ନାଗପୁରର ବାର୍ତ୍ତା

ଦଶହରା ଅବସରରେ ନାଗପୁର ଠାରେ ଅନୁଷ୍ଠିତ ହେଉଥିବା ‘ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ’ ବା ‘ଆର.୍‌ଏସ.୍‌ଏସ୍‌.’ର ବାର୍ଷିକ ସମାବେଶରେ ସରସ˚ଘଚାଳକ ବା ମୁଖ୍ୟ ମୋହନ ଭାଗବତଙ୍କ ଅଭିଭାଷଣରେ ସ˚ଖ୍ୟାଲଘୁ ସ˚ପ୍ରଦାୟ ବିଶେଷ କରି ଦେଶର ବୃହତ୍ତମ ସ˚ଖ୍ୟାଲଘୁ ସ˚ପ୍ରଦାୟ ମୁସଲିମ ବର୍ଗ ପ୍ରତି ପୂର୍ବରୁ ଆଶା କରାଯାଇଥିବା ଭଳି କୋମଳ ମନୋଭାବ ପ୍ରସ୍ଫୁଟିତ ହୋଇଛି। ଏହି ସ୍ତମ୍ଭର ଅନେକ ପାଠକପାଠିକା ଅବଗତ ଥିବେ ଯେ ଗଲା କିଛି ବର୍ଷ ଧରି ମୋହନ ଭାବଗତ ମହାଶୟ ଭାରତୀୟ ହିନ୍ଦୁ ଏବ˚ ମୁସଲମାନମାନଙ୍କୁ ଗୋଟିଏ ପୂର୍ବପୁରୁଷଙ୍କ ଦାୟାଦ ରୂପେ ବର୍ଣ୍ଣନା କରି ଆସୁଛନ୍ତି; ଯେଉଁମାନେ ଘଟଣାଚକ୍ରରେ ଦୁଇ ପ୍ରକାର ଉପାସନା ପଦ୍ଧତିକୁ ଅନୁସରଣ କରି ଦୁଇ ଭିନ୍ନ ପନ୍ଥୀ ଓ ପରେ ସ˚ପ୍ରଦାୟରେ ପରିଣତ ହୋଇଛନ୍ତି। ସୁତରା˚, ଗୋଟିଏ ଡି.ଏନ୍‌.ଏ.ର ବାହକ ରୂପେ ଭାରତୀୟ ହିନ୍ଦୁ ଓ ମୁସଲମାନମାନେ ପାରସ୍ପରିକ ବିଦ୍ବେଷରୁ ଊର୍ଦ୍ଧ୍ବକୁ ଉଠି ଗୋଟିଏ ଭାବଧାରାରେ ସମାହିତ ହେବା ଆବଶ୍ୟକ ବୋଲି ସେ ମତ ପ୍ରଦାନ କରୁଥିବା ଶୁଣିବାକୁ ମିଳୁଛି। ଗଲା ବୁଧବାର ସେ ପ୍ରଦାନ କରିଥିବା ତାଙ୍କ ସଦ୍ୟତମ ଅଭିଭାଷଣରେ ମଧୢ ଏହି ଦିଗରେ ଇଙ୍ଗିତ କରିବା ପୂର୍ବକ ସେ କହିଥିଲେ ଯେ ତେଣିକି ଭିନ୍ନ ଭିନ୍ନ ଉପସନା ପଦ୍ଧତିର ଅନୁଗାମୀ ହୋଇଥିଲେ ସୁଦ୍ଧା ପରସ୍ପର ପ୍ରତି ସହନଶୀଳତା ଓ ଶ୍ରଦ୍ଧା ପ୍ରକାଶ ପାଇବ।
ସ୍ମରଣଯୋଗ୍ୟ ଯେ, ୨୦୧୮ ମସିହାରୁ ମୋହନ ଭାଗବତ ଏଭଳି ମନୋଭାବର ଆଭାସ ଦେବା ସହିତ ‘ହିନ୍ଦୁତ୍ବ’ ଏକ ଧର୍ମୀୟ ପରିଚୟ ରୂପେ ଦେଖା ନ ଯାଇ ଏକ ସା˚ସ୍କୃତିକ ପରିଚୟ ରୂପେ ଦେଖାଯିବା ଆବଶ୍ୟକ ବୋଲି ଅନେକ ସ୍ଥାନରେ କହି ଆସିଛନ୍ତି। ସେହି