ନାଗରିକ ସମାଜର ଦାୟିତ୍ବ

ଗଣେଶ ଏନ୍‌. ଦେବୀ

ପ୍ରଖ୍ୟାତ ସାହିତ୍ୟ ସମାଲୋଚକ, ଜନ-ବିଦ୍ବାନ, ଅନୁଷ୍ଠାନ ପ୍ରତିଷ୍ଠାତା, ଲେଖକ ଓ ସଂପାଦକ ପ୍ରଫେସର ଗଣେଶ ଏନ୍‌. ଦେବୀ ଏକ ସମ୍ମାନାସ୍ପଦ ନାମ। ତାଙ୍କ ତତ୍ତ୍ବାବଧାନରେ ହୋଇଥିବା ‘ପିପୁଲସ ଲିଙ୍ଗୁଇଷ୍ଟିକ ସର୍ଭେ ଅଫ୍‌ ଇଣ୍ଡିଆ’ ତାଙ୍କ ସାଫଲ୍ୟର ଏକ ଚମକପ୍ରଦ ସ୍ବାକ୍ଷର। ତାଙ୍କ ଦ୍ବାରା ରଚିତ ପୁସ୍ତକ ‘ଆଫ୍‌ଟର ଆମ୍‌ନେସିଆ’(୧୯୯୨) ଉଭୟ ପାଠକୀୟ ଏବଂ ସମାଲୋଚକୀୟ ପ୍ରଶଂସାଭାଜନ ହୋଇପାରିଥିଲା। ସେ ୨୦୧୪ ମସିହା‌େର ‘ପଦ୍ମଶ୍ରୀ’ ଦ୍ବାରା ସମ୍ମାନିତ ହୋଇଥିଲେ।

ଦେଶ ସ୍ବାଧୀନ ହେବାର କିଛି ବର୍ଷ ଭିତରେ ବିଭିନ୍ନ ସହର ଓ ଗାଁଗୁଡ଼ିକରେ ଏଭଳି କିଛି ଲୋକ ଆଗକୁ ଆଗେଇ ଆସିଥିଲେ, ଯେଉଁମାନେ ସାମାଜିକ ଗଠନମୂଳକ କାର୍ଯ୍ୟ କରିବାକୁ ଭଲ ପାଉଥିଲେ। ସେମାନେ ଗାଁରେ ପିଲାଙ୍କ ପାଇଁ ସ୍କୁଲ, ସର୍ବସାଧାରଣ ପାଠାଗାର, ‘ମହିଳା ମଣ୍ତଳ’, ଦୁଗ୍‌ଧ ଉତ୍ପାଦନ ପାଇଁ ଛୋଟ ଛୋଟ ସମବାୟ ସମିତି, କ୍ଷୁଦ୍ର ଗ୍ରାମୀଣ ଖବରକାଗଜ ଇତ୍ୟାଦି ପ୍ରତିଷ୍ଠା କରିଥିଲେ। ସେମାନଙ୍କ ଭିତରୁ କେତେକ ଶ୍ରମଜୀବୀଙ୍କ ୟୁନିଅନ ମଧୢ ପ୍ରତିଷ୍ଠା କରିଥିଲେ। ୧୯୫୦ ଓ ସେଇ ପଞ୍ଚମ ଦଶନ୍ଧିରେ ଏପରି ଘଟଣାକୁ ପ୍ରାଥମିକ ସ୍କୁଲରେ ପଢ଼ୁଥିବା ଛୋଟ ସହରରେ ମୁଁ ଦେଖିଛି। ପରବର୍ତ୍ତୀ ଜୀବନରେ ମୁଁ ଲକ୍ଷ୍ୟ କରିଛି ଭାରତର ନାଗରିକ ସମାଜ ଏ ଦେଶର ସ୍ବାଧୀନତା ଆନ୍ଦୋଳନରେ ଭାଗ ନେଇଥିବା ଦେଶଭକ୍ତମାନଙ୍କ ପରି ଦେଶ ସ୍ବାଧୀନ ହେବା ପରେ ପ୍ରତିଷ୍ଠିତ ଏହି ପ୍ରକାର ଅନୁଷ୍ଠାନର ପ୍ରତିଷ୍ଠାତାମାନଙ୍କୁ ଖୁବ୍‌ ଆଦର ଓ ସମ୍ମାନ ନିବେଦନ କରିଆସିଛି। ସେହି ସ୍ବଦେଶ ପ୍ରେମୀଙ୍କ ଭିତରୁ ଆଜି ଖୁବ୍‌ କମ୍‌, ହାତଗଣତି କହିଲେ ଠିକ୍‌ ହେବ, ଆମ ଦେଶରେ ବଞ୍ଚି ରହିଛନ୍ତି। ସ୍ବାଧୀନତା ସ˚ଗ୍ରାମର ଶେଷ ପର୍ଯ୍ୟାୟରେ ଏହି ପ୍ରକାର ବ୍ୟକ୍ତିଙ୍କୁ କାର୍ଯ୍ୟକର୍ତ୍ତା ବୋଲି କୁହାଯାଉଥିଲା। ଏହାର ଇ˚ରେଜୀ ପ୍ରତିଶବ୍ଦ ‘ଆକ୍‌ଟିଭିଷ୍ଟ’ ହେଲେ ମଧୢ କାର୍ଯ୍ୟକର୍ତ୍ତାଙ୍କର ଗୁଣ ଏବ˚ ମୂଲ୍ୟବୋଧ ପ୍ରତି ଅନୁରାଗ ‘ଆକ୍‌ଟିଭିଷ୍ଟ’ ଶବ୍ଦ ଭିତରେ ମିଳେ ନାହିଁ। ପ୍ରଚଳିତ ଅର୍ଥରେ ଆମେ ‘ଆକ୍‌ଟିଭିଷ୍ଟ’ କହିଲେ ବୁଝୁ, ଯାହାର କୌଣସି ପ୍ରସଙ୍ଗ ଉପରେ ନିର୍ଦ୍ଦିଷ୍ଟ ମତ ଥାଏ, ସେ ସେଇ ଲକ୍ଷ୍ୟ ନେଇ କାମ କରୁଥାଏ ଓ ତା’ର କାମ ପ୍ରତି ସମାଜର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଥାଏ।

ଭାରତକୁ ସ୍ବାଧୀନତା ଆଣି ଦେଇଥିବା କାର୍ଯ୍ୟକର୍ତ୍ତାମାନେ ନିଜ ନିଜର ମତାଦର୍ଶର ପ୍ରସାର ପାଇଁ ବ୍ୟଗ୍ର ନ ଥିଲେ। ଅନ୍ୟପକ୍ଷରେ ସେମାନଙ୍କୁ କେବଳ ସ୍ବାଧୀନତା ସଂଗ୍ରାମୀ କହିଲେ ମଧୢ ଠିକ୍‌ ହେବ ନାହିଁ। କାରଣ, ଏହାଦ୍ବାରା ସେମାନଙ୍କର ଭୂମିକାର ଯଥାର୍ଥ ମୂଲ୍ୟାୟନ ସମ୍ଭବ ନୁହେଁ। ସେମାନଙ୍କର ସମାଜ ଗଠନ ଦିଗରେ ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ। କାରଣ, ସେମାନେ ଏଭଳି ଗୋଟିଏ ଗୋଷ୍ଠୀର ନାଗରିକ ନିର୍ମାଣ କରିବାକୁ ଚାହୁଁଥିଲେ ଯିଏ ଦେଶର ପ୍ରଶାସନ ଓ ନାଗରିକମାନଙ୍କ ମଧୢରେ ମଧୢସ୍ଥତା କରିପାରିବ, ଯାହା ଯେ କୌଣସି ନବଜାତ ଗଣତନ୍ତ୍ର ପାଇଁ ସର୍ବାଦୌ ପ୍ରୟୋଜନ। ଏଇ ଯେଉଁ ବର୍ଗଟିର କଥା କୁହାଯାଉଛି ତାହାର ନାମ ‘ସିଭିଲ୍‌ ସୋସାଇଟି’ ବା ନାଗରିକ ସମାଜ। ତେବେ, ଏହି ପରିକଳ୍ପନା ଖୁବ୍‌ ପୁରୁଣା। ଆରିଷ୍ଟଟଲ ଏଭଳି ବର୍ଗ ଲାଗି ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରିଥିଲେ ତାହା ହେଲା ‘Koinonia Politike’ (କୋଇନନିଆ ପଲିଟିକେ)। ଏହାର ସ୍ବଧର୍ମ ରାଜନୀତି ହୋଇପାରେ, ମାତ୍ର ଏହି ବର୍ଗର ଉଦ୍ଦେଶ୍ୟ ରାଜନୈତିକ କ୍ଷମତା ଦଖଲ ନୁହେଁ, ବର˚ କ୍ଷମତାରେ ଥିବା ନେତାମାନଙ୍କୁ ନାଗରିକମାନଙ୍କ ସମସ୍ୟା ସହ ଯୋଡ଼ି ହୋଇ ରହିବା ନିମନ୍ତେ ଆବଶ୍ୟକ ପରିସ୍ଥିତିର ନିର୍ମାଣ କରିବା। ଏହି ଦୃଷ୍ଟିରୁ ନାଗରିକ ସମାଜ ହେଉଛି ରାଷ୍ଟ୍ରତନ୍ତ୍ର ଓ ନାଗରିକମାନଙ୍କ ଭିତରେ ଏକ ସେତୁ। ନାଗରିକ ସମାଜର ଗଠନ ଲୋକ-ପ୍ରତିନିଧି ମଣ୍ତଳୀର ଗଠନ ପ୍ରକ୍ରିୟା ଠାରୁ ଭିନ୍ନ। ସାରା ବିଶ୍ବରେ ‘ସିଭିଲ୍‌ ସୋସାଇଟି’ ଶବ୍ଦଯୋଡ଼ିକ ବ୍ୟବହୃତ ହେଉଥିଲେ ମଧୢ ପ୍ରତ୍ୟେକ ଦେଶର ନାଗରିକ ସମାଜର ଚରିତ୍ର ଏବ˚ ସେମାନଙ୍କ ଠାରୁ ପ୍ରତ୍ୟାଶା ଭିନ୍ନ ଭିନ୍ନ।

କିଛି ଦେଶରେ, କ୍ଷମତାରେ ଥିବା ଅନୁଷ୍ଠାନ ବିରୋଧରେ ସ˚ଗ୍ରାମ କରି ତା’ ଭିତରୁ ନାଗରିକ ସମାଜ ଜନ୍ମ ନେଇଛି। ଅନ୍ୟ କେତେକ ଦେଶରେ ସେଠାକାର ବ୍ୟବସାୟ ବାଣିଜ୍ୟର ସ୍ବତନ୍ତ୍ର ଧରଣର ପ୍ରୟୋଜନବୋଧ ଭିତରୁ ସେଠିକାର ନାଗରିକ ସମାଜ ମୁଣ୍ତ ଟେକିଛି। ଆଉ କିଛି ଦେଶରେ ଅନ୍ୟ ଦେଶ ସହ ସା˚ସ୍କୃତିକ ପ୍ରଭାବ ଫଳରେ ସେଠାକାର ନାଗରିକ ସମାଜ ଠିଆହୋଇଛି। ଆମ କ୍ଷେତ୍ରରେ, ଭାରତୀୟ ନାଗରିକ ସମାଜ ଆମର ସ୍ବାଧୀନତା ଆନ୍ଦୋଳନ ଭିତରୁ ଜନ୍ମ ନେଇଛି। ସେଥିପାଇଁ ଏଇ ନାଗରିକ ସମାଜ ପାଖରେ ମହାତ୍ମା ଗାନ୍ଧୀଙ୍କ ଦର୍ଶନ ଓ ସମାଜବାଦ ଚିନ୍ତାଧାରା ଦେଖିବାକୁ ଏବଂ ସମ୍ବିଧାନର ସ୍ବର ଶୁଣିବାକୁ ମିଳେ। ସ୍ବାଧୀନତା ପରବର୍ତ୍ତୀ ଭାରତରେ ଦେଖା ଦେଉଥିବା ନାଗରିକ ସମାଜର ପ୍ରମୁଖ ଆନ୍ଦୋଳନରେ ଏହି ସ୍ବଭାବର ଛାପ ଦେଖିବାକୁ ମିଳିଥାଏ। ଏହି ଆନ୍ଦୋଳନର ଦୃଶ୍ୟମାନ ଚେହେରା, ବୋଲା ଯାଉଥିବା ଗୀତ, ସ୍ଲୋଗାନର ଧାରା, ଅଙ୍ଗଭଙ୍ଗୀ, ଆନ୍ଦୋଳନର ରୂପରେଖ ଏବ˚ ଏହାର ଇସ୍ତାହାରରେ ୧୯୪୦-୫୦ ସମୟର ‘ନାଗରିକ ସମାଜ’ର ପ୍ରତିଛବି ଦେଖିବାକୁ ମିଳେ। ତେବେ ସବୁ ସ୍ବାଧୀନତା ଆନ୍ଦୋଳନକାରୀଙ୍କ ସ୍ବଭାବ କ’ଣ ‘ନାଗରିକ ସମାଜ’ର ସ୍ବଭାବ ପରି ଥିଲା? ଏହାର ଉତ୍ତର ହେବ- ନା। ଆଉ ଗୋଟେ ପ୍ରକାର ସ˚ଗଠନ ମଧୢ ଦେଶ ଭିତରେ ଥିଲା। ଏମାନଙ୍କୁ ‘ନନ୍‌-ଷ୍ଟେଟ୍‌-ଆକ୍‌ଟର’ ଭାବେ ଅଭିହିତ କରାଯାଇପାରେ। ଏହି ଶବ୍ଦଟି ଇ˚ରେଜୀରେ ଗୋଟେ ବୃହତ୍ତର ଗୋଷ୍ଠୀ ପାଇଁ ବ୍ୟବହୃତ ହୋଇଥାଏ, ଯାହା ଭିତରେ- ସରକାର ବିରୋଧୀ ହି˚ସାତ୍ମକ ଗୋଷ୍ଠୀ ପାଖରୁ ଆରମ୍ଭ କରି ବେସରକାରୀ ସ˚ଗଠନ ଏପରିକି ବିଶାଳ ଓ ପ୍ରଭାବଶାଳୀ କର୍ପୋରେଟ୍‌ ଜଗତ୍‌ ଅନ୍ତର୍ଭୁକ୍ତ। ବ୍ରିଟିସ୍‌ ଇଷ୍ଟ ଇଣ୍ତିଆ କମ୍ପାନିକୁ (ଇଆଇସି) ଏଭଳି ଗୋଟିଏ ‘ନନ୍‌-ଷ୍ଟେଟ୍‌ ଆକ୍‌ଟର’ ଭାବେ ଗ୍ରହଣ କରାଯାଇପାରେ। ଏହି କମ୍ପାନି ଗୋଟିଏ ସମୟରେ ଦକ୍ଷିଣ ଏସିଆର ଅଧିକା˚ଶ ଅଞ୍ଚଳ ଉପରେ ନିଜର ନିୟନ୍ତ୍ରଣ ରଖିଥିଲା। ୧୭୫୭ରୁ ନେଇ ୧୮୫୭ର ସିପାହି ବିଦ୍ରୋହ ପର୍ଯ୍ୟନ୍ତ ଭାରତ ଏହି ବ୍ରିଟିସ୍‌ କମ୍ପାନିର ଦଖଲରେ ଥିଲା। ଅବଶ୍ୟ ଏହି କମ୍ପାନିକୁ ବ୍ରିଟିସ୍‌ ସରକାର ସ୍ବୀକୃତି ଦେଇଥିଲା, ମାତ୍ର ଏହି କମ୍ପାନିର ଜନସାଧାରଣଙ୍କ ପ୍ରତି କୌଣସି ଦାୟବଦ୍ଧତା ନ ଥିଲା।

ଭାରତ ଉପରେ ବ୍ରିଟିସ୍‌ ସାର୍ବଭୌମ ଶାସନ ଲଦି ଦିଆଗଲା ପରେ, ବିଭିନ୍ନ ରାଜ୍ୟ ଏବ˚ ସେଠାରେ ଯେଉଁ ରାଜାମାନେ ଆଗରୁ ଶାସନ କରୁଥିଲେ, ସେମାନେ ନିଜର ପ୍ରମୁଖତା ହରେଇ ବସିଲେ। ୧୮୫୭-୧୯୪୭ ଭିତରେ ସେମାନଙ୍କ ଅବସ୍ଥା ‘ନନ୍‌-ଷ୍ଟେଟ୍‌-ଆକ୍‌ଟର’ ପର୍ଯ୍ୟାୟକୁ ଖସି ଆସିଲା। ତାଙ୍କ ଭିତରୁ କେତେକ ରାଜା ସ୍ବାଧୀନତା ଆନ୍ଦୋଳନକୁ ସମର୍ଥନ ଜଣାଇଲେ, ଆଉ କେତେଜଣ ନିରବ ଦର୍ଶକ ହୋଇ ରହିଲେ, ଏଭଳି ମଧୢ କିଛି ରାଜାରାଜୁଡ଼ା ଥିଲେ ଯେଉଁମାନେ ସ୍ବାଧୀନତା ଆନ୍ଦୋଳନକୁ ନାପସନ୍ଦ କରୁଥିଲେ। ସେମାନେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀମାନଙ୍କୁ ପ୍ରଚ୍ଛନ୍ନ ସମର୍ଥନ ଯୋଗାଇ ଦେଉଥିଲେ। ଊନବି˚ଶ ଶତକର ଶେଷ ଏବ˚ ବି˚ଶ ଶତକର ପ୍ରଥମ ପଚିଶ ବର୍ଷ ଭିତରେ, ଭାରତୀୟ ନାଗରିକ ସମାଜ ନିଜକୁ ସ୍ବାଧୀନତା ଆନ୍ଦୋଳନର ପୁରୋଭାଗରେ ରଖିଥିଲା। ୧୯୨୦ ବେଳକୁ ମହାତ୍ମା ଗାନ୍ଧୀ ସେମାନଙ୍କୁ ସମସ୍ତଙ୍କୁ ଏକାଠି କରି ତାଙ୍କ ଭିତରେ ନୂଆ ସ୍ଫୂର୍ତ୍ତି ଭରିଥିଲେ ଏବ˚ ନାଗରିକ ସମାଜର ନୈତିକ ଓ ଆଧୢାତ୍ମିକ ଦିଗ୍‌ବଳୟକୁ ପ୍ରସାରିତ କରିଥିଲେ। ସେଇ ଦଶନ୍ଧି ଭିତରେ ଆରଏସ୍‌ଏସ୍‌ ଗଠିତ ହୋଇଥିଲା ଏବ˚ ଏହି ସ˚ଗଠନ ସଚେତନ ଭାବରେ ସ୍ବାଧୀନତା ଆନ୍ଦୋଳନ ଠାରୁ ନିଜକୁ ଦୂରେଇ ରଖିବା ଲାଗି ସ୍ଥିର କରିଥିଲା। ସେହି ତିନି ଦଶନ୍ଧି କାଳ ଆରଏସ୍‌ଏସ୍‌ ଗୋଟିଏ ‘ନନ୍‌-ଷ୍ଟେଟ୍‌-ଆକ୍‌ଟର’ ଭାବରେ ରହିଥିଲା। ସ୍ବାଧୀନତା ପ୍ରାପ୍ତି ପରେ, ୧୯୫୧ରେ ଭାରତୀୟ ଜନସ˚ଘ ଏବ˚ ପରେ ୧୯୮୦ରେ ଭାରତୀୟ ଜନତା ପାର୍ଟି ଆରଏସ୍‌ଏସ୍‌ର ଏକ ଦଳ ଭାବେ ପ୍ରତିଷ୍ଠିତ ହେଲା। ୧୯୭୦ରୁ ୮୦ ଭିତରେ ସ˚ଘଟିତ ଆନ୍ଦୋଳନଗୁଡ଼ିକ ଭିତରେ ଏହି ପ୍ରକାର ଦାୟିତ୍ବବୋଧ ନ ଥିବା ସ˚ଗଠନର ଆନ୍ଦୋଳନ ମଧୢ ଦେଖିବାକୁ ମିଳେ। ଆରଏସ୍‌ଏସ୍‌ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରେ ଏବ˚ ଏହାର କର୍ପୋରେଟ୍‌ ହାଉସ୍‌ମାନଙ୍କ ପ୍ରତି