ଗତ ତିନି ଶତାବ୍ଦୀରେ ଏସୀୟ ହାତୀମାନଙ୍କ ବାସୋପଯୋଗୀ ଜଙ୍ଗଲ ଜମିର ଆୟତନରେ ଦୁଇ-ତୃତୀୟାଂଶ ସଂକୋଚନ ଘଟିଛି ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ‘ନେଚର୍’ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନର ତଥ୍ୟ ଅନୁସାରେ ୧୭୦୦ ମସିହାରୁ ଏ ପର୍ଯ୍ୟନ୍ତ ୩୩ ଲକ୍ଷ ବର୍ଗ କିଲୋମିଟର୍ ପରିମିତ ଜଙ୍ଗଲ କ୍ଷୟ ହୋଇସାରିଛି ଯାହା ଭାରତର ଆୟତନ ସହିତ ପାଖାପାଖି ସମାନ। ଏହି କାଳଖଣ୍ଡରେ ସର୍ବାଧିକ ହାତୀ ବାସୋପଯୋଗୀ ଜଙ୍ଗଲ କ୍ଷୟ ଦେଖିଥିବା ଏସୀୟ ଦେଶ ହେଉଛି ଚୀନ। ତିନି ଶତାବ୍ଦୀରେ ଚୀନର ୯୪% ହାତୀ ବାସପୋଯୋଗୀ ଜଙ୍ଗଲ ନଷ୍ଟ ହୋଇଛି। ସେହିପରି ୧୭୦୦ରେ ଭାରତରେ ଥିବା ହାତୀ ବାସୋପଯୋଗୀ ଜଙ୍ଗଲର ୮୬% ଭାଗର ଏବେ ଆଉ ଚିହ୍ନବର୍ଣ୍ଣ ନାହିଁ। ୧୭୦୦ ମସିହାରେ ଭାରତରେ ହାତୀ ବାସଯୋଗ୍ୟ ସ୍ଥାନର ଆୟତନ ୧୫ ଲକ୍ଷ ବର୍ଗ କି.ମି. ଥିବା ବେଳେ ଚୀନରେ ୧୧ ଲକ୍ଷ ବର୍ଗ କି.ମି. ପରିମିତ ହାତୀ ରହୁଥିବା ଜଙ୍ଗଲ ରହିଥିଲା। ତଥାପି ଭାରତରେ ଆଜି ବି ପୃଥିବୀର ତୃତୀୟ ସର୍ବାଧିକ ଆୟତନର ହାତୀ ବାସୋପଯୋଗୀ ଜଙ୍ଗଲ ରହିଛି। ବାଂଲାଦେଶର ୭୨% ହାତୀ ବସତି ଏବେ ଉଜୁଡ଼ି ସାରିଛି। ସେହିପରି ଥାଇଲାଣ୍ଡ, ଭିଏତ୍ନାମ ଓ ସୁମାତ୍ରା ଦ୍ବୀପ ସେମାନଙ୍କର ପାଖାପାଖି ଅର୍ଦ୍ଧେକ ହାତୀ ବସତି ହରାଇ ସରିଛନ୍ତି। ପ୍ରାକୃତିକ ଭୂଭାଗରେ ମଣିଷର ଉତ୍କଟ ପ୍ରଭାବ ବିସ୍ତାର ଯୋଗୁଁ ହାତୀ ବସତିର ସଂକୋଚନ ଘଟୁଛି। ତିନି ଶତାବ୍ଦୀରେ କେବଳ ମାଲେସିଆ ଓ ଲାଓସ୍ରେ ହାତୀ ବସତିର ଅଭିବୃଦ୍ଧି ଘଟିଛି। ଏହି ସମୟ ମଧ୍ୟରେ ମାଲେସିଆର ହାତୀ ବସତି ଆୟତନରେ ୬୧.୬% ବୃଦ୍ଧି ଘଟିଛି, ଯାହା ଯେକୌଣସି ଦେଶ ଲାଗି ସର୍ବାଧିକ। ଆଜି ଦିନରେ ଇଣ୍ଡୋନେସିଆରେ ହାତୀଙ୍କ ପାଇଁ ସୁରକ୍ଷିତ ଅଞ୍ଚଳର ଆୟତନ ହେଉଛି ପୃଥିବୀରେ ସର୍ବାଧିକ ଅର୍ଥାତ୍ ୪,୩୩,୭୭୪ ବର୍ଗ କିଲୋମିଟର।
ଦର୍ପଣ: ହାତୀ ବସତି ସଂକୋଚନ, ତିିନିଶହ ବର୍ଷରେ ଭାରତ ଆୟତନର ବସତି ଧ୍ବଂସ
/sambad/media/post_attachments/wp-content/uploads/2023/05/65sf4h654sfh65hsfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)