ପୃଥିବୀରେ ୮ କୋଟି ଶରଣାର୍ଥୀ

ପ୍ରସଙ୍ଗ

ନିକଟରେ ଜାତିସଂଘ ପ୍ରକାଶ କରିଛି ଯେ ପୃଥିବୀର ପ୍ରାୟ ୮ କୋଟି ଲୋକ ହିଂସା ଓ ନିର୍ଯାତନା ଭୟରେ ନିଜ ନିଜ ଅଞ୍ଚଳରୁ ପଳାୟନ କରି ବିସ୍ଥାପିତର ଜୀବନ କାଟୁଛନ୍ତି। ଏହା ପୃଥିବୀର ଜନସଂଖ୍ୟାର ୧ ପ୍ରତିଶତରୁ ଅଧିକ। ଜାତିସଂଘର ରିଫ୍ୟୁଜି (ଶରଣାର୍ଥୀ) ଏଜେନ୍‌ସି ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୧୯ ମସିହା ଶେଷ ସୁଦ୍ଧା ବିଶ୍ବର ୭ କୋଟି ୯୫ ଲକ୍ଷ ଅନ୍ୟ ଦେଶ ବା ନିଜ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ଗୃହଯୁଦ୍ଧ, ଗଣହତ୍ୟା, ମାନବାଧିକାର କ୍ଷୁଣ୍ଣ କଲା ଭଳି ହିଂସା କାରଣରୁ ସେମାନଙ୍କ ଜୀବନ ଓ ଭବିଷ୍ୟତ ଅନିଶ୍ଚିତତା ଦେଇ ଗତି କରୁଛି। କୌଣସି ନିର୍ଦ୍ଦିଷ୍ଟ ଦେଶର ନାଗରିକତା ନ ଥିବାରୁ ସେମାନେ ଅସୁରକ୍ଷିତ ଜୀବନ କାଟିବା ସହିତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଏହା କେବଳ ସେମାନଙ୍କ ଲାଗି ନୁହେଁ, ସେମାନେ ଆଶ୍ରୟ ‌େନଇଥିବା ଦେଶଗୁଡ଼ିକ ଲାଗି ମଧ୍ୟ ସମସ୍ୟା‌ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର