ଭାରତୀୟ ସ˚ବିଧାନ ତା’ର ନାଗରିକମାନଙ୍କୁ ହିଁ ସକଳ କ୍ଷମତାର ସ୍ରୋତ ରୂପେ ଚିହ୍ନିତ କରିଥାଏ, ଯେଉଁମାନେ ସେହି କ୍ଷମତାକୁ ରାଷ୍ଟ୍ରକୁ ଅର୍ପଣ କରିଥାଆନ୍ତି। କିନ୍ତୁ ବାସ୍ତବତା ହେଲା କ୍ଷମତା ଅର୍ପଣ କର ସାରିବା ପରେ ସତେ ଯେମିତି ଭାରତୀୟ ନାଗରିକଗଣ କ୍ଷମତାଶୂନ୍ୟ ଓ ସୀମାନ୍ତରିତ ହୋଇ ପଡ଼ିଛନ୍ତି ଏବ˚ ସେମାନଙ୍କ ଠାରୁ ପ୍ରବାହିତ କ୍ଷମତାର ଅଧିକାରୀମାନେ ହିଁ ପ୍ରକୃତ ଅଧୀଶ୍ବରରେ ପରିଣତ ହୋଇଛନ୍ତି। ଏଭଳି ବେଦନାଦାୟକ ସ୍ଥିତି ରାଷ୍ଟ୍ରପତି ମହୋଦୟାଙ୍କୁ ବିଚଳିତ କରିଥିବ ନିଶ୍ଚୟ, ଯାହା ତାଙ୍କ ଅଭିଭାଷଣରେ ସେ ଦିନ ରୂପ ପାଇଥିଲା। ତାଙ୍କ ବକ୍ତବ୍ୟ ଅନୁସାରେ ଆମ ନ୍ୟାୟିକ ବ୍ୟବସ୍ଥାର ଦାୟବୋଧରେ ସମବେଦନା ସନ୍ନିହିତ ହେବା ଅତ୍ୟନ୍ତ ଜରୁରୀ।
ଗଲା ବୁଧବାର ଦିନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଏକ ରାୟ ସହିତ ପଶ୍ଚିମ-ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦିଗରେ ସମ୍ଭାବନାର ଅନ୍ତ ହେବା ସହିତ ଏହି କାରଣରୁ ସୃଷ୍ଟ ବିବାଦରେ ଆପାତତଃ ଅବସାନ ଘଟିଛି। ମାନ୍ୟବର ସୁପ୍ରିମ୍ କୋର୍ଟ ଏହି ସମସ୍ୟାର ଯେଉଁ ସମାଧାନଟି ପ୍ରଦାନ କରିଛନ୍ତି, ତାହା ଆଧୁନିକ ପ୍ରଯୁକ୍ତିର ଉପଯୋଗରେ ନିହିତ। ମାନ୍ୟବର ଅଦାଲତଙ୍କ ନିଷ୍କର୍ଷ କହିଥାଏ ଯେ ବର୍ତ୍ତମାନ ଓଡ଼ିଶାର ଅଦାଲତଗୁଡ଼ିକ ‘ଡିଜିଟାଲ୍’ କ୍ଷମତାସ˚ପନ୍ନ ହୋଇ ସାରିଥିବାରୁ ଦୂରଦୂରାନ୍ତର କୌଣସି ବ୍ୟକ୍ତିଙ୍କୁ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସକାଶେ ବାରମ୍ବାର କଟକ ଦୌଡ଼ି ସମୟ ଓ ଅର୍ଥ ଅପଚୟ କରିବାର ଆବଶ୍ୟକତା ନାହିଁ; ‘ଡିଜିଟାଇଜେସନ୍’ ପ୍ରକ୍ରିୟା ହେତୁ ସେହି ବ୍ୟକ୍ତି ସ୍ଥାନୀୟ ଅଦାଲତରେ ସମସ୍ତ ସେବା ଲାଭ କରିପାରିବେ। କହିବାରେ ଦ୍ବିଧା ନାହିଁ ଯେ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବିପୁଳ ବିକାଶ ଅଧିକା˚ଶ ସେବାକୁ ଆଣି ଘରର ଦ୍ବାର ମୁହଁରେ ପହଞ୍ଚାଇ ଦେଇଛି ଏବ˚ ସେବା ପାଇବା ସକାଶେ ଦୂରତ୍ବ ଅତିକ୍ରମ କରିବାର ବାଧୢବାଧକତା ନ ଥିବାରୁ ଅକାରଣ ସମୟ ଓ ଅର୍ଥ ଅପଚୟରୁ ମଧୢ ରକ୍ଷା ମିଳିଛି। ସେହି ଦୃଷ୍ଟିରୁ ମାନ୍ୟବର ଅଦାଲତଙ୍କ ଅତ୍ୟନ୍ତ ଅନ୍ତର୍ଦୃଷ୍ଟିସ˚ପନ୍ନ ନିଷ୍ପତ୍ତି ସ˚ପୂର୍ଣ୍ଣ ଯଥାର୍ଥ ଭଳି ମନେ ହୋଇଥାଏ, ଯଦିଓ ପ୍ରଯୁକ୍ତିର ପ୍ରୟୋଗରେ ଦକ୍ଷତା ହିଁ କ୍ଷେତ୍ର ସ୍ତରରେ ଏହାର ସଫଳତାକୁ ରୂପ ଦେବ। କିନ୍ତୁ, ଏହି ପରିପ୍ରେକ୍ଷୀରେ ଏହି ସ୍ତମ୍ଭରେ ଯେଉଁ ସ˚ଦର୍ଭଟି ଆଲୋଚନା ଲାଗି ଅବକାଶ ସୃଷ୍ଟି କରିଥାଏ, ତାହା ଏହି ନିଷ୍ପତ୍ତିକୁ କେନ୍ଦ୍ର କରି ନୁହେଁ; ବର˚ ଏହି ରାୟ ଆସିବା ପୂର୍ବରୁ ସ˚ଘଟିତ ହୋଇ ଯାଇଥିବା କେତେକ ଅପଦୃଷ୍ଟାନ୍ତ ସୃଷ୍ଟିକାରୀ ଘଟଣାକୁ ନେଇ, ଯାହା ଏକ ଅଧିକ ଉଦ୍ବେଗଜନକ ତଥା ବୃହତ୍ତର ପ୍ରସଙ୍ଗ ଆଡ଼କୁ ଦୃଷ୍ଟି ଆକର୍ଷଣ କରିଥାଏ।
ପ୍ରକାଶ ଥାଉ କି ସ୍ଥାୟୀ ହାଇକୋର୍ଟ ବେଞ୍ଚ ଦାବିରେ ସମ୍ବଳପୁର ବାର୍ ଆସୋସିଏସନର ସଦସ୍ୟମାନଙ୍କ ଦୀର୍ଘକାଳୀନ ଆନ୍ଦୋଳନ ଗଲା ସୋମବାର ଦିନ ଏକ କୁତ୍ସିତ ମୋଡ଼ ନେଇ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଥିଲା, ଯହିଁରେ ସମ୍ବଲପୁର ଅଦାଲତ ପରିସର ମଧୢ ଭଙ୍ଗାରୁଜା ଓ ଚରମ ବିଶୃଙ୍ଖଳାର ପ୍ରତ୍ୟକ୍ଷ କରିଥିଲା। କହିବା ବାହୁଲ୍ୟ ଯେ ଏହି ଆନ୍ଦାଳନକୁ ତୁରନ୍ତ ବନ୍ଦ କରିବା ଲାଗି ନଚେତ୍ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ପ୍ରସ୍ତୁତ ରହିବା ସକାଶେ ମାନ୍ୟବର ସୁପ୍ରିମ୍ କୋର୍ଟ ପୂର୍ବରୁ ଚେତାବନୀ ଦେଇଥିଲେ ସୁଦ୍ଧା ତାହା ନିରର୍ଥକ ସାବ୍ୟସ୍ତ ହୋଇଥିଲା। ସୁତରା˚, ସ୍ବାଭାବିକ ଭାବେ ଅତ୍ୟନ୍ତ କ୍ଷୁବ୍ଧ ସୁପ୍ରିମ୍ କୋର୍ଟ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ସକାଶେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବ˚ ସମ୍ବଲପୁର ପୁଲିସ ଆଇଜିଙ୍କୁ ତୀବ୍ର ଭର୍ତ୍ସନା