ଲାନ୍ସେଟ ପତ୍ରିକାରେ ପ୍ରକାଶିତ ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ପାଖାପାଖି ଅର୍ଦ୍ଧେକ ଯୌନ ଉତ୍ପୀଡ଼ନ ୧୫ ବା କମ୍ ବର୍ଷ ବୟସରୁ ଆରମ୍ଭ ହୋଇଥାଏ। ୨୦୨ଟି ଦେଶରେ ୧୯୯୦ରୁ ୨୦୨୩ ମଧ୍ୟରେ ଶିଶୁମାନଙ୍କ ସହ ହୋଇଥିବା ଯୌନ ହିଂସା ତଥ୍ୟର ବିଶ୍ଳେଷଣରୁ ଏହି ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆସିଛି।
ୟୁନିଭର୍ସିଟି ଅଫ୍ ଵାସିଂଟନ ସ୍କୁଲ ଅଫ ମେଡିସିନର ଆଇଏଚ୍ଏମ୍ଇ ସଂସ୍ଥା ଦ୍ବାରା କରାଯାଇଥିବା ଏହି ଅଧ୍ୟୟନରୁ ପ୍ରକାଶ ଯେ ବିଶ୍ବ ସ୍ତରରେ ପ୍ରତି ପାଞ୍ଚ ଜଣରୁ ଜଣେ ମହିଳା (୧୮.୯%) ଓ ସାତ ଜଣରୁ ଜଣେ ପୁରୁଷ (୧୪.୮%) ୧୮ ବର୍ଷ ବୟସ ପୂର୍ବରୁ ଯୌନ ହିଂସା ଭୋଗିଥିଲେ। ଭାରତରେ ଏହି ହାର ମହିଳା ଓ ପୁରୁଷଙ୍କ ପାଇଁ ଯଥାକ୍ରମେ ୩୦.୮% ଓ ୧୩.୫%। ଆର୍ଥିକ ସ୍ଥିତି ଓ ଅଞ୍ଚଳ ନିର୍ବିଶେଷରେ ପ୍ରାୟ ସବୁ ଦେଶରେ ଶିଶୁ ଯୌନ ହିଂସା ଜାରି ରହିଛି। ଉଚ୍ଚ ଆୟକାରୀ ରାଷ୍ଟ୍ରମାନଙ୍କରେ ମଧ୍ୟ ମହିଳାଙ୍କ ବିରୋଧରେ ଯୌନ ହିଂସାର ହାର ଖୁବ୍ ଉଚ୍ଚା ରହିଛି। ଏହାର ଉଦାହରଣ ହେଉଛନ୍ତି- ନେଦରଲାଣ୍ଡ (୩୦%), ନ୍ୟୁଜିଲାଣ୍ଡ (୨୯%), ଯୁକ୍ତରାଷ୍ଟ୍ର ଆମେରିକା (୨୮%) ଓ ୟୁନାଇଟେଡ୍ କିଙ୍ଗଡମ୍ (୨୪%)।
ଅଧ୍ୟୟନର ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ ବିଶ୍ବ ସ୍ତରରେ ୧୩-୨୪ ବର୍ଷ ବୟସର ଯୌନ ହିଂସା ପୀଡ଼ିତମାନଙ୍କ ମଧ୍ୟରୁ ୭୬% ମହିଳା ଓ ୭୨% ପୁରୁଷ ୧୮ ବର୍ଷରୁ କମ୍ ବୟସରେ ପ୍ରଥମ ଥର ଯୌନ ହିଂସାର ଶରବ୍ୟ ହୋଇଥିଲେ। ୧୬ ବର୍ଷ ପୂର୍ବରୁ ପ୍ରଥମେ ଯୌନ ହିଂସା ଭୋଗିଥିବା ମହିଳା ଓ ପୁରୁଷଙ୍କ ହାର ଯଥାକ୍ରମେ ୪୧% ଓ ୪୮%। ଆହୁରି ଚିନ୍ତାଜନକ ତଥ୍ୟ ହେଲା, ୧୨ ବର୍ଷରୁ କମ୍ ବୟସରେ ଯୌନ ହିଂସା ଭୋଗିଥିବା ପୀଡ଼ିତଙ୍କ ହାର ହେଉଛି ୮% ମହିଳା ଓ ୧୪% ପୁରୁଷ।
ଦର୍ପଣ: ଯୌନ ହିଂସାର ଆରମ୍ଭ ବୟସ
ଲାନ୍ସେଟ ପତ୍ରିକାରେ ପ୍ରକାଶିତ ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି ଯେ ପାଖାପାଖି ଅର୍ଦ୍ଧେକ ଯୌନ ଉତ୍ପୀଡ଼ନ ୧୫ ବା କମ୍ ବର୍ଷ ବୟସରୁ ଆରମ୍ଭ ହୋଇଥାଏ। ୨୦୨ଟି ଦେଶରେ ୧୯୯୦ରୁ ୨୦୨୩ ମଧ୍ୟରେ ଶିଶୁମାନଙ୍କ ସହ ହୋଇଥିବା ଯୌନ ହିଂସା ତଥ୍ୟର ବିଶ୍ଳେଷଣରୁ ଏହି ଉଦ୍ବେଗଜନକ ଚିତ୍ର ସାମ୍ନାକୁ ଆସିଛି।
/sambad/media/media_files/2025/05/12/nssFKRBvbLU2WziRKd20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)