ଦୃଷ୍ଟିରୁ ତାଙ୍କ ମତରେ ଭାରତ ଭୂଖଣ୍ତରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ‘ହିନ୍ଦୁ’; ସୁତରା˚, ଯଦି ଭାରତରେ ବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ରାଜନୈତିକ ପରିଚୟ ‘ଭାରତୀୟ’ ହୁଏ, ସେମାନଙ୍କ ସା˚ସ୍କୃତିକ ପରିଚୟ ହେବ ‘ହିନ୍ଦୁ’। କିନ୍ତୁ ଏଭଳି ମତ ବିରୋଧରେ ଉଠୁଥିବା ଆପତ୍ତିମୂଳକ ପ୍ରଶ୍ନଟି ହେଲା

ଏହା ଦ୍ବାରା ଅନ୍ୟାନ୍ୟ ଧର୍ମ ସ˚ପ୍ରଦାୟଗୁଡ଼ିକୁ ‘ହିନ୍ଦୁତ୍ବ’ ମଧ୍ୟରେ ବିଲୀନ କରି ଦିଆଯିବାର ଅଭୀଷ୍ଟ ସାଧନର ଉଦ୍ୟମ ରହିନାହିଁ ତ? ସେମାନେ ଆହୁରି ପ୍ରଶ୍ନ କରନ୍ତି ଯେ ସେଭଳି ସ୍ଥଳେ ଭାରତରେ ବସବାସ କରୁଥିବା ମୁସଲମାନ ବା ଖ୍ରୀଷ୍ଟିଆନ ବା ଅନ୍ୟାନ୍ୟ ଧର୍ମାବଲମ୍ବୀମାନଙ୍କୁ କ’ଣ ହିନ୍ଦୁ-ମୁସଲମାନ ବା ହିନ୍ଦୁ- ଖ୍ରୀଷ୍ଟିଆନ ବା ସେହିଭଳି କିଛି ରୂପେ ସମ୍ବୋଧନ କରାଯିବ? କହିବା ନିଷ୍ପ୍ରୟୋଜନ ଯେ ଏଭଳି ପ୍ରସଙ୍ଗ ଅତ୍ୟନ୍ତ ସ୍ପର୍ଶକାତର ଏବ˚ ଏହାର କୌଣସି ଗୋଟିଏ ସହଜ ଉତ୍ତର ଲାଭ କରିବା ଏକ ଦୁରୂହ ବ୍ୟାପାର। ଏହି ସ˚ଦର୍ଭକୁ ନେଇ ସମଗ୍ର ଦେଶରେ ଏକ ପୂର୍ବାଗ୍ରହରହିତ ତଥା ସହାନୁଭୂତିଶୀଳ ପରିବେଶରେ ସଘନ ବିତର୍କ କରାଯାଇପାରେ। ଅବଶ୍ୟ, ଗୋଟିଏ ଗୋଷ୍ଠୀ କହିଥାଆନ୍ତି ଯେ ‘ହିନ୍ଦୁ’ ଶବ୍ଦର ପରିଭାଷା କେବଳ ଏକ ଧର୍ମର ନାମ ରୂପେ ସୀମିତ ନୁହେଁ; ବର˚ ଏହାର ଅର୍ଥ ଅତ୍ୟନ୍ତ ବ୍ୟାପକ ଯହିଁରେ ଏହାକୁ ଏକ ଜୀବନ ପଦ୍ଧତି କି ଏକ ପର˚ପରା ଏପରିକି ଏକ ସ˚ସ୍କୃତି ରୂପେ ମଧୢ ଦେଖାଯାଇଥାଏ, ଯାହା ପଛରେ ରହିଛି ଅତ୍ୟନ୍ତ ଦୀର୍ଘ ପାଞ୍ଚ ହଜାର ବର୍ଷର ନିରବଚ୍ଛିନ୍ନତା। ସେମାନେ କହିଥାଆନ୍ତି ଯେ ହିନ୍ଦୁ ସ˚ପ୍ରଦାୟ ବିଶ୍ବାସ ଏବ˚ ଅନୁଗମନ କରୁଥିବା ଧର୍ମାଚାର ହେଉଛି ସନାତନ ଧର୍ମ। ସେମାନଙ୍କ ମତାନୁସାରେ ଯଦି ସରକାରୀ ଭାବେ ଧର୍ମର ନାମକୁ ‘ହିନ୍ଦୁ’ ସ୍ଥାନରେ ‘ସନାତନ’ ବୋଲି ଉଲ୍ଲେଖ କରାଯାଆନ୍ତା, ତେବେ ହୁଏ’ତ ‘ହିନ୍ଦୁ’ ଏକ ସା˚ସ୍କୃତିକ ପରିଚୟ ରୂପେ ସ˚ପ୍ରଦାୟ ନିର୍ବିଶେଷରେ ଅଖିଳ ଭାରତୀୟ ସ୍ବୀକୃତି ଲାଭ କରିବାର ମାର୍ଗ ଉନ୍ମୋଚନ ହୁଅନ୍ତା। କିନ୍ତୁ ଏହା ମଧୢ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସ୍ତାବ, ଯାହା ଅନ୍ତଃ-ସ˚ପ୍ରଦାୟ ବିଚାରବିମର୍ଶର ଆବଶ୍ୟକତା ଲୋଡ଼ିଥାଏ।

ଉଲ୍ଲେଖଯୋଗ୍ୟ ଯେ ନୁପୂର ଶର୍ମାଙ୍କ ଦ୍ବାରା ପ୍ରଦତ୍ତ ବୟାନ ପରିପ୍ରେକ୍ଷୀରେ ସୃଷ୍ଟ ଉତ୍ତେଜନା କାରଣରୁ ଉଦୟପୁର ଏବ˚ ଅମରାବତୀ ଠାରେ ସ˚ଘଟିତ ହୋଇଥିବା ହତ୍ୟାକାଣ୍ତକୁ ମୁସଲିମ ସ˚ପ୍ରଦାୟର ସାଧାରଣ ବ୍ୟକ୍ତିବିଶେଷଙ୍କ ଠାରୁ ଆରମ୍ଭ କରି ବିଶିଷ୍ଟ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ନିନ୍ଦା କରିଥିବାରୁ ନାଗପୁର ସମାବେଶରେ ମୋହନ ଭାଗବତ ଯେଉଁ ସନ୍ତୋଷ ପ୍ରକାଶ କରିଥିଲେ, ତହିଁରେ ହିନ୍ଦୁ-ମୁସଲମାନ ସ˚ପ୍ରଦାୟ ମଧୢରେ ସ˚ପ୍ରୀତିର ସମ୍ଭାବନାକୁ ଅନୁମାନ କରାଯାଇପାରେ। ଏଠାରେ ପ୍ରକାଶ ଥାଉ କି ମୋହନ ଭାଗବତ ବେଶ୍‌ କିଛି କାଳ ହେଲାଣି ମୁସଲମାନ ସ˚ପ୍ରଦାୟର ବିଭିନ୍ନ ବର୍ଗର ସଦସ୍ୟମାନଙ୍କ ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ଜାରି ରଖିଛନ୍ତି ଏବ˚ ବିଭିନ୍ନ ମଦ୍ରାସା ପରିଦର୍ଶନ କରି ସେଠାରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତା ବିନିମୟ କରିବାର ଆଗ୍ରହ ପ୍ରଦର୍ଶନ କରୁଛନ୍ତି। ସେହି ଦୃଷ୍ଟିରୁ ଗଲା ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ତାଙ୍କ ଦ୍ବାରା ଦିଲ୍ଲୀର ଏକ ମଦ୍ରାସା ପରିଦର୍ଶନ ଏବ˚ ତା ପରେ ‘ଅଲ ଇଣ୍ତିଆ ଇମାମ ଅର୍ଗାନାଇଜେସନ’ର ମୁଖ୍ୟ ଅହମ୍ମଦ ଇଲିୟାସିଙ୍କ ସହିତ ଦୀର୍ଘ ଆଲୋଚନା ଏବ˚ ତା’ ପରେ ଇମାମ ମହୋଦୟଙ୍କ ଦ୍ବାରା ତାଙ୍କୁ ‘ରାଷ୍ଟ୍ରପିତା’ର ସମ୍ବୋଧନ ଇତ୍ୟାଦି ଏହି ସୂଚନା ପ୍ରଦାନ କରିଥାଏ ଯେ ସ˚ଘର ଅଧୢକ୍ଷ ଇତିମଧୢରେ ସ˚ଖ୍ୟା ଲଘୁ ବର୍ଗରେ ଶ୍ରଦ୍ଧାସ୍ପଦ ହେବାରେ ଲାଗିଛନ୍ତି। ସେହି ଦୃଷ୍ଟିରୁ ଏହା ଆଶା ସ˚ଚାରକାରୀ ମଧୢ।

ତେବେ, ଏହି ଆଲୋଚନା ସମାପ୍ତ କରିବା ପୂର୍ବରୁ ଯେଉଁ ଦୁଇଟି ବିଷୟ ବିଶେଷ ପ୍ରଣିଧାନଯୋଗ୍ୟ, ତା’ ଉପରେ ଦୃଷ୍ଟି ନିକ୍ଷେପ କରାଯାଉ। ତହିଁରୁ ଗୋଟିଏ ହେଲା ଏକ ଉଦ୍‌ବେଗ ବିଜଡ଼ିତ ଧାରଣା ଯେ ମୁସଲିମ ସ˚ପ୍ରଦାୟ ମଧୢରେ ସ˚ଖ୍ୟା ବୃଦ୍ଧି ଘଟି ତାହା ଭାରତର ଜନସା˚ଖ୍ୟିକ ସମୀକରଣକୁ ଓଲଟାଇ ଦେବ। ଗଲା ବୁଧବାର ଦିନ ମୋହନ ଭାଗବତଙ୍କ ଅଭିଭାଷଣରେ ମଧୢ ଏହାର ଏକ ଆଭାସ ମିଳିଥିଲା, ଯେତେବେଳେ ସେ ସ୍ବାଧୀନତାକାଳୀନ ଦେଶ ବିଭାଜନ ବା ଏକବି˚ଶ ଶତାବ୍ଦୀରେ କସୋଭୋ, ପୂର୍ବ-ତିମୋର ଏବ˚ ଦକ୍ଷିଣ ସୁଦାନର ଉତ୍ପତ୍ତି ବିଷୟରେ ବର୍ଣ୍ଣନା କରି ଦର୍ଶାଇଥିଲେ କିଭଳି କୌଣସି ଅଞ୍ଚଳରେ ଗୋଟିଏ ନିର୍ଦ୍ଦିଷ୍ଟ ସ˚ପ୍ରଦାୟର ଅତ୍ୟଧିକ ଜନ ସ˚ଖ୍ୟା ବୃଦ୍ଧି ସେମାନେ ବସବାସ କରୁଥିବା ଅ˚ଶକୁ ନେଇ ଏକ ଭିନ୍ନ ରାଷ୍ଟ୍ରର ରୂପ ଦେବା ଦିଗରେ ସେହି ସ˚ପ୍ରଦାୟକୁ ପ୍ରରୋଚିତ କରିଥାଏ; ଉପରୋକ୍ତ ଦେଶଗୁଡ଼ିକ ଯାହାର ଗୋଟିଏ ଗୋଟିଏ ଉଦାହରଣ। ଭାଗବତ ମହାଶୟଙ୍କ ଏଭଳି ଏକ ଅଭିବ୍ୟକ୍ତିରେ ପ୍ରଚ୍ଛନ୍ନ ଥିବା ଇଙ୍ଗିତକୁ ଭାରତ ପରିପ୍ରେକ୍ଷୀରେ ଠଉରାଇବା କଷ୍ଟକର ନୁହେଁ। କିନ୍ତୁ, ସତ କହିଲେ ଭାରତରେ ଏଭଳି ଉଦ୍‌ବେଗର କୌଣସି ଆଶଙ୍କା ନାହିଁ, କାରଣ ‘ଭାରତୀୟ ଜାତୀୟ ସ୍ବାସ୍ଥ୍ୟ ସର୍ବେକ୍ଷଣ’ ଦ୍ବାରା ପ୍ରକାଶିତ ତଥ୍ୟ କହିଥାଏ ଯେ ୨୦୨୦ ମସିହାରେ ଭାରତରେ ମୁସଲମାନ ମହିଳାଙ୍କ ‘ପ୍ରଜନନ କ୍ଷମତା ହାର’ ବା ‘ଟୋଟାଲ ଫର୍ଟିଲିଟି ରେଟ୍‌’ ବା ‘ଟିଏଫ୍‌ଆର‌୍‌’ ଆସି ପହଞ୍ଚିଛି ୨.