ବାଇଗଣ ପୋଥିରୁ ଆସି ବାଡ଼ିରେ ଫଳୁ

ଜାତୀୟ ଶିକ୍ଷାନୀତି ଚର୍ଚ୍ଚା - ପ୍ରୀତୀଶ ଆଚାର୍ଯ୍ୟ

ନିକଟରେ କେନ୍ଦ୍ର ସରକାର ଜାତୀୟ ଶିକ୍ଷାନୀତି (National Education Policy)-୨୦୨୦କୁ ଜାରି କରିଛନ୍ତି। ଏକବି˚ଶ ଶତାବ୍ଦୀର ଏହା ହେଉଛି ପ୍ରଥମ ଏବ˚ ସ୍ବାଧୀନତୋତ୍ତର ଭାରତର ତୃତୀୟ ଜାତୀୟ ଶିକ୍ଷାନୀତି। ପ୍ରଥମ ଶିକ୍ଷାନୀତି ୧୯୬୮ରେ ଏବ˚ ଦ୍ବିତୀୟଟି ୧୯୮୬ରେ ଜାରି ହୋଇଥିଲା। ଶିକ୍ଷାକୁ ନେଇ ରାଷ୍ଟ୍ରର ଦୃଷ୍ଟି ଓ ଦର୍ଶନ କ’ଣ ହେବ; ରାଷ୍ଟ୍ର ଗଠନରେ ଶିକ୍ଷା କେମିତି ଉପଯୋଗୀ ହୋଇପାରିବ; ତାହା ଶିକ୍ଷାନୀତିରେ ଦର୍ଶାଯାଇଥାଏ। ପୂର୍ବ ଭଳି ଏହି ଶିକ୍ଷାନୀତିରେ ମଧୢ ତାହା ରହିଛି। ଶିକ୍ଷାର ସମସ୍ତ ସ୍ତର ଏବ˚ ପ୍ରତିଟି ବିଭାବ ଉପରେ ଏଥିରେ ବିସ୍ତୃତ ଚର୍ଚ୍ଚା ରହିଛି। ମୋଟାମୋଟି ଭାବେ ଦେଖିଲେ ଏକ ଦସ୍ତାବିଜ ରୂପରେ ଏହା ଅନନ୍ୟ। ମାତ୍ର ଯେତେଦିନ ଯାଏଁ ଦର୍ଶିତ ବିନ୍ଦୁଗୁଡ଼ିକୁ କାର୍ଯ୍ୟକାରୀ କରାନଯାଏ, ଏହାର କିଛି ବିଶେଷ ଅର୍ଥ ନାହିଁ। ପୋଥି ବାଇଗଣରୁ ଏହାକୁ ବାଡ଼ି ବାଇଗଣରେ ରୂପାନ୍ତରିତ କରିବାର ଭାର ଉଭୟ କେନ୍ଦ୍ର ଏବ˚ ରାଜ୍ୟ ସରକାର ଗୁଡ଼ିକ ହାତରେ, କାରଣ ସମ୍ବିଧାନରେ ଶିକ୍ଷା ହେଉଛି ଏକ ଯୁଗ୍ମ ବିଷୟ। ଏବେ ଘରୋଇ ସ˚ସ୍ଥାଗୁଡ଼ିକ ମଧୢ ଶିକ୍ଷାକ୍ଷେତ୍ରରେ ପ୍ରବେଶ କଲେଣି। ଆଗାମୀ ଦିନରେ ସେମାନଙ୍କର ପ୍ରଭାବ ଊଣା ହେବାର କୌଣସି ସ˚ଭାବନା ଦିଶୁନାହିଁ। ବ୍ୟତିକ୍ରମ ରହିଛନ୍ତି, କିନ୍ତୁ ସେମାନଙ୍କ ମଧୢରୁ ଅଧିକା˚ଶ ଶୁଦ୍ଧ ଲାଭ ଆଶାରେ ରହିଛନ୍ତି। ଯଦି କେନ୍ଦ୍ର ଏବ˚ ରାଜ୍ୟ ସରକାର ସ୍ବୟ˚ ପରିଚାଳନା କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାନୀତି ନିର୍ଦ୍ଦେଶିତ ବିନ୍ଦୁଗୁଡ଼ିକୁ ଲାଗୁ ନ କରନ୍ତି, ତାହା ହେଲେ ଘରୋଇ ସ˚ସ୍ଥାଗୁଡ଼ିକୁ ବା ଲାଗୁ କରିବାକୁ କହିବେ କେମିତି? ଅନ୍ୟ ପକ୍ଷରେ, ସରକାର ହୁଗୁଳା ହେଲେ, ଘରୋଇ ସ˚ସ୍ଥାଗୁଡ଼ିକ ଶିକ୍ଷାନୀତି ନିର୍ଦ୍ଦେଶିତ ବିନ୍ଦୁଗୁଡ଼ିକୁ ଲାଗୁ କରିବା ଆଳରେ ଅଧିକ ଲାଭଖୋର ହେବାର ସୁଯୋଗ ପାଇବେ। ତେଣିକି କେବଳ ଏକ ଦସ୍ତାବିଜ ମାତ୍ର ହୋଇ ରହିଯିବା ଶିକ୍ଷାନୀତିର ନିୟତି ହୋଇଯିବ!

ଏହି ଆଲୋଚନାରେ ସ୍ଥାନର ସ୍ବଳ୍ପତା ଦୃଷ୍ଟିରୁ ଶିକ୍ଷାନୀତି-୨୦୨୦ରେ ରହିଥିବା- ଗୋଟାଏ ବିଚାରକୁ ଚର୍ଚ୍ଚା କରିବା। ତାହାହେଲା ଶୈକ୍ଷିକ ବିଷୟ ଶିକ୍ଷା: ଇ˚ରେଜୀରେ ଯାହାକୁ କୁହାଯାଏ- Curricular Areas।

ଜାତୀୟ ଶିକ୍ଷାନୀତି ଅନୁଯାୟୀ ମାଧୢମିକ ସ୍ତରରେ, କଳା ଏବ˚ ବିଜ୍ଞାନ, ବିଷୟ ଶିକ୍ଷା ଏବ˚ ବିଷୟ ବହିର୍ଭୂତ ଶିକ୍ଷା (Extra Curricular Subjects) ତଥା ଧନ୍ଦାମୂଳକ ଶିକ୍ଷା (Vocational Learning) ଏବ˚ ଶୈକ୍ଷିକ ବିଷୟ ଶିକ୍ଷା ମଧୢରେ ତାରତମ୍ୟ ରହିବ ନାହିଁ। ସବୁଗୁଡ଼ିକ ସମ ସ୍ତରରେ ସ୍ଥାନ ପାଇବେ। ଏହା ଏକ ଉତ୍ତମ ବିଚାର ଏବ˚ ଆଦର୍ଶ ଓ ସାମଗ୍ରିକ ଶିକ୍ଷାର ମାର୍ଗ। ବିଷୟଗୁଡ଼ିକ ମଧୢରେ ରହିଥିବା ଅନୁକ୍ରମ (hierarchy) ହେଉଛି ଶିକ୍ଷାର ବଡ଼ ରୋଧକ। ଏଥିରେ କେହି ଦ୍ବିମତ ହେବେ ନାହିଁ। ଜ୍ଞାନ ଗୋଟାଏ ଏବ˚ ବିଷୟଗୁଡ଼ିକ ହେଲେ ତାକୁ ଲାଭ କରିବାର ଭିନ୍ନ ଭିନ୍ନ ମାର୍ଗ। ଯେଉଁ କଥା ‘ଈଶ୍ବର’ ଏବ˚ ‘ଧର୍ମ’ ସମ୍ବନ୍ଧରେ କୁହାଯାଏ, ତାକୁ ଏଥିରେ ଯୋଡ଼ି ଦେଖି ହେବ। ଅନ୍ୟ ଶବ୍ଦରେ କହିଲେ ପ୍ରତ୍ୟେକ ବିଷୟ ଜ୍ଞାନ ପ୍ରାପ୍ତି ଦିଗରେ ସହାୟକ ହୁଅନ୍ତି। ଶିକ୍ଷାର୍ଥୀ ତନ୍ମଧୢରୁ ଗୋଟାଏ ବିଷୟ କିମ୍ବା ସୁବିଧା ଏବ˚ ଆଗ୍ରହ ଦୃଷ୍ଟିରୁ ଅଳ୍ପ କେତୋଟି ବିଷୟକୁ ଅଧୢୟନ ପାଇଁ ବାଛିଥାଏ। ମାତ୍ର ଦେଖାଯାଏ ଯେ, ବିଜ୍ଞାନକୁ କଳା ବିଷୟ ତୁଳନାରେ ଅଧିକ ମହତ୍ତ୍ବ ଦିଆଯାଏ, ଯାହା ଏକ ଧାରଣା ସୃଷ୍ଟି କରିଥାଏ ଯେ ବିଜ୍ଞାନ ବିଷୟ ଅଧିକ ଜ୍ଞାନପ୍ରଦ। ଏହି ଧାରଣା ଯୋଗୁଁ ସମୟ କ୍ରମେ କଳା ବିଷୟର ଛାତ୍ର ଆତ୍ମ-ସ˚କୋଚନ ଏବ˚ ହୀନମନ୍ୟତାର ଶିକାର ହେଉଥିବା ବେଳେ ବିଜ୍ଞାନ ଛାତ୍ର ଆତ୍ମ-ବଡ଼ିମାର ଅଧିକାରୀ ହୋଇଥାଏ, ଯାହା ଉଭୟଙ୍କ ପାଇଁ ଏକା ମାତ୍ରାରେ କ୍ଷତିକାରକ। ସେହିଭଳି, କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, ସୃଜନଶୀଳ ଲେଖନ ଏବ˚ ପାଠ୍ୟକ୍ରମ ଅତିରିକ୍ତ ବିବିଧ ବିଷୟରେ ବହୁଳ ପଠନ ଆଦି ଭଳି ବିଷୟ ବହିର୍ଭୂତ ବିନ୍ଦୁଗୁଡ଼ିକୁ ବିଷୟ ଶିକ୍ଷା ତୁଳନାରେ ସ୍କୁଲରେ ଅବହେଳା କରାଯାଏ। ଧନ୍ଦାମୂଳକ ହେଲା ଅସଲରେ ଶରୀର ଶ୍ରମ ଭିତ୍ତିକ ଶିକ୍ଷା। ପ୍ରତ୍ୟେକ ଛାତ୍ରର ତହିଁରେ ପ୍ରବେଶ ରହିବା ଉଚିତ। ଏହା ବିଷୟ ଶିକ୍ଷାକୁ ବ୍ୟାବହାରିକ ହେବାରେ ସାହାଯ୍ୟ କରେ। ମାତ୍ର ଧନ୍ଦାମୂଳକ ଶିକ୍ଷାକୁ ଅଧାରୁ ପାଠ ଛାଡ଼ୁଥିବା ପିଲାମାନଙ୍କ ଲାଗି କର୍ମନିଯୁକ୍ତି ବା ଶୁଦ୍ଧ ଭାଷାରେ କହିଲେ ‘ନାବାଳକ ଶ୍ରମିକ’ ସୃଷ୍ଟିର ମାର୍ଗ ବୋଲି ମନେ କରାଯାଏ। ତେଣୁ ଏଭଳି ଏକ ଧାରଣାର ଅନ୍ତ ଘଟାଉଥିବା ଜାତୀୟ ଶିକ୍ଷାନୀତିର ବିଚାର ନିଶ୍ଚିତ ରୂପେ ସ୍ବାଗତଯୋଗ୍ୟ।

ପ୍ରଶ୍ନ ହେଲା, ଏଭଳି କଥା କ’ଣ ଆଗରୁ କୁହାଯାଇନାହିଁ? ୨୦୦୫ରେ ଏକ ଜାତୀୟ ପାଠ୍ୟକ୍ରମ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ତହିଁରେ ବିଷୟ ବହିର୍ଭୂତ ଶିକ୍ଷାକୁ ଜାଣିଶୁଣି ‘ବିଷୟେତର’ ବା other curricular area ବୋଲି ଉଲ୍ଲେଖ କରାଯାଇଛି। ଏଭଳି ନାମ ପରିବର୍ତ୍ତନ ପଛରେ ଆଧାର ହେଲା ଯେ, ‘ବିଷୟ ବହିର୍ଭୂତ’ କହିବା ଦ୍ବାରା ତାହା ଅନାବଶ୍ୟକ ଏବ˚ ‘ଅଦରକାରୀ’ ଶ୍ରେଣୀଭୁକ୍ତ ହୋଇଯାଉଛି; ‘ବିଷୟେତର’ ବୋଲି ନାମିତ କରାଗଲେ ତାହା ସ୍କୁଲର ସମୟ-ସାରଣୀରେ ଅବହେଳାର ଶିକାର ହେବ ନାହିଁ! ଅର୍ଥାତ୍‌, ସ୍କୁଲ୍‌ରେ ଗଣିତ, ବିଜ୍ଞାନ, ଭାଷା ଏବ˚ ସାମାଜିକ ବିଜ୍ଞାନ ଭଳି ‘ବିଷୟ ଶିକ୍ଷା’ ଏବ˚ କ୍ରୀଡ଼ା, କଳାପ୍ରଦର୍ଶନ, ସୃଜନଶୀଳ ଲେଖନ ଏବ˚ ବହୁ-ପଠନ ଭଳି ‘ବିଷୟେତର’ ଶିକ୍ଷା; କେହି କାହାରିଠାରୁ ଊଣା ବିବେଚିତ ହେବେ ନାହିଁ; ତାହା ହେଲେ ଶିକ୍ଷାର୍ଥୀର ସାମଗ୍ରିକ ବିକାଶରେ ଉଭୟ ପରସ୍ପରର ପରିପୂରକ ସିଦ୍ଧ ହେବେ; ଏବ˚ ସ୍କୁଲ ପ୍ରତି ପିଲା ମନରେ ଆକର୍ଷଣ ବୃଦ୍ଧି କରନ୍ତି! ବିଷୟେତର ଶିକ୍ଷାକୁ ଲାଗୁ କରିବା ନିମିତ୍ତ ୨୦୦୫ର ଜାତୀୟ ଖସଡ଼ାରେ ଯୁଗ୍ମ (Club) ପିରିଅଡ୍‌ର କଥା ରହିଛି। ଦୁଇଟି ପିରିଅଡ୍‌କୁ ମିଶାଇ ଦିଆଗଲେ ପିଲା ଖେଳିପାରିବ ବା କଳା ପ୍ରଦର୍ଶନ କରିପାରିବ।

ସେହିଭଳି, ୨୦୦୫ର ଖସଡ଼ା ଅନୁଯାୟୀ, ଯୁକ୍ତ ଦୁଇ ସ୍ତରରେ ବିଜ୍ଞାନ ଛାତ୍ର ଅର୍ଥଶାସ୍ତ୍ର ଏବ˚ ଭୂଗୋଳ ବିଷୟକୁ ଏବ˚ କଳା ଛାତ୍ର ଜୀବବିଜ୍ଞାନ ଏବ˚ ଗଣିତ ବିଷୟକୁ ବାଛି ପାରିବେ। ନୂଆ ଶିକ୍ଷାନୀତି (୨୦୨୦) ଅନୁସାରେ ଯୁକ୍ତ ଦୁଇ ବା ଉଚ୍ଚତର ମାଧୢମିକ ଶିକ୍ଷା ଆଉ ରହିବ ନାହିଁ। ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ‘ମାଧୢମିକ ଶିକ୍ଷା’ ନାମରେ ରହିବ। ତେଣୁ, ନବମରୁ ପିଲା ବିଜ୍ଞାନ, କଳା ଏବ˚ ବାଣିଜ୍ୟରୁ ଆବଶ୍ୟକ ସ˚ଖ୍ୟକ ବିଷୟ ବାଛି ପାରିବେ। ପ୍ରଶ୍ନ ଉଠେ ଯେ ପୂର୍ବର ଯୁକ୍ତ ଦୁଇ ସ୍ତରରେ କ’ଣ ଏତେ ସବୁ ନିର୍ଦ୍ଦେଶ ସତ୍ତ୍ବେ ବିଷୟଗୁଡ଼ିକ ମଧୢରେ ଅନୁକ୍ରମ ହ୍ରାସ ପାଇଥିଲା? ‘ବିଷୟେତର’ ନାମିତ କରିବା ସତ୍ତ୍ବେ ସ୍କୁଲର ସମୟ-ସାରଣୀରେ କ୍ରୀଡ଼ା, କଳା ପ୍ରଦର୍ଶନ, ସୃଜନଶୀଳ ଲେଖନ ଆଦିକୁ ମହତ୍ତ୍ବ ମିଳିଥିଲା? ଅନେକ ରାଜ୍ୟ ସରକାର ‘ଯୁକ୍ତ ଦୁଇ’କୁ କଲେଜ ଶିକ୍ଷାରେ ମିଶାଇ ଦେଇ ‘ବିଷୟେତର’ ଶିକ୍ଷାର ପ୍ରାବଧାନକୁ ଏକା ବେଳକେ ଲୋପ କରି ଦେଇଥିଲେ। ପ୍ରାଥମିକ ଏବ˚ ମାଧୢମିକ ସ୍ତରୀୟ ଶିକ୍ଷା ସମୟରେ ମଧୢ ବିଷୟେତର ଶିକ୍ଷାର ଅବହେଳନା କଥା କାହାକୁ ଅଛପା ନାହିଁ! ଅର୍ଥାତ୍‌ ‘ବାଡ଼ି ବାଇଗଣ’ ହୋଇ ନ ପାରିବା ହେଲା ଆମର ଶିକ୍ଷାନୀତିର ଏକ ସମସ୍ୟା! ଅନ୍ୟଥା ‘ପୋଥି ବାଇଗଣ’ର ଅଭାବ କେଉଁଠି? ବିଷୟେତର ଶିକ୍ଷାରେ କ୍ରାଫ୍‌ଟ କାମରୁ ନେଇ ମାଟି କାମ, ଜୋତା ସିଲେଇ କାମ ଯାଏଁ ରହିଛି; ଯାହା ଶିକ୍ଷାରେ ଶରୀର ଶ୍ରମକୁ ସାମିଲ କରିବାର ଅଭିପ୍ରାୟକୁ ଦର୍ଶାଏ। କିନ୍ତୁ ତାକୁ ଲାଗୁ କରା ନ ଯିବା ହିଁ ହେଲା ସମସ୍ୟା!