ଅନ୍ତର ଭିତରେ ଅନୁରାଗ ରହିଥିବା ପ୍ରମାଣିତ ହୋଇସାରିଛି। ଯେଉଁମାନେ ଏବେ ଧର୍ମ ନାମରେ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି, ଘୃଣା ସୂଚକ ସ୍ଲୋଗାନ୍‌କୁ ଉତ୍ସାହ ଦେଉଛନ୍ତି, ହି˚ସାତ୍ମକ କାର୍ଯ୍ୟର ଜବାବ ଅନୁରୂପ ହି˚ସାତ୍ମକ ଉପାୟରେ ଦେଉଛନ୍ତି, ସେମାନେ ଦାୟବଦ୍ଧତା ନ ଥିବା ସ˚ଗଠନ। ସେମାନଙ୍କ ପକ୍ଷେ ସମ୍ବିଧାନକୁ ଚ୍ୟାଲେଞ୍ଜ କରିବା ଓ ମନୁ ସ୍ମୃତିକୁ ପ୍ରଶ˚ସା କରିବା ସ୍ବାଭାବିକ କଥା। ଯେଉଁମାନେ ବିଜ୍ଞାନସମ୍ମତ ବିଚାରକୁ ବିରୋଧ କରନ୍ତି ଏବ˚ ବିଜ୍ଞାନ ବିରୋଧ କରୁଥିବା ବିଚାରଧାରାକୁ ଗ୍ରହଣ କରନ୍ତି ସେମାନେ ଏହି ପ୍ରକାର ସ˚ଗଠନର ଅନ୍ତର୍ଭୁକ୍ତ। ଔପନିବେଶିକ ଶାସନ କାଳର ପ୍ରଥମ ପର୍ଯ୍ୟାୟରେ ଏଭଳି ସ˚ଗଠନଗୁଡ଼ିକୁ ବ୍ରିଟିସ୍‌ ପ୍ରଶାସନ ସ୍ବୀକୃତି ଦେଇଥିଲା।

ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ନାଗରିକଙ୍କ ପାଇଁ ଦାୟବଦ୍ଧତା ନ ଥିବା ସ˚ଗଠନର ସହଯୋଗରେ ଶାସନ କରୁଛିି। ଜନସାଧାରଣଙ୍କ ସ୍ବାର୍ଥର ସୁରକ୍ଷା ଓ ଲୋକଙ୍କୁ ସାମ୍ବିଧାନିକ ନିରାପତ୍ତା ଯୋଗାଇ ଦେବା ନିମନ୍ତେ ପ୍ରତିଷ୍ଠିତ ଅନୁଷ୍ଠାନଗୁଡ଼ିକର ଭୂମିକା ଯେତେବେଳେ ସଙ୍କୁଚିତ ହେଉଛି କିମ୍ବା ସେଗୁଡ଼ିକ ନିକଟରେ ସାଲିସମୂଳକ ମନୋଭାବ ଦେଖାଯାଉଛି, ସେତେବେଳେ ଏହି ସ˚ଗଠନ ଏବ˚ ତାଙ୍କ ସମର୍ଥିତ ସରକାର ବାସ୍ତବତା ପାଖରୁ ମୁହଁ ଫେରେଇ ନେଇ ପାରିବେ ନାହିଁ। ମାତ୍ର ଆଜି ପରିସ୍ଥିତି ଅଲଗା ହେଉଛି ଏବ˚ ସେଥିପାଇଁ ନାଗରିକ ସମାଜ ପ୍ରତିବାଦ କରୁଛି। ସ୍ବାଭାବିକ ଭାବରେ ବର୍ତ୍ତମାନର ସରକାର ନାଗରିକ ସମାଜର ପ୍ରତିବାଦକୁ ଘୃଣା ଏବ˚ ଅନାଦର ଦୃଷ୍ଟିରେ ଦେଖୁଛି। ନାଗରିକ ସମାଜର ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକର ପାଣ୍ଠି ସ˚ଗ୍ରହ ନେଇ ଅତ୍ୟନ୍ତ କଠୋର ଦୃଷ୍ଟିଭଙ୍ଗୀ, ସ˚ଖ୍ୟାନ୍ୟୂନଙ୍କ ସ୍ବାର୍ଥ ହାନି କଲା ଭଳି ଆଇନ ପ୍ରଣୟନ, ଆନ୍ଦୋଳନକାରୀଙ୍କୁ ୟୁଏପିଏ ଆଇନ ବଳରେ ଅଟକ ଏବ˚ ଲୋକଙ୍କ ପକ୍ଷରୁ ପଚରା ଯାଉଥିବା ପ୍ରଶ୍ନର ଉତ୍ତର ନ ଦେଇ ତାକୁ ଏଡ଼େଇଯିବା ଇତ୍ୟାଦି ଢଙ୍ଗରଙ୍ଗ ଆମର ସମ୍ବିଧାନ ଦେଇଥିବା ଗଣତାନ୍ତ୍ରିକ ଅଧିକାରର ବିରୋଧାଚରଣ କରୁଅଛି। ଦାୟବଦ୍ଧତା ନ ଥିବା ସ˚ଗଠନ ଦ୍ବାରା ଭାରତ ସରକାରଙ୍କ ନିୟନ୍ତ୍ରଣ ଏ ଦେଶର ନାଗରିକଙ୍କ ସ୍ବାର୍ଥହାନି କରୁଛି।

ଆଜି ଯେତେବେଳେ ଗଣମାଧୢମ ନିଜର ମୁକ୍ତ ମତ ପ୍ରକାଶ କରିବା ଲାଗି କୁଣ୍ଠିତ ହେଉଛି ସେତେବେଳେ ସାଧାରଣ ନାଗରିକ କି ଧରଣର ସମସ୍ୟାର ସମ୍ମୁଖୀନ ହେଉଥିବ, ତାହା ସହଜରେ ଅନୁମାନସାପେକ୍ଷ। ଏହି ପରିପ୍ରେକ୍ଷୀରେ ସରକାରଙ୍କୁ କିଭଳି ତାଙ୍କର ଦାୟିତ୍ବ ଓ କର୍ତ୍ତବ୍ୟ ସ˚ପର୍କରେ ସଚେତନ କରାଯିବ ସେ ସ˚ପର୍କରେ ନାଗରିକ ସମାଜ ନୂଆ ଉପାୟ ଚିନ୍ତା କରିବା ଦରକାର ଏବ˚ ଏ ଦିଗରେ ନିଜର ଐତିହାସିକ ଦାୟିତ୍ବ ନିର୍ବାହ କରିବା ଉଚିତ। ଏଥିପାଇଁ ନୂଆ ପ୍ରକାର ସ୍ଲୋଗାନ୍‌, ନୂଆ ପ୍ରକାଶ ଭଙ୍ଗୀ ଏବ˚ ଆଲୋଚନାର ନୂଆ ପ୍ରଣାଳୀ ମଧ୍ୟ ଚିନ୍ତା କରାଯିବା ଆବଶ୍ୟକ। ଯେଉଁ ଅନୁଷ୍ଠାନଗୁଡ଼ିକ ଏବେ ସୁଦ୍ଧା ସମ୍ବିଧାନକୁ ଗୁରୁତ୍ବ ଦେଉଛନ୍ତି ସେମାନେ ସମସ୍ତେ ଏକାଠି ହେବା ଦରକାର। ଏ କାର୍ଯ୍ୟ ଯେତେ କଷ୍ଟକର ହେଲେ ସୁଦ୍ଧା ନାଗରିକ ସମାଜ ତାହାର ଇତିହାସକୁ ନ ଭୁଲି ଏଥିରେ ସକ୍ରିୟ ହେବା ଦେଶବାସୀ ଆଶା କରନ୍ତ।
ଅନୁବାଦ: ମହେନ୍ଦ୍ର ପ୍ରସାଦ
ମୋ: ୭୦୦୮୮୧୭୭୦୦

ସମ୍ବନ୍ଧିତ ଖବର