୩ରେ( ୧୦ ମହିଳାଙ୍କର ୨୩ ସନ୍ତାନ), ଯାହା ୧୯୯୩ ମସିହାରେ ଥିବା ହାରର ପ୍ରାୟ ଅର୍ଦ୍ଧେକ। ସୁତରା˚, ଭାରତର ଜନସା˚ଖ୍ୟିକ ସମୀକରଣରେ ବିଭ୍ରାଟ ଘଟିବାର ଆଶଙ୍କା ସ˚ପୂର୍ଣ୍ଣ ଅମୂଳକ। ତେଣୁ ତଥ୍ୟ ଆଧାରରେ ମୋହନ ଭାଗବତଙ୍କ ପକ୍ଷରୁ ଏଭଳି କିଛି ସନ୍ଦେଶ ନିର୍ଗତ ହେବା ଉଚିତ ଥିଲା, ଯାହା ଦ୍ବାରା ସା˚ପ୍ରଦାୟିକ ତତ୍ତ୍ବମାନଙ୍କ ଦ୍ବାରା ପ୍ରସାରିତ ଏଥି ଜନିତ ଭୟ ବା ଉଦ୍‌ବେଗ ହ୍ରାସ ପାଆନ୍ତା। ଏବ˚ ଦ୍ବିତୀୟ ବିଷୟଟି ହେଲା ଏବେ ଭାଇରାଲ ହୋଇ ଚାଲିଥିବା ଏକ ଭିଡିଓକୁ କେନ୍ଦ୍ର କରି, ଯହିଁରେ ଦେଖିବାକୁ ମିଳିଛି ଯେ ଗୁଜରାଟର କୌଶସି ଏକ ସ୍ଥାନରେ ଅନୁଷ୍ଠିତ ହେଉଥିବା ‘ଗରବା’ ନୃତ୍ୟ ଉତ୍ସବରେ ବ୍ୟାଘାତ ଘଟାଉଥିବା ଅଭିଯୋଗରେ କେତେକ ଯୁବକଙ୍କୁ ବାନ୍ଧି ପକାଇ ତାଲିବାନୀ ଶୈଳୀରେ ପ୍ରକାଶ୍ୟରେ ସେମାନଙ୍କ ଉପରେ ବେତ୍ରାଘାତ କରାଯାଉଛି। ଏହି ପ୍ରେକ୍ଷାପଟରେ ଉଦୟପୁର ବା ଅମରାବତୀରେ ଘଟିଥିବା ଘଟଣା ବିରୋଧରେ ସ˚ଖ୍ୟା ଲଘୁ ବର୍ଗର ବ୍ୟକ୍ତିବିଶେଷଙ୍କ ନିନ୍ଦାବାଦ ତୁଲ୍ୟ ସ୍ବର ସ˚ଖ୍ୟା ଗରିଷ୍ଠ ସ˚ପ୍ରଦାୟ ପକ୍ଷରୁ ଉଠିବା ଆବଶ୍ୟକ; ଯାହାର ନେତୃତ୍ବ ମୋହନ ଭାଗବତ ନେବା ଉଚିତ। ଏହା ଅନ୍ତଃସା˚ପ୍ରଦାୟିକ ବିଶ୍ବାସକୁ ଦୃଢ଼ୀଭୂତ କରିବ। ତେବେ ଏ ପ୍ରସଙ୍ଗରେ ଗୂଢ଼ତମ କଥାଟି ହେଲା, ଯେ ପର୍ଯ୍ୟନ୍ତ ମୋହନ ଭାଗବତ ଏବ˚ ସ˚ଘର ଶୀର୍ଷ ସ୍ତରରୁ ଏଭଳି ବିଚାରର ବିନ୍ଦୁମାନ ନିମ୍ନଗାମୀ ହୋଇ ତୃଣମୂଳ ସ୍ତରରେ ନ ଭେଦିଛି, ସେ ପର୍ଯ୍ୟନ୍ତ ସା˚ପ୍ରଦାୟିକ ସ˚ପ୍ରୀତିର ମନୋରମ ଦୃଶ୍ୟ ଦିଶିବା ସମ୍ଭବ ହୋଇ ନ ପାରେ।

ସମ୍ବନ୍ଧିତ ଖବର