ଯାହା ଦେଖାଯାଏ, ପିଲାଙ୍କ ନଜରରେ କେତେ ଗୋଟି ପାଠ୍ୟ ବିଷୟ ହେଲେ ‘ହାଲୁକା’ ଅଥଚ ‘ମାର୍କ ସ୍କୋରିଙ୍ଗ’ ବା ତହିଁରେ ଅଧିକ ନମ୍ବର ମିଳେ। ପିଲା ଏହି ‘ହାଲୁକା’ ବିଷୟକୁ ବାଛିବା ପଛରେ ଉଦ୍ଦେଶ୍ୟ ହେଲା ବଳକା ସମୟକୁ ‘ଓଜନିଆ’ ବିଷୟର ଅଧୢୟନରେ ନିୟୋଜିତ କରିବେ ଏବ˚ ‘ହାଲୁକା’ ବିଷୟରେ ଅତି ଅଳ୍ପ ଅଧୢୟନରେ ଖୁବ ଅଧିକ ମାର୍କ ହାସଲ କରିବେ! ୨୦୦୫ର ପାଠ୍ୟ ଖସଡ଼ା ଉତ୍ତାରୁ ଏହା ଅଧିକ ସୁସ୍ପଷ୍ଟ ହେଉଛି। ଏବେ ଉକ୍ତ ସମସ୍ୟା ଅଧିକ ଉତ୍କଟ ନ ହେଉ। ଅର୍ଥାତ୍‌, ପ୍ରତ୍ୟେକଟି ବିଷୟ ତାହା ବିଜ୍ଞାନ ବିଷୟକ ହେଉ ବା କଳା ବିଷୟକ, ଯଦି ପାଠର ଗାମ୍ଭୀର୍ଯ୍ୟକୁ ବଜାୟ ରଖା ନ ଯାଏ, ତାହା ‘ହାଲୁକା’ ଏବ˚ ‘ସ୍କୋରିଙ୍ଗ’ ଶ୍ରେଣୀଭୁକ୍ତ ହେବାର ଡର ରହିବ। ସବୁ ପାଠ୍ୟ ବିଷୟକୁ ବିଜ୍ଞାନ ଓ ଗଣିତ ବିଷୟ ଭଳି ଗମ୍ଭୀରତା ପ୍ରଦାନ କରିବାର ଦାୟିତ୍ବ ହେଉଛି ବିଷୟବେତ୍ତାଙ୍କର। ସେମାନେ ଯଦି ସ୍ବ-ବିଷୟ ପାଠକୁ ‘ଆକର୍ଷଣୀୟ’ ଏବ˚ ‘ମନଲୋଭା’ କରିବାକୁ ଉପରଠାଉରିଆ କରିଦିଅନ୍ତି ଏବ˚ ସେହି ପାଠକୁ ‘ସହଜ’ ବୋଲି ମନେ କରି ପିଲା ବାଛିବେ ବୋଲି ଭାବି ନିଅନ୍ତି, ତେବେ ତାହା ଅପରିଣାମଦର୍ଶୀ ହେବ ତଥା ସେହି ବିଷୟରୁ ଯଥାର୍ଥ ଜ୍ଞାନପ୍ରାପ୍ତି ସମ୍ଭବ ହେବନାହିଁ। ଏହାର ଏକ ପ୍ରକୃଷ୍ଟ ଉଦାହରଣ ହେଲା ଦଶମ ଶ୍ରେଣୀର ସ˚ସ୍କୃତ ବିଷୟ। ଏମିତିରେ ଆମେ ଜାଣନ୍ତି ଯେ ସ˚ସ୍କୃତ ହେଲା ଏକ ବିଜ୍ଞାନସମ୍ମତ ଅଧୢୟନ; ଏହା ଭାରତୀୟ ଭାଷା ଓ ସାହିତ୍ୟ ଅଧୢୟନର ଏକ ଚାବିକାଠି! ମାତ୍ର ସାଙ୍ଗରେ ଏ କଥା ବି ସତ ଯେ ବୋର୍ଡ ପରୀକ୍ଷାରେ ସ˚ସ୍କୃତ ବିଷୟରେ ଖୁବ୍‌ ଅଧିକ ମାର୍କ ରଖିଥିବା ବିଦ୍ୟାର୍ଥୀ ପ୍ରାୟତଃ ସ˚ସ୍କୃତରେ ଲେଖିବା କିମ୍ବା କହିବା ପାଇଁ ଅସମର୍ଥ ସାବ୍ୟସ୍ତ ହୁଅନ୍ତି। ଫଳରେ ଶିକ୍ଷାନୁଷ୍ଠାନରେ ସ˚ସ୍କୃତ ବିଷୟରେ ଶିକ୍ଷାର୍ଥୀ ସ˚ଖ୍ୟା ବୃଦ୍ଧି ପାଇବା ସତ୍ତ୍ବେ ଉକ୍ତ ବିଷୟ ଜ୍ଞାନରେ ଅଭିବୃଦ୍ଧି ପରିଲକ୍ଷିତ ହେଉନାହିଁ। ସ˚ସ୍କୃତ କେବଳ ଏକ ଉଦାହରଣ ମାତ୍ର। ଖୋଜିଲେ ସ୍କୁଲ କଲେଜରେ ଆହୁରି ଅନେକ ବିଷୟ ଦୃଷ୍ଟିଗୋଚର ହେବ ଯେଉଁଗୁଡ଼ିକ ଏଭଳି ‘ହାଲୁକା’ ଏବ˚ ‘ସ୍କୋରିଙ୍ଗ’ ସ୍ତରକୁ ଅବମୂଲ୍ୟାୟିତ ହୋଇ ସାରିଛନ୍ତି।

ସମସ୍ୟା ହେଲା, ଦିନକୁ ଦିନ ଶିକ୍ଷାକୁ ସୂଚନାଭିତ୍ତିକ କରି ଦିଆଯାଉଛି। ତହିଁରେ ବ୍ୟାଖ୍ୟା, ସମୀକ୍ଷା ଏବ˚ କାର୍ଯ୍ୟକାରଣର ସମ୍ବନ୍ଧ ଉପରେ ଆବଶ୍ୟକ ମହତ୍ତ୍ବ ଦିଆଯାଉନାହିଁ। ବିଭିନ୍ନ କାରଣରୁ ବିଜ୍ଞାନ ବିଷୟଗୁଡ଼ିକ ତୁଳନାରେ କଳା ଏବ˚ ଭାଷା ବିଷୟଗୁଡ଼ିକ ଉପରେ ସୂଚନା କୈନ୍ଦ୍ରିକତାର ଅଧିକ ପ୍ରୟୋଗ ଏବ˚ ଦୁଷ୍ପରିଣାମ ଦେଖିବାକୁ ମିଳୁଛି। ଜାତୀୟ ଶିକ୍ଷାନୀତି-୨୦୨୦ ଏକ ଦସ୍ତାବିଜ ଭାବରେ ଏହି ଧରଣର ମାନସିକତାରେ କେତେ ପରିବର୍ତ୍ତନ ଆଣିବ- ତାହା ଦେଖିବା କଥା। ଅନ୍ୟଥା, ପୋଥି ବାଇଗଣରେ ସୀମିତ ହୋଇ ରହିଯିବା ହିଁ ଏହାର ନିୟତି ହେବ- ଏହା ଅନସ୍ବୀକାର୍ଯ୍ୟ।

[email protected]

ସମ୍ବନ୍ଧିତ ଖବର