବନ୍ଦ ରହି ଏବେ ଖୋଲିଥିବାରୁ ଏମିତି ସ୍ଥିତି ଦେଖିବାକୁ ମିଳିଛି।

ତେବେ ସେ ଯାହା ହେଉ, ଏବେ ବିଶ୍ବର ପ୍ରାୟ ଦୁଇ ତୃତୀୟାଂଶ ଅଞ୍ଚଳ ‘ଲକ୍‌ଡାଉନ୍‌’ରେ। ଏହି ପରିପ୍ରେକ୍ଷୀରେ ଆଶା କରିବା ଯେ କରୋନାର ଘାତକ ଆକ୍ରମଣ ପରେ ପରେ ନୂଆ ଆଶା ସହିତ ବାହାରିଥିବା ମାନବ ସମାଜ ବିବାହ ବିଚ୍ଛେଦର ତାଡ଼ନା ଦେଇ ଗତି ନ କରୁ।

ସମ୍ବନ୍ଧିତ ଖବର