ଆମ ରାଜ୍ୟର ସରକାରୀ ଡାକ୍ତରଖାନାଗୁଡ଼ିକରେ ଠିକ୍‌ ଭାବେ ସ୍ବାସ୍ଥ୍ୟ ସେବା ମିଳୁନାହିଁ। ଏଣୁ ସାଧାରଣ ଲୋକେ ହଇରାଣ ହେଉଛନ୍ତି। କେବଳ ଡାକ୍ତରଙ୍କ ଅଭାବ ନୁହେଁ, ସବୁ ଦିଗରୁ ଗ୍ରାମାଞ୍ଚଳ ସରକାରୀ ଡାକ୍ତରଖାନାଗୁଡ଼ିକ ସାଧାରଣ ରୋଗୀଙ୍କ ଚାହିଦା ପୂରଣ କରିବାରେ ଅସମର୍ଥ।

Advertisment

ଏ ସବୁରେ ଭିତ୍ତିଭୂମିଗତ ଦୁର୍ବଳତା ଅନେକ। ଡାକ୍ତରଖାନାରେ ମାଗଣା ଔଷଧ ମଧ୍ୟ ନିୟମିତ ଭାବେ ମିଳେନାହିଁ। ଅନେକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଘରଗୁଡ଼ିକ ଭଙ୍ଗାରୁଜା ଅବସ୍ଥାରେ ଅଛି। କେଉଁଠି ଛାତରୁ ପାଣି ଗଳୁଛି ତ କେଉଁଠି ଲାଇଟ୍ ଓ ପଙ୍ଖା ଆଦି ଚାଲୁନାହିଁ। ରୋଗୀଙ୍କ ୱାର୍ଡରେ କୁକୁର ବୁଲୁଥିବା ଦେଖାଯାଏ। ଏହି ମର୍ମରେ ମୋର ଅନୁରୋଧ ଗ୍ରାମାଞ୍ଚଳ ସରକାରୀ ଡାକ୍ତରଖାନାଗୁଡ଼ିକର ସ୍ଥିତିରେ ଉନ୍ନତି ଅଣାଯାଉ।
ବିକାଶ କୁମାର ଦାସ
ଅଥରପା, ଜଗତ୍‌ସିଂହପୁର