କରିବା ସହିତ କେତେକ ଓକିଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ କରିଛନ୍ତି। କିନ୍ତୁ, ଯାହା ଏକ ବିଡ଼ମ୍ବିତ ପ୍ରଶ୍ନ ସୃଷ୍ଟି କରିଥାଏ ତାହା ହେଲା ଅତିରିକ୍ତ ବେଞ୍ଚ୍ ସ୍ଥାପନ ଭଳି ଏକ ସା˚ବିଧାନିକ ପ୍ରସଙ୍ଗକୁ ନେଇ ଉପୁଜିଥିବା ବିବାଦକୁ ନେଇ ସମସ୍ତ ଆଲୋଚନା ଓ ନିଷ୍ପତ୍ତି କେବଳ ଅଦାଲତୀ ପ୍ରକ୍ରିୟାରେ ସମ୍ଭବ ବୋଲି ସର୍ବୋତ୍ତମ ଭାବେ ଅବଗତ ଥିବା ଓକିଲମାନେ ତା’ର ସମାଧାନର ପନ୍ଥାକୁ ‘ସଡ଼କ ହି˚ସା’ ମାଧୢମରେ ଖୋଜିଲେ କାହିଁକି ଏବ˚ ବୃତ୍ତିଗତ ଦାୟ ଅନୁସାରେ ଆଇନ ସୁରକ୍ଷା ସେମାନଙ୍କ ଏକମାତ୍ର ଧେୢୟ ହୋଇଥିବା ବେଳେ ତାହାକୁ ଚୂର୍ଣ୍ଣ କରି ପକାଇଲେ କାହିଁକି? କୌଣସି ଉପାସନା ସ୍ଥଳୀକୁ ତା’ର ପୂଜକମାନଙ୍କ ଦ୍ବାରା ଅପବିତ୍ରୀକରଣ କରାଯିବା ସହିତ ଏହା ତୁଳନୀୟ ନୁହେଁ କି? ସୁତରା˚, ସୁପ୍ରିମ୍ କୋର୍ଟଙ୍କ ଭର୍ତ୍ସନା, କାର୍ଯ୍ୟାନୁଷ୍ଠାନ ଓ ରାୟ ଆତ୍ମ-ନିରୀକ୍ଷଣର କ୍ଷଣ ସୃଷ୍ଟି କରିଛି।
ଏହି ସ˚ଦର୍ଭରେ ଅଧିକ ଆଲୋଚନା ବେଳେ ଆଉ ଯେଉଁ ଅଧିକ ଉଦ୍ବେଗଜନକ ଏବ˚ ବୃହତ୍ତର ପ୍ରସଙ୍ଗଟି ଉଜାଗର ହୋଇଥାଏ, ତାହା ଓକିଲ ଆନ୍ଦୋଳନ ବା ଧର୍ମଘଟ ଦ୍ବାରା ସୃଷ୍ଟ ଅଦାଲତୀ ଅଚଳାବସ୍ଥାର ସୁଦୂରପ୍ରସାରୀ ପ୍ରଭାବ। ନିକଟରେ ରାଜ୍ୟସଭାରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କ ପ୍ରଦତ୍ତ ବୟାନ କହିଥାଏ ଯେ ସ˚ପ୍ରତି ଭାରତର ବିଭିନ୍ନ ଅଦାଲତରେ ପ୍ରାୟ ୫ କୋଟି (୪.୭ କୋଟି) ମାମଲା ରାୟ ପ୍ରତୀକ୍ଷାରେ ପଡ଼ି ରହିଛି। କହିବା ବାହୁଲ୍ୟ ଯେ ଏଭଳି ପରିସ୍ଥିତି ସକାଶେ ଅନ୍ୟାନ୍ୟ କାରଣ ମଧୢରୁ ଅନ୍ୟତମ ମୁଖ୍ୟ କାରଣ ହେଲା ଓକିଲମାନଙ୍କ ଦ୍ବାରା ନିୟମିତ ଭାବେ ହେଉଥିବା କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଆମ ରାଜ୍ୟରେ ଏହି ସ୍ଥିତି କିଭଳି ଉତ୍କଟ ସେ ସ˚ପର୍କରେ ଏକ ଧାରଣା ଲାଭ କରିବାକୁ ହେଲେ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରା