ଗଲା ଶତାବ୍ଦୀର ପଞ୍ଚମ ଓ ଷଷ୍ଠ ଦଶକରେ ଆମେରିକାରେ ଏକ ଧାରା ସୃଷ୍ଟି କରିଥିବା ବିଟ୍‌ନିକ୍‌ ସ˚ସ୍କୃତି ଦ୍ବାରା ପ୍ରଭାବିତ ଲେଖକ ଜ୍ୟାକ୍‌ କିରଵାକ୍‌ଙ୍କ ପ୍ରସିଦ୍ଧ ପୁସ୍ତକ ‘ଅନ୍‌ ଦ ରୋଡ୍‌’ର ଯେଉଁ ବାକ୍ୟଟିକୁ ବହୁଳ ଭାବେ ଉଦ୍ଧାର କରାଯାଇଥାଏ, ତା’ର ଓଡ଼ିଆ ଭାଷାନ୍ତର ହେଉଛି- ‘ସେ କେବଳ ଦରକାର କରୁଥିଲା ହାତରେ ଧରିବା ଲାଗି ଗୋଟିଏ ଚକ ଏବ˚ ରାସ୍ତା ଉପରେ ଆଉ ଚାରିଟି ଚକ’। ଏହି ବାକ୍ୟରେ ଯେଉଁ ଚିତ୍ରଟି ଦିଶିଥାଏ, ତାହା ହାତରେ ‘ଷ୍ଟିଅରି˚’ ଧରି ଗାଡ଼ିଟିଏ ଛୁଟାଇ ଦେବାର ଉଦ୍ଦୀପନାରେ ଭରପୂର ଜଣେ ଯୁବକଙ୍କର। ଉଲ୍ଲେଖଯୋଗ୍ୟ ଯେ ବିଟ୍‌ନିକ୍‌ ସ˚ସ୍କୃତି ଆମେରିକାରେ ଏକ ଭବଘୂରା ଯୁବ ସ˚ପ୍ରଦାୟକୁ ସୃଷ୍ଟି କରିଥିଲା, ଯେଉଁମାନେ ଅକ୍ଳାନ୍ତ ଭାବେ ସାରା ପୃଥିବୀ ଘୂରି ବୁଲୁଥିଲେ। ତେବେ, ଏହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଆଜି ମଧୢ ଅଧିକା˚ଶ ବ୍ୟକ୍ତି(ବିଟ୍‌ନିକ୍‌ ଦ୍ବାରା ପ୍ରଭାବିତ ହୋଇ ନ ଥିଲେ ମଧ୍ୟ) ହାତରେ ‘ଷ୍ଟିଅରି˚’ ଚକ ଏବ˚ ସଡ଼କ ଉପରେ ଚାରିଟି ଚକ ଲାଭ କଲେ ଉଦ୍ଦୀପନାରେ ଭରି ଯାଆନ୍ତି, ଯଦିଓ ଅନେକ ସମୟରେ ଏହି ଉଦ୍ଦୀପନା ଉନ୍ମାଦନା ଅଥବା ଆତ୍ମ-ମଗ୍ନ ଅନ୍ୟମନସ୍କତା ଅଥବା ପ୍ରତିଦ୍ବନ୍ଦ୍ବିତା ଆଦିରେ ପରିଣତ ହୋଇ ସଡ଼କ ଦୁର୍ଘଟଣାମାନ ଘଟାଇଥାଏ। ସ˚ପ୍ରତି ଆମ ରାଜ୍ୟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାମାନ ନିୟମିତ ବ୍ୟବଧାନରେ ଘଟି ଅନେକ ଜୀବନ ହତାହତର କାରଣ ହୋଇଥିବା ପ୍ରେକ୍ଷାପଟରେ ଯାହା ଏକ କ୍ଷୁଦ୍ର ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ, ତାହା ହେଲା ଆମେମାନେ ଏକ ଶକ୍ତିଶାଳୀ ଯାନ ଆରୋହଣ କରି ସଡ଼କ ସ୍ପର୍ଶ କଲା ମାତ୍ରକେ ଉଭୟ ‘ଘାତ’ ଏବ˚ ‘ଆତ୍ମଘାତ’ କରିବାରେ ପ୍ରବଣ ହୋଇ ଉଠୁଛୁ କି?
ଅନ୍ତତଃ ବିଭିନ୍ନ ଆଧିକାରିକ ସୂତ୍ରରୁ ପ୍ରାପ୍ତ ସୂଚନା ତାହା ସାବ୍ୟସ୍ତ କରିଥାଏ। ସଡ଼କ ଦୁର୍ଘଟଣାା କ୍ଷେତ୍ରରେ ଆମ ରାଜ୍ୟ ସର୍ବାଧିକ ସଡ଼କ ଦୁର୍ଘଟଣା ଦେଖୁଥିବା ଦଶଟି ରାଜ୍ୟ ମଧୢରେ ଅନ୍ୟତମ। ଏହି କାରଣରୁ ୨୦୧୫ ମସିହାରେ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ଗଠିତ ଏକ କମିଟି ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିଲେ ଯେ ପ୍ରତି ବର୍ଷ ଅନ୍ତତଃ ୧୦% ହାରରେ ସଡ଼କ ଦୁର୍ଘଟଣା ହ୍ରାସ ହେବା ଆବଶ୍ୟକ। କିନ୍ତୁ, ବାସ୍ତବତା ହେଲା ୨୦୧୪ରୁ ୨୦୨୧ ମସିହା ମଧୢରେ ସଡ଼କ ଦୁର୍ଘଟଣାର ସ˚ଖ୍ୟା ହ୍ରାସ ପାଇବା ପରିବର୍ତ୍ତେ ପ୍ରାୟ ୨୯% ବୃଦ୍ଧି ପାଇଛି। ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ୭.୨୧% ବୃଦ୍ଧି ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି ଦୁର୍ଘଟଣାଜନିତ ମୃତ୍ୟୁ ସ˚ଖ୍ୟାରେ ଓଡ଼ିଶାର ହାର (୪୮.୨%) ସହିତ ଜାତୀୟ ହାର (୩୬.୬୫%) ଠାରୁ ଅଧିକ।
ଏହି ପରିପ୍ରେକ୍ଷୀରେ ଗଲା ଡିସେମ୍ବର ମାସରେ ଅନୁଷ୍ଠିତ ‘ରାଜ୍ୟ ସଡ଼କ ସୁରକ୍ଷା ପରିଷଦ’ର ବୈଠକରେ ପ୍ରକାଶିତ ସୂଚନା ପ୍ରଣିଧାନଯୋଗ୍ୟ, ଯହିଁରୁ ଜଣାପଡ଼ିଛି ଯେ ୬୯% ଦୁର୍ଘଟଣାର କାରଣ ଗାଡ଼ିର ମାତ୍ରାଧିକ ବେଗ ହୋଇଥିବା ବେଳେ ୪୧% ମୃତ୍ୟୁର କାରଣ ହୋଇଥାଏ ହେଲମେଟ୍‌ ଆଇନର ଉଲ୍ଲ˚ଘନ। ଏହା ସ୍ପଷ୍ଟ କରିଥାଏ ଯେ ସଡ଼କ ନିର୍ମାଣଜନିତ ତ୍ରୁଟି ଦୁର୍ଘଟଣାର ଅନ୍ୟତମ କାରଣ ହୋଇଥିବା ବେଳେ ଆମ ରାଜ୍ୟରେ କିନ୍ତୁ, ଦୁର୍ଘଟଣା ଲାଗି ଯାହା ପ୍ରମୁଖ ଭାବେ ଦାୟୀ, ତାହା ହେଲା ଚାଳକମାନଙ୍କ ଅସାବଧାନତା। ଏହା ଏକ ଜଣାଶୁଣା କଥା ଯେ ଆମ ରାଜ୍ୟରେ ଟ୍ରକ୍‌ ବା ହାଇଵା ଭଳି ଭାରୀ ଯାନ ଚଳାଉଥିବା ଅନେକ ବ୍ୟକ୍ତିଙ୍କ ନିକଟରେ ଉପଯୁକ୍ତ ଲାଇସେନ୍‌ସ ନ ଥାଏ ବା ଅନେକ ସମୟରେ ଅସଚେତନ ଓ ବେପରୁଆ ଚାଳକମାନେ ସେମାନଙ୍କ ‘ହେଲ୍‌ପର’ମାନଙ୍କ ହାତରେ ଗାଡ଼ିର ଷ୍ଟିଅରି˚ ଧରାଇ ଦିଅନ୍ତି। କେବଳ ସେତିକି ନୁହେଁ ବୟସ, ଯାନ, ସାମାଜିକ ଶ୍ରେଣୀ ଓ ପ୍ରତିଷ୍ଠା ନିର୍ବିଶେଷରେ ମଦ୍ୟ ପାନ କରି ଗାଡ଼ି ଚାଳନା କରିବାର ବ୍ୟାପକ ଆଗ୍ରହ ଏବଂ ଧୃଷ୍ଟତା ଆମ ସଡ଼କଗୁଡ଼ିକୁ ଅତ୍ୟନ୍ତ ବିପଦସ˚କୁଳ କରି ପକାଇଛି। ଏଭଳି ସ୍ଥଳେ ଏକ କଠୋର ନିୟନ୍ତ୍ରଣ ବ୍ୟବସ୍ଥା ଯେ ଅତ୍ୟନ୍ତ ଆବଶ୍ୟକ, ତାହା କହିବା ବାହୁଲ୍ୟ ମାତ୍ର। କିନ୍ତୁ ଆମ ରାଜ୍ୟରେ ଏହି ଦିଗଟି ଅତ୍ୟନ୍ତ ଦୁର୍ବଳ। ଏହାର ଏକ ମୁଖ୍ୟ କାରଣ ରୂପେ ଟ୍ରାଫିକ୍‌ ପୁଲିସ୍‌ଙ୍କ ସ˚ଖ୍ୟା ନ୍ୟୂନତାକୁ ଦର୍ଶା ଯାଇଥାଏ। ତେବେ ଅନେକ ସ୍ଥଳେ ସେମାନଙ୍କ ଅବହେଳା ପ୍ରତି ମଧୢ ଆଙ୍ଗୁଳି ଉଠିଥାଏ। କିନ୍ତୁ ଏ ସବୁ ସତ୍ତ୍ବେ ଯେଉଁ ପ୍ରଶ୍ନଟି ବିଶେଷ ପ୍ରାସଙ୍ଗିକ, ତାହା ହେଲା ସଡ଼କ ନିୟମର ଅନୁପାଳନକାରୀ ନାଗରିକ ସମାଜ ଲାଗି ଅଧିକ ସ˚ଖ୍ୟକ ଟ୍ରାଫିକ୍‌ ପୁଲିସ୍‌ଙ୍କ ଆବଶ୍ୟକତା ଅଛି କି? ସୁତରା˚, ନିୟନ୍ତ୍ରଣ ବ୍ୟବସ୍ଥା ଆଡ଼କୁ ଉଠିଥିବା ଆଙ୍ଗୁଳିର ବିପରୀତ ଦିଗରେ ତିନିଟି ଆଙ୍ଗୁଳି ଆମ ସମସ୍ତଙ୍କ ଆଡ଼କୁ ମୁହାଁଇ ଥାଏ।
୨୦୧୮ରେ ‘ଜିଓଟ୍ୟାବ୍‌’ ନାମକ ଏକ ପତ୍ରିକାରେ ପ୍ରକାଶିତ ଏକ ଅନୁଶୀଳନ କହିଥାଏ ଯେ ସଡ଼କ ଦୁର୍ଘଟଣା ଘଟାଇବାର ସମ୍ଭାବନା ଅଧିକ ବହନ କରୁଥିବା ଗାଡ଼ି ଚାଳକମାନଙ୍କୁ ଯେଉଁ ଚାରିଟି ବର୍ଗରେ ବିଭାଜିତ କରାଯାଇପାରିବ, ସେମାନେ ହେଲେ ବେପରୁଆ, ବ୍ୟସ୍ତତା ଜର୍ଜର, ନବୀନ ଏବ˚ କ୍ଳାନ୍ତ। ସେହି ବର୍ଣ୍ଣନା ଅନୁସାରେ ବେପରୁଆମାନେ ସଡ଼କର ନିୟମମାନକୁ ସ˚ପୂର୍ଣ୍ଣ ଜଳାଞ୍ଜଳି ଦେଉଥିବା ବେଳେ ବ୍ୟସ୍ତତା ଜର୍ଜରମାନେ ସର୍ବଦା ଆଗରେ ରହିବାକୁ ପ୍ରତିଦ୍ବନ୍ଦ୍ବିତା ପ୍ରବଣ ହୋଇ ଉଠନ୍ତି। ସେମିତି ନବୀନମାନେ ଏକ ବ୍ୟସ୍ତତାବହୁଳ ସଡ଼କରେ ସହସା ନିଷ୍ପତ୍ତି ନେବାର ସ˚ଶୟ ପ୍ରଦର୍ଶନ କରି ଦୁର୍ଘଟଣାମାନ ଘଟାଇ ଥାଆନ୍ତି। ଆମ ରାଜ୍ୟରେ ବଣଭୋଜି ବା ବିବାହ ଋତୁମାନଙ୍କରେ ଅଧିକ ସଡ଼କ ଦୁର୍ଘଟଣା ଘଟିବା ପଛରେ ଏକ ବଡ଼ କାରଣ ହେଲା ଚାଳକମାନଙ୍କ ଅସମ୍ଭବ କ୍ଳାନ୍ତି; ଯାହାର ଅପନୋଦନ ଲାଗି ଗାଡ଼ି ମାଲିକମାନେ(ଅଧିକ ଆୟ ଲାଗି ବ୍ୟଗ୍ର ହୋଇ) ସେମାନଙ୍କୁ ସୁଯୋଗ ଦେଇ ନ ଥାଆନ୍ତି।
କେବଳ ସେତିକି ନୁହେଁ, ଯାନବାହନଗୁଡ଼ିକୁ ନିର୍ମାଣ କରୁଥିବା ଉଦ୍ୟୋଗଗୁଡ଼ିକ ମଧୢ ସେଗୁଡ଼ିକୁ ଆକର୍ଷଣୀୟ କରିବା ସକାଶେ ଯେଉଁ ସବୁ ବିଷୟ ଉପରେ ଅଧିକ ଗୁରୁତ୍ବ ପ୍ରଦାନ କରୁଥିବା ଦେଖାଯାଉଛି, ତାହା ହେଲା ଯାନଗୁଡ଼ିକ ସହସା ଦ୍ରୁତ ଗତି ଲାଭ କରି ପାରୁଥିବା ଭଳି ପ୍ରଯୁକ୍ତି ଓ ଡିଜାଇନ୍‌ର ବିକାଶ ତଥା ପ୍ରୟୋଗ। ଏଭଳି ଯାନର ଆରୋହୀମାନଙ୍କ ଠାରେ ଯେଉଁ ଅହ˚କାରଯୁକ୍ତ ବେପରୁଆ ମନୋଭାବ ପରିଦୃଷ୍ଟ ହୋଇଥାଏ, ତାହା ଅନ୍ୟକୁ ଅତିକ୍ରମ କରିବା ସକାଶେ ତୀବ୍ର ଆବେଗ ଓ ତଜ୍ଜନିତ ବେଗ ସୃଷ୍ଟି କରି ସଡ଼କକୁ ବିପଦସ˚କୁଳ କରି ପକାଏ।
ଏହି ସ˚ଦର୍ଭରେ ‘ସିଟିଜନ୍‌ ମ୍ୟାଟର୍ସ‌୍‌’ େଵବ୍‌ ପତ୍ରିକାରେ ମୋହନ ରାମଙ୍କ ଦ୍ବାରା ଲିଖିତ ଏକ ଆଲେଖ୍ୟରେ ଭାରତୀୟ ସଡ଼କରେ ପ୍ରଚଳିତ ଥିବା ଦଶଟି ‘ଅଲିଖିତ ନିୟମ’(ସଡ଼କ ନିୟମାବଳୀର ବିପରୀତ ଏବ˚ ବହିର୍ଭୂତ) ବିଷୟରେ ବର୍ଣ୍ଣନା କରାଯାଇଛି। କହିବା ବାହୁଲ୍ୟ ଯେ ଏ ସମସ୍ତ ନିୟମ କେବଳ ମଣିଷର ବିକୃତିରୁ ସୃଷ୍ଟ। ଉଦାହରଣ ସ୍ବରୂପ ଆଗେଇବା ନ ସୁଯୋଗ ଓ ସ୍ଥାନ ନ ଥିବା ବିଷୟରେ ଅବଗତ ଥାଇ ସୁଦ୍ଧା ବାରମ୍ବାର ଅତ୍ୟନ୍ତ ଶ୍ରୁତିକଟୁ ହର୍ନ‌୍ର ପ୍ରୟୋଗ ଅଥବା ‘ଜଳ-ତତ୍ତ୍ବ’ ଅନୁସରଣ କରି ସଡ଼କରେ ଟିକିଏ ଫାଙ୍କା ସ୍ଥାନ ପାଇଲେ ବି ତା’ ମଧୢରେ ଗଡ଼ି ଯାଇ ସଡ଼କକୁ ସ˚ପୂର୍ଣ୍ଣ ରୂପେ ଯାନ-ମଗ୍ନ କରି ପକାଇବା ଅଥବା ସଡ଼କ ‘ଡିଭାଇଡର‌୍‌’ରେ ଏକ ନିର୍ଦ୍ଦିଷ୍ଟ ବିଧି ଅନୁସାରେ କରାଯାଇଥିବା ଛେଦର ଅର୍ଥକୁ ଭଲ ଭାବେ ବୁଝିଥିବା ସତ୍ତ୍ବେ ଲକ୍ଷ୍ୟ ସ୍ଥଳର ସମୀପତ୍ବ ଦୃଷ୍ଟିରୁ ସେହି ଛେଦର ସୁଯୋଗ ନେଇ ଭୁଲ୍‌ ଦିଗରେ ଗାଡ଼ି ଚଳାଇବାର ଆତୁରତା ବା ଅଚାନକ ଏବ˚ ଆଗତୁରା ହେଡ୍‌ ଲାଇଟ୍‌ ‘ଫ୍ଲାସ୍‌’ କରି ଦେଇ ବିପରୀତ ଦିଗରୁ ଆସୁଥିବା ଗାଡ଼ିର ସଡ଼କ ଅଧିକାରକୁ ଅପହରଣ କରି ନିଜେ ନିଜ ଅଧିକୃତ ଅ˚ଶରେ ଆଗେଇ ଯିବାର ଔଚିତ୍ୟ ସାବ୍ୟସ୍ତ କରିବା ଇତ୍ୟାଦି ତହଁରେ ଅନ୍ତର୍ଭୁକ୍ତ। ସେହି ଅଲିଖିତ ନିୟମ ଭିତରେ ଯାହା ସବୁଠାରୁ କୌତୂହଳପ୍ରଦ ରୂପେ ଲେଖକଙ୍କ ଦ୍ବାରା ଚିହ୍ନିତ, ତାହା ହେଲା କିଛି ସୁଯୋଗବାଦୀ ଚାଳକଙ୍କ ଦ୍ବାରା ଅନୁସୃତ ମାର୍ଗ, ଯେଉଁମାନେ ଦ୍ରୁତଗାମୀ ଆମ୍ବୁଲାନ୍‌ସ ପଛରେ ଗୋଡ଼ାଇ ନିଜ ପଥରେ ରହିଥିବା ସମସ୍ତ ଟ୍ରାଫିକ୍‌ ସିଗ୍‌ନାଲର ପ୍ରତିବନ୍ଧକୁ ଅନାୟାସରେ ଅତିିକ୍ରମ କରିଥାଆନ୍ତି।
କହିବା ଅନାବଶ୍ୟକ ଯେ ନିଜ ଆଡ଼କୁ ଟିକିଏ ଅନାସକ୍ତ ଦୃଷ୍ଟି ନିକ୍ଷେପ କଲେ ଏମାନଙ୍କ ମଧୢରେ ଆମେ ପ୍ରତ୍ୟେକ ନିଜ ନିଜକୁ ଆବିଷ୍କାର କରିପାରିବା। ଏଣୁ କ୍ରମବର୍ଦ୍ଧମାନ ସଡ଼କ ଦୁର୍ଘଟଣା ପରିପ୍ରେକ୍ଷୀରେ ଗାଡ଼ି ଚାଳକ ରୂପେ ଏକାଧାରରେ ଘାତକ ଏବ˚ ଆତ୍ମ-ଘାତକରେ ପରିଣତ ହେବାର ସମ୍ଭାବନା ବହନ କରୁଥିବା ଆମେ ସମସ୍ତେ ନିଜକୁ ନି‌େଜ ପରଖି ନେବା ଉଚିତ।