ମୁଲ୍ଲା ନସିରୁଦ୍ଦିନ ଥରେ ଭାରି ବ୍ୟସ୍ତ ହୋଇ ଜଣେ ମନୋଚିକିତ୍ସକଙ୍କ ନିକଟରେ ପହଞ୍ଚିଲେ ଓ କହିଲେ- ଆଜ୍ଞା, ମୋ ପତ୍ନୀର ମସ୍ତିଷ୍କ ବିକୃତି ଘଟିଛି!
ମନୋଚିକିତ୍ସକ ପଚାରିଲେ- କେମିତି ଜାଣିଲ କୁହ।
ନସିରୁଦ୍ଦିନ କହିଲେ- ଆମ ଘରେ ଦୁଇ ଚାରିଟି ଖେଳଣା ବତକ ଅଛନ୍ତି। ମୋ ସ୍ତ୍ରୀ ସେମାନଙ୍କୁ ଧରି ବାଲଟିଏ ପାଣିରେ ଘଣ୍ଟା ଘଣ୍ଟା ଧରି ପହଁରାଉଛି। ତାକୁ ସେମିତି କରିବାକୁ ମନା କଲେ ବି କିଛି ଲାଭ ହେଉନାହିଁ!
ମନୋଚିକିତ୍ସକ କହିଲେ- ଏମିତି ସ୍ଥିତିରେ ତୁମେ କ’ଣ କରୁଛ?
ମୁଲ୍ଲା କହିଲେ- କ’ଣ କରିବି? ମୋତେ ରାତି ଅନିଦ୍ରା ହେବାକୁ ପଡୁଛି।
ମନୋଚିକିତ୍ସକ ଏବେ ଗମ୍ଭୀର ହୋଇ କହିଲେ- ଯଦି ସେ ରାତି ସାରା ବତକ ପହଁରାଉଛନ୍ତି, ତେବେ ସ୍ଥିତି ଗମ୍ଭୀର!
ମୁଲ୍ଲା କହିଲେ- ନା, ସେ ରାତିରେ ଆରାମରେ ଶୋଉଛି। ଦିନ ଯାକ ବତକ ପହଁରାଇଲା ପରେ କ୍ଳାନ୍ତ ହୋଇ ଶୋଇ ପଡୁଛି। ମୁଁ କିନ୍ତୁ ଦିନ ଯାକ ବତକ ପହଁରାଇବାର ସୁଯୋଗ ନ ପାଇ ବାଧ୍ୟ ହୋଇ ରାତି ସାରା ଚେଇଁ ବତକ ପହଁରାଉଛି।
ଏ କଥାଟି କହି ସାରି ୟୁଜିକେ କହିଲେ- ମୁଲ୍ଲାଙ୍କ ଭଳି ଅବସ୍ଥା ଆମ ସମସ୍ତଙ୍କର। ଆମ ପାଖରେ ଯେଉଁ ବିକୃତି ରହିଛି, ତାହା ଆମକୁ ଦିଶି ନ ଥାଏ। କିନ୍ତୁ ଅନ୍ୟ ଲୋକ ଠାରେ ସେହି ବିକୃତିକୁ ଆମକୁ ସହଜରେ ଦିଶେ।
ମନୋଚିକିତ୍ସକ ଓ ନସିରୁଦ୍ଦିନ
କଥାଟିଏ-ଯାଯାବର
/sambad/media/post_attachments/wp-content/uploads/2022/07/foot-kathatia.jpg)