ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ବର୍ଷ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରୁଛି। ଆମେ ସମସ୍ତେ ଜାଣୁ ଯେ ଅହିଂସ ସଂଗ୍ରାମ ବଳରେ ଆମ ଦେଶ ସ୍ବାଧୀନତା ଲାଭ କରିଥିଲା। ସେହି ଦିନ ଠାରୁ ପୃଥିବୀର ବିଭିନ୍ନ ଦେଶରେ ଆନ୍ଦୋଳନକାରୀମାନେ ଅହିଂସାକୁ ଏକ ସଫଳ ଅାୟୁଧ ଭାବେ ବ୍ୟବହାର କରିବାରେ ଲାଗିଛନ୍ତି ଓ ସଫଳ ହେଉଛନ୍ତି।
ଏହି ଦୃଷ୍ଟିରୁ ଅହିଂସାର ମହିମା ଗାନ ସ୍ବରୂପ ସାରା ରାଜ୍ୟରେ ଅହିଂସା ରଥ ପରିକ୍ରମା କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ଏହା ଜରିଆରେ ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀଙ୍କ ବଳିଦାନର ବାର୍ତ୍ତାକୁ ସ୍ମରଣ କରାଯାଉଛି। ଅହିଂସା ରଥଟି ପ୍ରତି ସଚେତନ ଓଡ଼ିଆଙ୍କ ମନରେ ଏକ ଅଭୂତପୂର୍ବ ପୁଲକ ଓ ଜାଗରଣ ସୃଷ୍ଟି କରୁଛି। ଏହି ମର୍ମରେ ମୋର ମତ ହେଲା, ଯଦି ଅହିଂସା ରଥ ଆମ ମନରେ ଭ୍ରାତୃତ୍ବ ଭାବ ଓ ସଂପ୍ରୀତିକୁ ଦୃଢ଼ୀଭୂତ କରିପାରିଲା, ତେବେ ଏହା ପଛରେ ନିହିତ ଉଦ୍ଦେଶ୍ୟ ସଫଳ ହେବ।
ଧବଳେଶ୍ବର ଗହୀର
ଛତାମଖନା,ବଲାଙ୍ଗୀର