ଗଣତାନ୍ତ୍ରିକ ଏବଂ ବିଶେଷତଃ ରାଷ୍ଟ୍ରସ˚ଘୀୟ ଗଣତାନ୍ତ୍ରିକ ଦେଶମାନଙ୍କରେ ବିଚାର ବିଭାଗ ଏକ ସ୍ବତନ୍ତ୍ର, ସମ୍ମାନସ୍ପଦ ସ୍ଥାନ ଅଧିକାର କରେ। ତେଣୁ ବିଚାରପତି ନିଯୁକ୍ତି ଏ ପ୍ରକାର ଦେଶମାନଙ୍କରେ ଏକ ଗୁରୁତ୍ବପୂର୍ଣ୍ଣ ଓ ସମ୍ବେଦନଶୀଳ ବ୍ୟାପାର। ଆମେରିକା ଯୁକ୍ତରାଷ୍ଟ୍ରରେ ପ୍ରତ୍ୟେକ ଶାସକ ଦଳ ନିଜର ସମର୍ଥକମାନଙ୍କୁ ସୁପ୍ରିମ୍ କୋର୍ଟରେ ନିଯୁକ୍ତି ଦେବା ନିମନ୍ତେ ଉଦ୍ୟମ କରନ୍ତି। ବିଚାର ବିଭାଗର ଏହା ଏକ କୃତିତ୍ବ ଯେ, ନିଯୁକ୍ତି ପାଇ ସାରିଲା ପରେ ବିଚାରପତିମାନଙ୍କର ନିଜର ଦଳୀୟ ମନୋଭାବ ସେମାନଙ୍କ କାର୍ଯ୍ୟରେ ପ୍ରତିଫଳିତ ହୁଏ ନାହିଁ। ବିଚାରପତିମାନେ ନିରପେକ୍ଷ ରହିବା ସମସ୍ତଙ୍କର କାମ୍ୟ। ତେବେ ବୃତ୍ତିଗତ ଜୀବନରେ ସେ କେଉଁ ପ୍ରକାର ମହକିଲଙ୍କ ସ˚ପର୍କରେ ଆସିଥିଲେ, ତାହା ମଧୢ ତାଙ୍କୁ କେତେକ ପରିମାଣରେ ପ୍ରଭାବିତ କରେ। ତେଣୁ ଜଣେ ସ˚ପୂର୍ଣ୍ଣ ନିରପେକ୍ଷ ବ୍ୟକ୍ତି ପାଇବା ସହଜ କଥା ନୁହେଁ- ବିଚାରପତି ହୋଇସାରିଲା ପରେ ସେ ନିରପେକ୍ଷ ରହିବା ଯଥେଷ୍ଟ।
ଇ˚ରେଜମାନେ ଭାରତରେ ଆଇନର ଶାସନ ଆରମ୍ଭ କରିବା ସମୟରେ ଇ˚ରେଜ ଆଇ.ସି.ଏସ୍ ଅଫିସର ଓ ଇ˚ରେଜ ବାରିଷ୍ଟରମାନଙ୍କୁ ବିଚାରପତି ଭାବରେ ନିଯୁକ୍ତି ପ୍ରଦାନ କରୁଥିଲେ। କାଳକ୍ରମେ ଭାରତୀୟ ଆଇ.ସି.ଏସ୍ ଓ ଭାରତୀୟ ବାରିଷ୍ଟର ବିଚାରପତି ହେଲେ ଓ କିଛି କାଳ ପରେ ପାରଦର୍ଶୀ ଭାରତୀୟ ଅଣ-ବାରିଷ୍ଟର ଆଇନଜୀବୀ ମଧୢ ବିଚାରପତି ହେଲେ। ଓଡ଼ିଶା କ୍ୟାଡର୍ ଆଇ.ସି.ଏସ୍ ଅଫିସର ଆର. ଏଲ. ନରସି˚ହମ ବିଚାରପତି ହୋଇ ଓଡ଼ିଶା ଓ ପାଟଣା ହାଇକୋର୍ଟର ପ୍ରଧାନ ବିଚାରପତି ପଦ ମଣ୍ତନ କରିଥିଲେ। ତାଙ୍କର ଆଇନ ଶିକ୍ଷାରେ କୌଣସି ଡିଗ୍ରୀ ନ ଥିଲା।