ପ୍ରଦତ୍ତ ତଥ୍ୟ ଉପରେ ଦୃଷ୍ଟି ନିକ୍ଷେପ କରିବାକୁ ହେବ; ଯହିଁରେ ଦିଶିଥାଏ କିଭଳି ଓକିଲମାନଙ୍କ ଧର୍ମଘଟ ହେତୁ ଚଳିତ ବର୍ଷ ଜାନୁଆରି ମାସରୁ ସେପ୍ଟେମ୍ବର ମାସ ମଧୢରେ ରାଜ୍ୟର ବିଭିନ୍ନ ଅଦାଲତରେ ସର୍ବମୋଟ ୨ ଲକ୍ଷ ୧୪ ହଜାର ୧୭୬ଟି କାର୍ଯ୍ୟ-ଘଣ୍ଟା ନଷ୍ଟ ହୋଇଛି; ଯାହା ଆଠ ଘଣ୍ଟିଆ କାର୍ଯ୍ୟ ଦିବସ ଆଧାରରେ ହିସାବ ଅନୁସାରେ ହେବ ୨୬,୭୭୨ କାର୍ଯ୍ୟ ଦିବସ ବା ପ୍ରାୟ ୭୩ ବର୍ଷ। ରାଜ୍ୟ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲଙ୍କ ତଥ୍ୟ ଅନୁସାରେ କେବଳ ଗଲା ଅକ୍ଟୋବର ମାସରେ ୩,୨୧୬ କାର୍ଯ୍ୟ ଘଣ୍ଟାର ଅପଚୟ ଘଟିଛି। ସେମିତି ଓକିଲ ଧର୍ମଘଟ କାରଣରୁ ୨୦୧୮ ମସିହାରେ ଆମ ରାଜ୍ୟ ହାଇକୋର୍ଟଙ୍କ ୨୧୦ ଅଦାଲତୀ କାର୍ଯ୍ୟ ଦିବସ ମଧୢରୁ ୬୫.୫ଟି ଏବ˚ ୨୦୧୯ରେ ୧୮ଟି କାର୍ଯ୍ୟ ଦିବସ ନଷ୍ଟ ହୋଇଥିଲା। ପ୍ରକାଶ ଥାଉ କି ୨୦୧୫ ମସିହାରେ ଅଧିବକ୍ତାମାନଙ୍କ ଏଭଳି ଆଭିମୁଖ୍ୟ ବିରୋଧରେ ପ୍ରଶାନ୍ତ ଭୂଷଣ ମାନ୍ୟବର ସୁପ୍ରିମ୍ କୋର୍ଟରେ ଆଗତ କରିଥିବା ଏକ ଯାଚିକାରେ ଉଲ୍ଲେଖ ଥିଲା ଯେ ସେତେବେଳକୁ ରାଜସ୍ଥାନ ହାଇକୋର୍ଟରେ ୩୦ ବର୍ଷ ଧରି ପ୍ରତି ଶୁକ୍ରବାର ଏବ˚ ମିରଟ ଅଦାଲତରେ ପନ୍ଦର ବର୍ଷ ଧରି ପ୍ରତି ଶନିବାର ଓକିଲମାନେ ଅଦାଲତ ବର୍ଜନ କରି ଆସିଥିଲେ। ପ୍ରକାଶ ଥାଉ କି ୨୦୦୨ ମସିହାରେ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ପ୍ରଣୀତ ନିୟମରେ ଉଲ୍ଲେଖ ଅଛି ଯେ କୌଣସି ପ୍ରତିବାଦ-ଧର୍ମଘଟ ଲାଗି ଓକିଲମାନେ ସର୍ବାଧିକ ଗୋଟିଏ ଦିନ ସକାଶେ କାର୍ଯ୍ୟ ବନ୍ଦ କରିପାରିବେ; କେବଳ ‘ବିରଳ ଭିତରେ ବିରଳତମ’ ପ୍ରସଙ୍ଗ, ଯହିଁରେ ଅଦାଲତଙ୍କ ଗରିମା ଭୂଲୁଣ୍ଠିତ ହେବାର ଆଶଙ୍କା ଥିବ, ଅଧିକ ଦିନ କାର୍ଯ୍ୟ ବନ୍ଦ ସକାଶେ କାରଣ ସୃଷ୍ଟି କରିପାରେ। ଏଭଳି ସ୍ଥଳେ ଦୀର୍ଘକାଳୀନ ଓକିଲ ଧର୍ମଘଟମାନ ସମଗ୍ର ଦେଶରେ ଚାଲି ରହିବା ବିସ୍ମୟକର ନୁହେଁ କି?
