ମୁଲ୍ଲା ନସିରୁଦ୍ଦିନ ଥିଲେ ମହା ଢିଲା ସ୍ବଭାବର ଲୋକ। ତାଙ୍କ ଆଚରଣରେ ତାଙ୍କ ସ୍ତ୍ରୀ ଅତିଷ୍ଠ ହୋଇଯାଉଥିଲେ ଓ ସେଥିଲାଗି ବିରକ୍ତ ବି ହେଉଥିଲେ। କିନ୍ତୁ ମୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପଡୁ ନ ଥିଲା। ମୁଲ୍ଲା ମଧ୍ୟ ଥିଲେ ଦରିଦ୍ର। ତାଙ୍କର ସ˚ପତ୍ତି ବୋଇଲେ ଥିଲା ଗୋଟିଏ ଗଧ। ମୁଲ୍ଲା ତା’ରି ଉପରେ ବସି ଯିବାଆସିବା କରୁଥିଲେ। ଗଧକୁ ସେ ଭାରି ଭଲ ପାଉଥିଲେ। ଦିନକର କଥା। ମୁଲ୍ଲା ଗଧ ପିଠିରେ କୁଆଡ଼େ ଯାଇଥିଲେ। ବାଟରେ ଝଙ୍କାଳିଆ ଗଛ ଦେଖି ସେଇ ଗଛର ଛାଇରେ ଟିକିଏ ବସି ଆରାମ କରିବା ଲାଗି ମୁଲ୍ଲାଙ୍କ ଭାରି ଇଚ୍ଛା ହେଲା। ତେଣୁ ସେ ବସିଗଲେ ଏବ˚ ଗଧକୁ ଚରିବା ଲାଗି ଛାଡ଼ିଦେଲେ। ସେଇଠି ବସିବା ଭିତରେ ମୁଲ୍ଲାଙ୍କ ଆଖି ଲାଗିଗଲା ଏବ˚ ସେ ନିଘୋଡ଼ ନିଦରେ ଶୋଇ ପଡ଼ିଲେ। ତାଙ୍କ ଗଧ ଏଇ ଭିତରେ କୁଆଡ଼େ ଚାଲିଗଲା ଏବ˚ ମୁଲ୍ଲା ଉଠିଲା ବେଳକୁ ଗଧ ନାହିଁ।
ମୁଲ୍ଲା ଚାଲି ଚାଲି ଘରକୁ ଫେରିଲେ। ତାଙ୍କ ସ୍ତ୍ରୀ ଯେତେବେଳେ ଜାଣିଲେ ଯେ ଗଧଟି କୁଆଡ଼େ ଚାଲିଯାଇଛି ସେ ବିବ୍ରତ ହୋଇ ପଡ଼ିଲେ। କିନ୍ତୁ ମୁଲ୍ଲାଙ୍କ ଠାରେ ଆଦୌ ଭାବାନ୍ତର ନ ଥିଲା।
ଏହା ସୀମା ଟପିଗଲା। ମୁଲ୍ଲାଙ୍କ ସ୍ତ୍ରୀ ଚିତ୍କାର କରି କହିଲେ- ଆମ ଗଧ ହଜିଗଲା! ଅଥଚ ତୁମେ ଯେମିତି ହେଉଛ ଲାଗୁଛି କିଛି ହୋଇନି। ତୁମକୁ ଲାଜ ଲାଗୁନି?
ମୁଲ୍ଲା ଧୀର କଣ୍ଠରେ କହିଲେ- ସେମିତି କୁହନା। ମୋ ପାଇଁ ଯେମିତି ଗଧ ହଜିଗଲା, ଗଧ ପାଇଁ ସେମିତି ମୁଁ ହଜିଯାଇଛି। ହଜିଯିବାର ମତଲବଟା କଅଣ? ଗଧ ପାଇଁ ସିନା ମୁଁ ହଜିଗଲି, କିନ୍ତୁ କାହା ପାଖରେ ତ ଅଛି! ଗଧ ମୋ ପାଖରୁ ସିନା ହଜିଗଲା, ଆଉ କାହା ପାଖରେ ତ ଥିବ। ତୁମେ ଏମିତି ବ୍ୟସ୍ତ ହେଉଛ କାହିଁକି?
ଏ ଅଜବ ଉତ୍ତର ଶୁଣି ମୁଲ୍ଲାଙ୍କ ସ୍ତ୍ରୀ କହିଲେ- ତା’ ମାନେ ତୁମେ ଗଧକୁ ଖୋଜିବ ନାହିଁ?
ମୁଲ୍ଲା କହିଲେ- ସେଇ କଥା ତ? ହଜିଥିଲେ ସିନା ଖୋଜିଥାଆନ୍ତି। ସେ ତ ହଜି ନାହିଁ। କେଉଁଠି ନା କେଉଁଠି ଥିବ! ହଁ ଶୁଣ କୌଣସି ଜିନିଷ ହଜେ ନାହିଁ, କେଉଁଠି ନା କେଉଁଠି ଥାଏ।
ମୁଲ୍ଲାଙ୍କ ସ୍ତ୍ରୀ ରାଗରେ ମୁଣ୍ତ ପିଟିଦେଲେ।
କଥାଟିଏ-ଯାଯାବର: କିଛି ହେଜ ନାହିଁ
ମୁଲ୍ଲା ନସିରୁଦ୍ଦିନ ଥିଲେ ମହା ଢିଲା ସ୍ବଭାବର ଲୋକ। ତାଙ୍କ ଆଚରଣରେ ତାଙ୍କ ସ୍ତ୍ରୀ ଅତିଷ୍ଠ ହୋଇଯାଉଥିଲେ ଓ ସେଥିଲାଗି ବିରକ୍ତ ବି ହେଉଥିଲେ। କିନ୍ତୁ ମୁଲ୍ଲାଙ୍କ ଉପରେ କୌଣସି ପ୍ରଭାବ ପଡୁ ନ ଥିଲା। ମୁଲ୍ଲା ମଧ୍ୟ ଥିଲେ ଦରିଦ୍ର।