୧୯୫୦ ମସିହାରେ ଭାରତରେ ସମ୍ବିଧାନ ଲାଗୁ ହେବା ପରେ ପାର୍ଲାମେଣ୍ଟରେ ପାରିତ ହୋଇଥିବା ଆଇନକୁ ସମ୍ବିଧାନର ତରାଜୁରେ ପରୀକ୍ଷା କରିବାର କ୍ଷମତା ସୁପ୍ରିମ୍ କୋର୍ଟକୁ ମିଳିଲା। ଆମ ସମ୍ବିଧାନରେ ବ୍ରିଟିସ୍ ପାର୍ଲାମେଣ୍ଟାରି ବ୍ୟବସ୍ଥା ଓ ଆମେରିକାନ ବିଚାର ବ୍ୟବସ୍ଥାକୁ ଏକାଠି ଯୋଡ଼ି ଦେବା ଫଳରେ, ଏଇ ଦୁଇ ଅନୁଷ୍ଠାନ ମଧୢରେ ଶ୍ରେଷ୍ଠତ୍ବ ନିମନ୍ତେ ଏକ ପ୍ରଚ୍ଛନ୍ନ ପ୍ରତିଯୋଗିତା ରହିଲା। ସ୍ବାଧୀନତା ପରେ ପ୍ରଥମ କେତେ ବର୍ଷ ବିଚାରପତି ନିଯୁକ୍ତିରେ କାର୍ଯ୍ୟପାଳିକାର ମୁଖ୍ୟ ଭୂମିକା ରହୁଥିଲା। ୧୯୭୩ରେ ନିଜ ବିଚାରଧାରାର ସମର୍ଥକମାନଙ୍କୁ ବିଚାରପତି ଭାବରେ ନିଯୁକ୍ତି ଦେବା ନିମନ୍ତେ ତିନି ଜଣ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରି ବିଚାରପତି ଏ. ଏନ. ରାୟଙ୍କୁ ପ୍ରଧାନ ବିଚାରପତି କରାଗଲା। ସେ ପ୍ରଧାନ ବିଚାରପତି ହେବାର ଅଳ୍ପ ଦିନ ମଧୢରେ ବିଚାରପତି କୃଷ୍ଣା ଆୟାରଙ୍କୁ ଜୁଲାଇ ୧୯୭୩ରେ ସୁପ୍ରିମ୍ କୋର୍ଟ ବିଚାରପତି ଭାବରେ ଅବସ୍ଥାପିତ କରାଗଲା। ତାଙ୍କ ନିଯୁକ୍ତିକୁ ଆଇନଜୀବୀ ମହଲରେ ବିଶେଷତଃ ସୋଲି ସୋରାବଜୀଙ୍କ ନେତୃତ୍ବରେ ବମ୍ବେ ଆଇନଜୀବୀଙ୍କ ସାଧାରଣ ପରିଷଦ ଦ୍ବାରା ବିରୋଧ କରାଯାଇଥିଲା।
କାରଣ ସେ କମ୍ୟୁନିଷ୍ଟ ଦଳର ସଭ୍ୟ ଭାବେ ଏମ୍ଏଲ୍ଏ ଓ କେରଳର ନାମୁଦ୍ରିପଦ ସରକାରରେ ମନ୍ତ୍ରୀ (୧୯୫୭-୫୯) ହୋଇଥିଲେ। ସେ କେରଳ ହାଇକୋର୍ଟରେ ମାତ୍ର ତିନି ବର୍ଷ ବିଚାରପତି ଭାବରେ କାର୍ଯ୍ୟ କରି ୧୯୭୧ ସେପ୍ଟେମ୍ବରରେ ଜାତୀୟ ଆଇନ କମିସନରେ ସଦସ୍ୟ ନିଯୁକ୍ତ ହୋଇଥିଲେ। ତତ୍କାଳୀନ କମ୍ୟୁନିଷ୍ଟ ମତବାଦୀ ଇନ୍ଦିରା ଗାନ୍ଧୀ ସରକାରଙ୍କ ମନ୍ତ୍ରୀ ମୋହନ କୁମାର ମଙ୍ଗଳମ୍ଙ୍କ ସହିତ ତାଙ୍କର ବ୍ୟକ୍ତିଗତ ବନ୍ଧୁତା ଜଣାଶୁଣା ଥିଲା। ବିଚାରପତି କୃଷ୍ଣା ଆୟାର, ସୁପ୍ରିମ୍ କୋର୍ଟରେ ବିଚାରପତି ଭାବରେ ସମାଜର ଦୁଃସ୍ଥ ଅବହେଳିତ ଶ୍ରେଣୀଙ୍କ ସ୍ବାର୍ଥରକ୍ଷା ଦିଗରେ ଅଧିକ ଧୢାନ ଦେଉଥିଲେ। ବର୍ତ୍ତମାନର କଲେଜିୟମ ଯୁଗରେ ଜଷ୍ଟିସ୍ ଆୟାରଙ୍କ ଭଳି ଜଣେ ବ୍ୟକ୍ତି ସୁପ୍ରିମ୍ କୋର୍ଟର ବିଚାରପତି ନିଯୁକ୍ତି ପାଇପାରିବା ସହଜ ସାଧୢ ନୁହେଁ। କେନ୍ଦ୍ରରେ ୧୯୮୯ରେ ମିଳିତ ସରକାରର ପର୍ବ ଆରମ୍ଭ ହୋଇଗଲା ଓ ଉଚ୍ଚତମ ନ୍ୟାୟାଳୟକୁ ନିଜର ସ˚କୁଚିତ ପରିଧି ମଧୢରେ କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇବାକୁ ସରକାରଙ୍କର ନୈତିକ ସାହସ ରହିଲା ନାହିଁ। ଆଇନ ମନ୍ତ୍ରୀଙ୍କୁ ଜାଣିଥିବା ବିଚାରପତିଙ୍କ ସ˚ଖ୍ୟାରେ ରୋକ୍ ଲଗାଇବା ନିମନ୍ତେ ସୁପ୍ରିମ୍ କୋର୍ଟ ୧୯୯୩ରେ କଲେଜିୟମ ବ୍ୟବସ୍ଥା ଆରମ୍ଭ କଲା। ଏ ବ୍ୟବସ୍ଥା କିଛି କାଳ ଠିକ୍ରେ ଚାଲିବା ପରେ ଏହା ବିରୋଧରେ ପ୍ରିୟାପ୍ରୀତି ତୋଷଣ ଅଭିଯୋଗ ଆରମ୍ଭ ହେଲା ଓ କେନ୍ଦ୍ରରେ ୨୦୧୪ରେ ସ˚ପୂର୍ଣ୍ଣ ଗରିଷ୍ଠତା ଲାଭ କରି ଏକ ଦଳ ଶାସନକୁ ଆସିଲା ପରେ, ସେମାନେ ବିଚାରପତି ଚୟନ ପ୍ରକ୍ରିୟାର ପୁନଃ ବିଚାର କରିବା ନିମନ୍ତେ National Judicial Appointment Commission ନାମରେ ଏକ ଆଇନ ପାସ କଲେ।
ଦଳ, ମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ ଏହାକୁ ସମର୍ଥନ କଲେ। କେବଳ ବରିଷ୍ଠ ଆଇନଜୀବୀ ରାମ ଜେଠମଲାନୀ ଏହା ବିରୁଦ୍ଧରେ ଭୋଟ ଦେଇଥିଲେ। ସୁପ୍ରିମ୍ କୋର୍ଟ ତାହାର କ୍ଷମତା ସ˚କୋଚନ କରୁଥିବା ଏ ଆଇନକୁ ବାତିଲ କରିଦେଲା। ବର୍ତ୍ତମାନ ସୁପ୍ରିମ୍ କୋର୍ଟ ପଠାଉଥିବା ସୁପାରିସଗୁଡ଼ିକ ସରକାରଙ୍କ ପାଖରେ ଅନେକ ଦିନ ଯାଏ ପଡ଼ିରହୁଛି। ସବୁ ହାଇକୋର୍ଟରେ ପ୍ରଧାନ ବିଚାରପତି ବାହାରର ଲୋକ। ସେମାନେ ପ୍ରଧାନ ବିଚାରପତି ହେବାର ଛଅ ମାସ ପରେ, କଲେଜିୟମ ମିଟି˚ କରିପାରିବେ। ଅନେକ ହାଇକୋର୍ଟ ସୁପ୍ରିମ୍ କୋର୍ଟକୁ ନିଜର ସୁପାରିସ ଠିକ୍ ସମୟରେ ପଠାଉନାହାନ୍ତି। ସୁପ୍ରିମ୍ କୋର୍ଟ ମଧୢ ହାଇକୋର୍ଟଙ୍କ ସୁପାରିସଗୁଡ଼ିକୁ ଅନେକ ଦିନ ଧରି ପକାଇ ରଖୁଛନ୍ତି। ବିଚାର ବିଭାଗର ଆଭ୍ୟନ୍ତରୀଣ ବିଳମ୍ବ ଓ ସରକାରଙ୍କ ସହିତ ଶୀତଳ ଯୁଦ୍ଧରେ ବିଭିନ୍ନ କୋର୍ଟରେ ବହୁ ବିଚାରପତି ପଦ ଖାଲି ରହିଛି ଓ ବିଚାର ପ୍ରକ୍ରିୟା ବ୍ୟାହତ ହେଉଛି। ସରକାର ଓ ସୁପ୍ରିମ୍ କୋର୍ଟ ଆଲୋଚନା କରି ଏ ସମସ୍ୟାର ଏକ ସ୍ଥାୟୀ ସମାଧାନ କରିବା ଦରକାର।
ବିଚାର ବିଭାଗରେ ରାଜ୍ୟସ୍ତରୀୟ ନିଯୁକ୍ତି ପ୍ରକ୍ରିୟା ନେଇ ମଧୢ କେତେକ ଭିନ୍ନ ମତ ରହିଛି। ଦେଶରେ ବକେୟା ୪.୬ କୋଟି ମୋକଦ୍ଦମାରୁ ୩.୪୫ କୋଟି ମାମଲା ଜିଲ୍ଲା ଓ ତଦ୍ନିମ୍ନସ୍ତରୀୟ। ବିଚାର ବିଭାଗରେ ଗେଜେଟେଡ୍ ନିଯୁକ୍ତି ନିମନ୍ତେ ଅନ୍ୟୂନ ତିନିବର୍ଷ କୋର୍ଟରେ ଓକିଲାତି କରିବା ଆବଶ୍ୟକ ଥିଲା। All India Judges Case 2002ରେ ଏହାକୁ ଉଠାଇ ଦେବା ଫଳରେ, ଆଇନ କଲେଜରୁ ସଦ୍ୟ ପାସ୍ କରିଥିବା ଗ୍ରାଜୁଏଟ୍ମାନେ ନିଯୁକ୍ତି ନିମନ୍ତେ ଯୋଗ୍ୟ ବିବେଚିତ ହେଲେ। ଏବେ ପୁଣି କେତେକ ରାଜ୍ୟରେ ତିନି ବର୍ଷ ଆଇନ ବ୍ୟବସାୟ ଆବଶ୍ୟକ ବୋଲି ବ୍ୟବସ୍ଥା ହୋଇଛି। ଏହି ବ୍ୟବସ୍ଥାକୁ ବାତିଲ କରିବା ନିମନ୍ତେ ବର୍ତ୍ତମାନ ସୁପ୍ରିମ୍ କୋର୍ଟରେ ମୋକଦ୍ଦମା ଚାଲିଛି। ବାର କାଉନ୍ସିଲ ଅଫ୍ ଇଣ୍ତିଆ, ଏଇ ତିନିବର୍ଷର ଓକିଲାତି ସପକ୍ଷରେ ମତ ପ୍ରକାଶ କରିଛନ୍ତି। ଦରଖାସ୍ତକାରୀମାନଙ୍କ ମତ ଯେ, ତିନି ବର୍ଷ କାଳ ଓକିଲାତି କରିବା ପରେ ଯିଏ ବ୍ୟବସାୟରେ ଅସଫଳ ହୁଏ, ସେ ହିଁ ବିଚାର ବିଭାଗ ନିଯୁକ୍ତି ନିମନ୍ତେ ଆବେଦନ କରେ। ଜଣେ ବିଚାରପତିଙ୍କ ଦୁଇଟି ମୁଖ୍ୟ କାର୍ଯ୍ୟ ହେଉଛି ମୋକଦ୍ଦମା ବିଚାର କରିବା ଓ ନିଜର ଅଫିସ ପରିଚାଳନା କରିବା। ଓକିଲାତି କଲେ, ଏଇ ଦୁଇଟି କାର୍ଯ୍ୟର ଅଭିଜ୍ଞତା ପ୍ରାପ୍ତ ହୁଏ ନାହିଁ। ବର˚ ସଦ୍ୟ କଲେଜରୁ ଉତ୍ତୀର୍ଣ୍ଣ ମୋଧାବୀ ଆଇନ ଗ୍ରାଜୁଏଟ୍ଙ୍କୁ ଜୁଡିସିଆଲ୍ ଏକାଡେମିରେ ଉପଯୁକ୍ତ ପ୍ରଶିକ୍ଷଣ ଦେଲେ ଉତ୍ତମ ମାନର ପ୍ରାର୍ଥୀ ପ୍ରାପ୍ତ ହେବେ। ଭବିଷ୍ୟତରେ ଉତ୍ତମ ବିଚାରପତି ଗଢ଼ିବା ନିମନ୍ତେ ମହାରାଷ୍ଟ୍ର ଜାତୀୟ ଆଇନ ବିଶ୍ବବିଦ୍ୟାଳୟ ଏବେ ପାଞ୍ଚ ବର୍ଷିଆ ଆଇନ ପାଠ୍ୟକ୍ରମରେ “Honours in Adjudication and Justicing” ନାମରେ ଏକ ସ୍ବତନ୍ତ୍ର ପାଠ୍ୟକ୍ରମ ଆରମ୍ଭ କରିଛନ୍ତି। ଅନ୍ୟ ଆଇନ ବିଦ୍ୟାଳୟମାନେ ଏହାର ଅନୁକରଣ କରିପାରନ୍ତି। ଆଇନ କମିସନ ଦେଶରେ ଆଇ.ଏ.ଏସ୍ ପରି ଏକ ସର୍ବଭାରତୀୟ ଜୁଡିସିଆଲ୍ ସର୍ଭିସ୍ (ଆଇ.ଜେ.ଏସ୍) ପ୍ରବର୍ତ୍ତନ ନିମନ୍ତେ ସୁପାରିସ କରିଥିଲେ। କ୍ଷମତାଶାଳୀ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ଏହାକୁ କରାଇ ଦେଉନାହାନ୍ତି।
କିଛି ବର୍ଷ ଓକିଲାତି କରିଥିବା ବ୍ୟକ୍ତି ଏକ ସ୍ବତନ୍ତ୍ର ପରୀକ୍ଷାରେ ଜିଲ୍ଲା ଜଜ୍ ପାହ୍ୟାରେ ନିଯୁକ୍ତି ପାଆନ୍ତି। ସେମାନେ ସମସ୍ତେ ପ୍ରାୟ ହାଇକୋର୍ଟ ଜଜ୍ ଓ ତଦୂର୍ଦ୍ଧ୍ବ ପାହ୍ୟାକୁ ଆରୋହଣ କରନ୍ତି। ଅନେକ ଆଇନଜୀବୀ ଏ ବ୍ୟବସ୍ଥାକୁ ବିରୋଧ କରି ସରକାରଙ୍କର କୌଣସି ବିଭାଗରେ ଏପରି ନିଯୁକ୍ତି ପ୍ରକ୍ରିୟା ନ ଥିବା ବେଳେ, ବିଚାର ବିଭାଗରେ ଏହାର କ’ଣ ଆବଶ୍ୟକତା ଅଛି ବୋଲି ପ୍ରଶ୍ନ ଉଠାନ୍ତି। ଜଣେ ପ୍ରାଇଭେଟ୍ ପ୍ରାକ୍ଟିସ୍ କରୁଥିବା ଯୋଗ୍ୟ ଡାକ୍ତର ମଧୢ ବୟସରେ ସି.ଡି.ଏମ୍.ଓ ବା ମେଡିକାଲ କଲେଜରେ ପ୍ରଫେସର ହେଉଛନ୍ତି କି? ତେବେ ବିଚାର ବିଭାଗରେ ଏହି ସ୍ବତନ୍ତ୍ର ବ୍ୟବସ୍ଥା କାହିଁକି? ସାଧାରଣତଃ ଏହି ପ୍ରକ୍ରିୟାରେ ନିଯୁକ୍ତ ଜଜ୍ମାନେ ଚାଳିଶ ବା ତତୋଧିକ ବୟସର ହୋଇଥାନ୍ତି। ଚାଳିଶ ବର୍ଷ ବୟସରେ ଯିଏ ଆଇନ ବ୍ୟବସାୟରେ ପ୍ରତିଷ୍ଠିତ ହୋଇପାରିନାହିଁ, ତାକୁ ଜଣେ ଉଚ୍ଚ ମେଧାର ଆଇନ ବିଶାରଦ ବୋଲି ଗଣାଯାଇ ପାରିବ କି? ଏଇ ମଧୢମ ସ୍ତରରେ ସିଧାସଳଖ ନିଯୁକ୍ତ ଜିଲ୍ଲା ଜଜ୍ମାନେ, ମୁନସିଫ୍ ସ୍ତରରେ ନିଯୁକ୍ତ ଅଧିକାରୀମାନଙ୍କର ପଦୋନ୍ନତିରେ ବାଧକ ସାଜନ୍ତି। ଏ ବ୍ୟବସ୍ଥାର ପୁନର୍ବିଚାର କରିବାର ସମୟ ଉପନୀତ। ବିଚାର ବିଭାଗର ଜଜ୍ମାନେ ମୋକଦ୍ଦମା ଫଇସଲା ସହିତ ନିଜ ବିଭାଗର ସମସ୍ତ ଶାସନ ସମ୍ବନ୍ଧୀୟ ପରିଚାଳନାର ମଧୢ ମୁଖ୍ୟ। ବିଚାର ପ୍ରକ୍ରିୟାରେ ରେଜିଷ୍ଟରି ଏକ ମୁଖ୍ୟ ଭୂମିକା ପାଳନ କରେ। ବିଚାରପତିମାନଙ୍କର ପରିଚାଳନା ସମ୍ବନ୍ଧୀୟ ଅଭିଜ୍ଞତା ଲାଭର ଅବକାଶ ବିଶେଷ ନ ଥାଏ ଓ ସେମାନେ ନିଜ ବିଚାର ପ୍ରକ୍ରିୟା କାର୍ଯ୍ୟରେ ବ୍ୟସ୍ତ ରହି ପରିଚାଳନା ନିମନ୍ତେ ବିଶେଷ ଦୃଷ୍ଟି ଦେଇପାରନ୍ତି ନାହିଁ। ବିଭାଗର ଆଧୁନିକୀକରଣ ନିମନ୍ତେ ପରିଚାଳନାଗତ ସ˚ସ୍କାର ନିହାତି ଆବଶ୍ୟକ। ବିଚାର ବିଭାଗ ସେଥିଲାଗି ବିଭାଗ ବାହାରୁ ଅଭିଜ୍ଞ ବ୍ୟକ୍ତିଙ୍କୁ ନିଯୁକ୍ତ କରିବା ଆବଶ୍ୟକ।
ସେହିପରି ବିଚାର ବିଭାଗର ଉଚ୍ଚ ସ୍ତରରେ ମହିଳାମାନଙ୍କ ସ˚ଖ୍ୟା ସୀମିତ। ସୁପ୍ରିମ୍ କୋର୍ଟରେ ମଞ୍ଜୁରି ପ୍ରାପ୍ତ ଜଜ୍ ସ˚ଖ୍ୟା ୩୪ ଥିବା ବେଳେ ମହିଳା ବିଚାରପତିଙ୍କ ସ˚ଖ୍ୟା ହେଉଛି ମାତ୍ର ୨। ସେହିପରି ୧.୯.୨୦୨୦ ହିସାବରେ ସମୁଦାୟ ହାଇକୋର୍ଟମାନଙ୍କର ମଞ୍ଜୁରି ପ୍ରାପ୍ତ ବିଚାରପତି ସ˚ଖ୍ୟା ୧୦୭୯ ଥିବା ସମୟରେ ମହିଳାମାନଙ୍କ ସ˚ଖ୍ୟା ହେଉଛି ମାତ୍ର ୭୮। ଉଚ୍ଚ ସ୍ତରରେ ଅଧିକ ମହିଳା ବିଚାରପତି ନିଯୁକ୍ତ ହେଲେ ନ୍ୟାୟପାଳିକା ଉପରେ ମହିଳାମାନଙ୍କର ବିଶ୍ବସନୀୟତା ବୃଦ୍ଧି ପାଇବ।
ମୋ: ୯୯୩୭୪୨୨୫୨୧