ଏହି ମର୍ମରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରଦତ୍ତ ଏକ ଅଭିଭାଷଣ ସ୍ମରଣକୁ ଆସିଥାଏ, ଯାହା ସାରା ଦେଶର ହୃଦୟ-ତନ୍ତ୍ରୀକୁ ଗଭୀର ଭାବେ ସ୍ପର୍ଶ କରିଥିଲା। ତହିଁରେ ସେ କହିଥିଲେ କିଭଳି ଗ୍ରାମାଞ୍ଚଳର ହତଭାଗ୍ୟ ଦରିଦ୍ରଙ୍କ ସକାଶେ ଯେଉଁ ତିନି ଜଣ ଈଶ୍ବର ତୁଲ୍ୟ ବିଦ୍ୟମାନ ହୁଅନ୍ତି, ସେମାନେ ହେଉଛନ୍ତି ଶିକ୍ଷକ, ଓକିଲ ଏବ˚ ଡାକ୍ତର; ଏବ˚ ଏହି ତିନିଙ୍କ ମଧୢରୁ କେବଳ ଓକିଲ ଏବ˚ ଡାକ୍ତରଙ୍କୁ ଅସହାୟତା ଜର୍ଜର ମଣିଷଙ୍କ ତ୍ରାଣକର୍ତ୍ତା ଭୂମିକାରେ ଦେଖିବାକୁ ମିଳେ। ମାନ୍ୟବର ରାଷ୍ଟ୍ରପତି ଏହି ଅଭିଭାଷଣ ଜାତୀୟ ସ˚ବିଧାନ ଦିବସ ପାଳନ ଉପଲକ୍ଷେ ଗଲା ନଭେମ୍ବର ୨୬ ତାରିଖ ଦିନ ପ୍ରଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ସ˚ବିଧାନ ତା’ର ନାଗରିକମାନଙ୍କୁ ହିଁ ସକଳ କ୍ଷମତାର ସ୍ରୋତ ରୂପେ ଚିହ୍ନିତ କରିଥାଏ, ଯେଉଁମାନେ ସେହି କ୍ଷମତାକୁ ରାଷ୍ଟ୍ରକୁ ଅର୍ପଣ କରିଥାଆନ୍ତି। କିନ୍ତୁ ବାସ୍ତବତା ହେଲା କ୍ଷମତା ଅର୍ପଣ କର ସାରିବା ପରେ ସତେ ଯେମିତି ଭାରତୀୟ ନାଗରିକଗଣ କ୍ଷମତାଶୂନ୍ୟ ଓ ସୀମାନ୍ତରିତ ହୋଇ ପଡ଼ିଛନ୍ତି ଏବ˚ ସେମାନଙ୍କ ଠାରୁ ପ୍ରବାହିତ କ୍ଷମତାର ଅଧିକାରୀମାନେ ହିଁ ପ୍ରକୃତ ଅଧୀଶ୍ବରରେ ପରିଣତ ହୋଇଛନ୍ତି। ଏଭଳି ବେଦନାଦାୟକ ସ୍ଥିତି ରାଷ୍ଟ୍ରପତି ମହୋଦୟାଙ୍କୁ ବିଚଳିତ କରିଥିବ ନିଶ୍ଚୟ, ଯାହା ତାଙ୍କ ଅଭିଭାଷଣରେ ସେ ଦିନ ରୂପ ପାଇଥିଲା। ତାଙ୍କ ବକ୍ତବ୍ୟ ଅନୁସାରେ ଆମ ନ୍ୟାୟିକ ବ୍ୟବସ୍ଥାର ଦାୟବୋଧରେ ସମବେଦନା ସନ୍ନିହିତ ହେବା ଅତ୍ୟନ୍ତ ଜରୁରୀ। ଅବଶ୍ୟ, ଏହା ଏକ ବାସ୍ତବତା ଯେ ସମ୍ବଲପୁରରେ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଲାଗି ଦାବି ପଛରେ ମୁଖ୍ୟ କାରଣ ଥିଲା ଦରିଦ୍ର ନାଗରିକଙ୍କୁ ଅଯଥା ଅର୍ଥ ଓ ସମୟ ବ୍ୟୟରୁ ମୁକ୍ତ କରିବା। କିନ୍ତୁ ଏଥି ଲାଗି ହେଉଥିବା କାର୍ଯ୍ୟ ବନ୍ଦ କାରଣରୁ ସେହି ଦରିଦ୍ର ନାଗରିକ ବର୍ଗ ଯେ ସର୍ବାଧିକ ଅସୁବିଧା ଓ କ୍ଷତିର ଶରବ୍ୟ ହେଉଥିଲେ, ସମ୍ଭବତଃ ସେଥି ପ୍ରତି ଦୃଷ୍ଟି ନ ଥିଲା। ଏହା ହିଁ ବିଡ଼ମ୍ବନା!