ପୃଥିବୀର ୩୦ଟି ଦେଶରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତୀୟମାନେ ନିଜ ପ୍ରେମ ଜୀବନକୁ ନେଇ ସବୁଠାରୁ କମ୍ ସନ୍ତୁଷ୍ଟ ଅଛନ୍ତି। ‘ଲଭ୍ ସାଟିସ୍ଫେକ୍ସନ ୨୦୨୫’ ନାମକ ଏହି ବିଶ୍ବସ୍ତରୀୟ ସର୍ବେକ୍ଷଣ ଅନୁସାରେ ପ୍ରେମ ଜୀବନକୁ ନେଇ ସର୍ବାଧିକ ସନ୍ତୋଷ ପ୍ରକାଶ କରିଥିବା ନାଗରିକଙ୍କ ଦେଶମାନ ହେଉଛନ୍ତି କଲୋମ୍ବିଆ (୮୨%), ଥାଇଲାଣ୍ଡ (୮୧%), ମେକ୍ସିକୋ (୮୧%), ଇଣ୍ଡୋନେସିଆ (୮୧%) ଓ ମାଲେସିଆ (୭୯%) ପ୍ରମୁଖ। ଅପରପକ୍ଷେ ପ୍ରେମ ଜୀବନକୁ ନେଇ ସର୍ବନିମ୍ନ ସନ୍ତୁଷ୍ଟ ନାଗରିକଙ୍କ ଦେଶମାନ ହେଲେ ଜାପାନା (୫୬%), ଦକ୍ଷିଣ କୋରିଆ (୫୯%) ଓ ଭାରତ (୬୩%)।
ଭାରତର ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୬୪% ସେମାନଙ୍କୁ ଭଲପାଇବା ମିଳୁଥିବା ଅନୁଭବ କରନ୍ତି, କିନ୍ତୁ ମାତ୍ର ୫୭% ଭାରତୀୟ ନିଜ ରୋମାଣ୍ଟିକ/ଯୌନ ଜୀବନକୁ ନେଇ ସନ୍ତୁଷ୍ଟ ବୋଲି ପ୍ରକାଶ କରିଛନ୍ତି। ତେବେ ୬୭% ବିବାହିତ ବ୍ୟକ୍ତି ସେମାନଙ୍କ ସ୍ବାମୀ ବା ସ୍ତ୍ରୀଙ୍କ ସହିତ ସମ୍ପର୍କକୁ ନେଇ ସନ୍ତୁଷ୍ଟ ବୋଲି ଜଣାପଡ଼ିଛି।
ଏହି ସର୍ବେକ୍ଷଣର ଗୋଟିଏ ରୋଚକ ନିଷ୍କର୍ଷ ହେଉଛି ଯେଉଁ ଦେଶର ଲୋକମାନେ ନିଜ ପ୍ରେମିକ/ପ୍ରେମିକା ବା ସ୍ବାମୀ/ସ୍ତ୍ରୀଙ୍କ ସହ ସମ୍ପର୍କକୁ ନେଇ ଅଧିକ ସନ୍ତୁଷ୍ଟ ସେମାନେ ରୋମାଣ୍ଟିକ୍ ଜୀବନକୁ ନେଇ ସେତେ ଅଧିକ ସନ୍ତୁଷ୍ଟ ଥିବାର ସମ୍ଭାବନା ଅଧିକ।
ଏହି ସର୍ବେକ୍ଷଣର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା ଉଚ୍ଚ ଆୟକାରୀ ବ୍ୟକ୍ତିମାନେ ନିଜ ପ୍ରେମ ସମ୍ପର୍କ ଓ ରୋମାଣ୍ଟିକ ଜୀବନକୁ ନେଇ ସର୍ବାଧିକ ସନ୍ତୋଷ ପ୍ରକାଶ କରନ୍ତି। ସର୍ବେକ୍ଷଣ ଅନ୍ତର୍ଭୁକ୍ତ ୩୦ଟି ଦେଶର ଉଚ୍ଚ ଆୟକାରୀ ବ୍ୟକ୍ତିବିଶେଷଙ୍କ ମଧ୍ୟରୁ ୮୩% ସେମାନଙ୍କ ପ୍ରେମ ଜୀବନକୁ ନେଇ ସନ୍ତୁଷ୍ଟ ଥିବାବେଳେ ମଧ୍ୟମ ଆୟକାରୀ ଲୋକମାନଙ୍କ କ୍ଷେତ୍ରରେ ସେହି ହାର ୭୬% ଏବଂ ନିମ୍ନ ଆୟକାରୀ ଲୋକଙ୍କ କ୍ଷେତ୍ରରେ ୬୯%।
ଇପ୍ସୋସ୍ ନାମକ ବଜାର ଗବେଷଣା ସଂସ୍ଥା ଦ୍ବାରା ଏହି ସର୍ବେକ୍ଷଣ କରାଯାଇଥିଲା। ଏଥିରେ ୩୦ଟି ଦେଶର ୨୩,୭୬୫ ଜଣଙ୍କ ମତାମତ ଗ୍ରହଣ କରାଯାଇଥିଲା। ୨,୨୦୦ରୁ ଅଧିକ ଭାରତୀୟ ଏଥିରେ ଭାଗ ନେଇଥିଲେ।
ଦର୍ପଣ: ପ୍ରେମ ଜୀବନ ଓ ଆତ୍ମସନ୍ତୋଷ
ପୃଥିବୀର ୩୦ଟି ଦେଶରେ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ଭାରତୀୟମାନେ ନିଜ ପ୍ରେମ ଜୀବନକୁ ନେଇ ସବୁଠାରୁ କମ୍ ସନ୍ତୁଷ୍ଟ ଅଛନ୍ତି। ‘ଲଭ୍ ସାଟିସ୍ଫେକ୍ସନ ୨୦୨୫’ ନାମକ ଏହି ବିଶ୍ବସ୍ତରୀୟ ସର୍ବେକ୍ଷଣ ଅନୁସାରେ...
/sambad/media/media_files/2025/03/04/ScaZcf1WN0MnJsJkf2Ii.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)