କିଛି ଦିନ ତଳେ ପ୍ରକାଶିତ ବିଶ୍ବ ମ୍ୟାଲେରିଆ ରିପୋର୍ଟ ୨୦୨୪ ଭାରତର ସକାରାତ୍ମକ ଅଗ୍ରଗତିକୁ ସ୍ବୀକୃତି ପ୍ରଦାନ କରିଛି। ଏହି ରିପୋର୍ଟ ଅନୁଯାୟୀ ୨୦୧୭ରୁ ୨୦୨୩ ମଧ୍ୟରେ ଭାରତରେ ମ୍ୟାଲେରିଆ ମାମଲା ସଂଖ୍ୟା ବାର୍ଷିକ ୬୪ ଲକ୍ଷରୁ ମାତ୍ର ୨୦ ଲକ୍ଷକୁ ହ୍ରାସ ପାଇଛି। ସେହି ଅବଧି ମଧ୍ୟରେ ମ୍ୟାଲେରିଆ ମୃତ୍ୟୁ ସଂଖ୍ୟା ୧୧,୧୦୦ରୁ ୬୯% ହ୍ରାସ ପାଇ ୩,୫୦୦ରେ ପହଞ୍ଚିଛି। ମ୍ୟାଲେରିଆ ସଂକ୍ରମଣ ଓ ମୃତ୍ୟୁ ହାରରେ ଏହି ଉଲ୍ଲେଖନୀୟ ହ୍ରାସ ଯୋଗୁଁ ଭାରତ ‘ହାଇ-ବର୍ଡେନ୍-ହାଇ-ଇମ୍ପାକ୍ଟ’ (ଏଚ୍ବିଏଚ୍ଆଇ) ଦେଶସମୂହରୁ ନିଷ୍କ୍ରାନ୍ତ ହୋଇପାରିଛି।
ମ୍ୟାଲେରିଆ ସହ ଲଢ଼େଇରେ ଏହି ଉଲ୍ଲେଖନୀୟ ଅଗ୍ରଗତି ଲାଗି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍)ର ରୋଗ ନିରାକରଣ ଅଧ୍ୟକ୍ଷ ଡାକ୍ତର ରଜନୀକାନ୍ତ ଶ୍ରୀବାସ୍ତବ ‘ଆର୍ଟେମାଇସିନିନ୍’ ଆଧାରିତ କମ୍ବିନେସନ୍ ଥେରାପି ଓ ଦୀର୍ଘସ୍ଥାୟୀ କୀଟନାଶକ ମଶାରିକୁ ଶ୍ରେୟ ଦେଇଛନ୍ତି। ଓଡ଼ିଶା, ଝାଡ଼ଖଣ୍ଡ, ଛତିଶଗଡ଼ ଓ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ଆଦିବାସୀ ଅଧ୍ୟୁଷିତ ବନାଞ୍ଚଳରେ ଏହାର ପ୍ରଭାବ ସ୍ପଷ୍ଟ ପରିଲକ୍ଷିତ ହୋଇଛି।
ପ୍ରତି ବର୍ଷ ଉକ୍ତ ରିପୋର୍ଟ ୮୩ଟି ଦେଶରେ ମ୍ୟାଲେରିଆ ନିୟନ୍ତ୍ରଣ ଓ ନିରାକରଣ ପଦକ୍ଷେପଗୁଡ଼ିକୁ ସମୀକ୍ଷା କରି ବିଶ୍ବସ୍ତରରେ ଅଗ୍ରଗତିର ଆକଳନ କରିଥାଏ। ଏ ବର୍ଷର ରିପୋର୍ଟ ଉତ୍ସାହଜନକ ଚିତ୍ର ଉପସ୍ଥାପନ କରିଛି। ୨୦୦୦ରୁ ୨୦୨୩ ମସିହା ମଧ୍ୟରେ ସମଗ୍ର ବିଶ୍ବରେ ମ୍ୟାଲେରିଆ ବିରୋଧୀ ପଦକ୍ଷେପ ଯୋଗୁଁ ୨୨ କୋଟି ସଂକ୍ରମଣ ମାମଲା ଓ ୧.୨୭ କୋଟି ମୃତ୍ୟୁକୁ ଏଡ଼ାଇ ଦିଆଯାଇପାରିଛି। ଭାରତ ସମେତ ଲାଇବେରିଆ ଓ ରୁଆଣ୍ଡା ଭଳି ଦେଶ ମ୍ୟାଲେରିଆ ନିରାକରଣରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛନ୍ତି। ସେହିପରି ନିକଟରେ ସ୍ବୀକୃତ ମ୍ୟାଲେରିଆ ଟିକାକୁ ଅଧିକରୁ ଅଧିକ ଦେଶ ବ୍ୟବହାର କଲେଣି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ୪୪ ଦେଶ ଓ ଗୋଟିଏ ଅଞ୍ଚଳକୁ ମ୍ୟାଲେରିଆ ମୁକ୍ତ ଘୋଷଣା କରିସାରିଛି।
ଦର୍ପଣ: ମ୍ୟାଲେରିଆ ନିୟନ୍ତ୍ରଣରେ ଅଗ୍ରଗତି
କିଛି ଦିନ ତଳେ ପ୍ରକାଶିତ ବିଶ୍ବ ମ୍ୟାଲେରିଆ ରିପୋର୍ଟ ୨୦୨୪ ଭାରତର ସକାରାତ୍ମକ ଅଗ୍ରଗତିକୁ ସ୍ବୀକୃତି ପ୍ରଦାନ କରିଛି। ଏହି ରିପୋର୍ଟ ଅନୁଯାୟୀ ୨୦୧୭ରୁ ୨୦୨୩ ମଧ୍ୟରେ ଭାରତରେ ମ୍ୟାଲେରିଆ ମାମଲା ସଂଖ୍ୟା ବାର୍ଷିକ ୬୪ ଲକ୍ଷରୁ ମାତ୍ର ୨୦ ଲକ୍ଷକୁ ହ୍ରାସ ପାଇଛି।
/sambad/media/media_files/2024/12/16/5pFGTBgkHmydgfsOOgIv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)